Categories: ଖେଳ

ଲଜ୍ଜାଜନକ ରେକର୍ଡ ହାସଲ କଲେ ରୋହିତ ଶର୍ମା

ସେଣ୍ଟ କିଟ୍ସ,୨।୮:ସେଣ୍ଟ କିଟ୍ସରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତ ୫ ଉଇକେଟରେ ପରାଜୟର ସମ୍ମୁଖୀନ ହୋଇଛି। ଏହି ମ୍ୟାଚ୍‌ରେ ଭାରତର ଅଧିନାୟକ ରୋହିତ ଶର୍ମା ବିଫଳ ହୋଇଥିଲେ ଏବଂ ସେ ମ୍ୟାଚର ପ୍ରଥମ ବଲରେ ଆକାଉଣ୍ଟ ନ ଖୋଲି ପାଭିଲିୟନକୁ ଫେରିଥିଲେ। ଏହା ସହିତ ରୋହିତ ଶର୍ମା ଏକ ଲଜ୍ଜାଜନକ ରେକର୍ଡ ହାସଲ କରିଛନ୍ତି।
ଭାରତ ପାଇଁ ଅନ୍ତର୍ଜାତୀୟ ଟି-୨୦ରେ ସର୍ବାଧିକ ଥର ଶୂନରେ ଆଉଟ୍‌ ହୋଇଥିବା ଖେଳାଳି ହୋଇଛନ୍ତି ରୋହିତ ଶର୍ମା। ଅଷ୍ଟମ ଥର ପାଇଁ ସେ ଅନ୍ତର୍ଜାତୀୟ ଟି-୨୦ରେ ଶୂନରେ ପ୍ୟାଭିଲିୟନକୁ ଫେରିଥିଲେ। ରୋହିତ ଶର୍ମାଙ୍କ ପରେ କେଏଲ ରାହୁଲ କେ.ଏଲ ରାହୁଲ ଏହି ତାଲିକାରେ ଅଛନ୍ତି। ଅନ୍ତର୍ଜାତୀୟ ଟି-୨୦ରେ ଚାରିଥର ସେ ଶୂନରେ ପ୍ୟାଭିଲିୟନକୁ ଫେରିଛନ୍ତି।
ସେଣ୍ଟ କିଟ୍ସରେ ଖେଳାଯାଇଥିବା ଦ୍ୱିତୀୟ ଟି -୨୦ ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଅତ୍ୟନ୍ତ ନିରାଶାଜନକ ପ୍ରଦର୍ଶନ କରିଥିଲେ। ୧୯.୪ ଓଭରରେ ୧୩୮ ରନ ସ୍କୋରରେ ଭାରତୀୟ ଦଳ ଅଲଆଉଟ ହୋଇଯାଇଥିଲା। ଏହି ମ୍ୟାଚରେ ଭାରତର କୌଣସି ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ ହାସଲ କରି ନ ଥିଲେ। ୱେଷ୍ଟଇଣ୍ଡିଜ ୧୯.୨ ଓଭରରେ ୫ ଉଇକେଟ ହରାଇ ଅତି ସହଜରେ ଏହି ଲକ୍ଷ୍ୟ ହାସଲ କରିଥିଲା।

Share