Posted inଖେଳ

ଟିମ୍ ଇଣ୍ଡିଆରେ ହେଲା ବଡ଼ ପରିବର୍ତ୍ତନ: ବିରାଟଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨।୧: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡ଼ର-ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ପାଇଁ ଭାରତ ଟେଷ୍ଟ ଅଧିନାୟକ ରୋହିତ ଶର୍ମାଙ୍କୁ ‘ବିଶ୍ରାମ’ ଦିଆଯାଇଛି। ତାଙ୍କ ସ୍ଥାନରେ ବରିଷ୍ଠ ବୋଲର ଜସପ୍ରୀତ ବୁମ୍ରା ସିଡନରେ (ଏସସିଜି) ଭାରତୀୟ ଦଳ ନେତୃତ୍ୱ ନେବାର ସମ୍ଭାବନା ରହିଛି।

ଇଣ୍ଡିଆନ ଏକ୍ସପ୍ରେସ୍ ରିପୋର୍ଟ ଅନୁଯାୟୀ ରୋହିତ ନିଜେ ଏହି ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କୁ ଏ ସମ୍ପର୍କରେ ସେ ଜଣାଇଥିଲେ, ଯେଉଁଥିରେ ସେମାନେ ସହମତି କରିଛନ୍ତି। ତେଣୁ ରୋହିତଙ୍କ ଅନୁପସ୍ଥିତିରେ ବରିଷ୍ଠ ଖେଳାଳି ବିରାଟଙ୍କ ଉପରେ ମଧ୍ୟ ବଡ ଦାୟିତ୍ୱ ରହିବ।

ତେବେ ମେଲବର୍ନରେ ଖେଳାଯାଇଥିବା ‘ବକ୍ସିଂ ଡେ’ ଟେଷ୍ଟ ରୋହିତ ଶର୍ମାଙ୍କ ଟେଷ୍ଟ କ୍ୟାରିୟରର ଶେଷ ମ୍ୟାଚ୍ ହୋଇପାରେ। କାରଣ ଆଗାମୀ ଟେଷ୍ଟ ଚାମ୍ପିୟନ୍ସ ଟ୍ରଫି(ଡବ୍ଲୁଟିସି) ସିଜିନ ପାଇଁ ଇଂଲଣ୍ଡ ବିପକ୍ଷ ସିରିଜରେ ରୋହିତଙ୍କୁ ସ୍ଥାନ ନ ମିଳିପାରେ। ଅନ୍ୟପଟେ ଭାରତ ଚଳିତ ସିଜିନ ଡବ୍ଲୁଟିସି ଫାଇନାଲକୁ ଯିବାର ସମ୍ଭାବନା ଖୁବ କମ୍ ରହିଛି।

ମେଲବର୍ଣ୍ଣ ଟେଷ୍ଟରେ ଦଳରୁ ବାଦ ପଡିଥିବା ଶୁଭମନ ଗିଲ ସିଡନରେ ଦଳକୁ ଫେରିବାକୁ ଯାଉଛନ୍ତି। ରୋହିତଙ୍କ ସ୍ଥାନରେ ତାଙ୍କୁ ସୁଯୋଗ ମିଳିବ। ତେବେ ସେ ତିନି ନମ୍ବରରେ ବ୍ୟାଟିଂ କରିବାକୁ ଥିବା ବେଳେ କେଏଲ ରାହୁଲ ଯଶସ୍ବୀ ଜୈସ୍ବାଲଙ୍କ ସହିତ ଓପନିଂ କରିବେ। ତେବେ ଲଗାତାର ଫର୍ମ ଦେଇ ଗତି କରୁଥିବା ଋଷଭ ପିନ୍ତ ଦଳରେ ତାଙ୍କ ସ୍ଥାନ ବଜାୟ ରଖିଛନ୍ତି, ଯେତେବେଳେ କି ପ୍ରସିଦ୍ଧ କ୍ରିଷ୍ଣା ଆହତ ଆକାଶ ଦୀପଙ୍କ ସ୍ଥାନରେ ଖେଳିବାର ସୁଯୋଗ ପାଇବେ।

ମ୍ୟାଚ୍ ପୂର୍ବରୁ ଟ୍ରେନିଂ ସମୟରେ, ଫିଲ୍ଡିଂ ଡ୍ରିଲ୍ ଚାଲିଥିବାବେଳେ ଗମ୍ଭୀର ବୁମରାଙ୍କ ସହ ଲମ୍ବା ସମୟ ଆଲୋଚନା କରୁଥିବା ଦେଖାଯାଇଥିଲା। ରୋହିତ ନେଟରେ ସ୍ୱଳ୍ପ ସମୟ ଅଭ୍ୟାସ କରିଥିଲେ। ରୁଟିନ୍ ସ୍ଲିପ୍ ଅଭ୍ୟାସ ସେସନରେ ମଧ୍ୟ ସେ ନ ଥିଲେ।

ଏହାପୂର୍ବରୁ, ଯେତେବେଳେ ଗମ୍ଭୀରଙ୍କୁ ପ୍ଲେଇଂ ୧୧ ରୋହିତଙ୍କ ସ୍ଥାନ ବିଷୟରେ ପଚରାଯାଇଥିଲା, ସେତେବେଳେ ସେ ସିଧାସଳଖ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ। ତେବେ ସେ କହିଥିଲେ, “ରୋହିତଙ୍କ ସହ ସବୁକିଛି ଠିକ ଅଛି। ଆମେ ୱିକେଟ୍ ଉପରେ ନଜର ପକାଇବାକୁ ଏବଂ ଆସନ୍ତାକାଲି ଖେଳିବାକୁ ଥିବା ଏକାଦଶ ଘୋଷଣା କରିବୁ।”

ଗତ କିଛି ମ୍ୟାଚରେ ରୋହିତ ରନ୍ ସଂଗ୍ରହ କରିବାକୁ ସଂଘର୍ଷ କରୁଥିବା ବେଳେ ଅଷ୍ଟ୍ରେଲିଆରେ ଖେଳିଥିବା ଶେଷ ତିନୋଟି ଟେଷ୍ଟ ମ୍ୟାଚରେ ହାରାହାରି ୬.୨ ଏବଂ ଗତ ନଅ ଟେଷ୍ଟରେ ୧୦.୯୩ ରନ୍ କରିଛନ୍ତି। ଭାରତ ମାଟିରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ହୋଇଥିବା ମୂଳପୋଛ ଏବଂ ବୁମ୍ରାଙ୍କ ନେତୃତ୍ୱରେ ଭାରତ ପ୍ରଥମ ବର୍ଡ଼ର-ଗାଭାସ୍କର ଟେଷ୍ଟ ଜିତିବା ପରେ ରୋହିତଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଠାରୁ ଦୁଇଟି ପରାଜୟ ବରଣ କରିବାରୁ ତାଙ୍କ ଅଧିନାୟକତ୍ୱ ମଧ୍ୟ ସ୍କାନରରେ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

VHT 2025: ବିଜୟ ହଜାରେ ଟ୍ରଫିରୁ ବାଦ ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ, କାରଣ…

ନୂଆଦିଲ୍ଲୀ,୨୫।୧୨: ବୈଭବ ସୂର୍ଯ୍ୟବଂଶୀଙ୍କ ଫ୍ୟାନ୍ସଙ୍କୁ ଝଟକା । ଅଣ୍ଡର-୧୯ ଏସିଆ କପରେ ଏକ ଚମତ୍କାର ଇନିଂସ ଖେଳିବା ପରେ, ବୈଭବ ବିଜୟ ହଜାରେ ଟ୍ରଫିରେ ମଧ୍ୟ...

ସସପେନ୍ସ ଶେଷ! ୨୦୨୭ ବିଶ୍ୱକପ ଖେଳିବେ କି ବିରାଟ କୋହଲି, କୋଚ କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲି ବିଜୟ ହଜାରେ ଟ୍ରଫିରେ ଏକ ଚମିତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ଆନ୍ଧ୍ର ବିପକ୍ଷରେ ୧୩୧ ରନର ଏକ...

ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ…ସମୁଦ୍ରରେ ଭାସି ଆସିଲା ମହାପ୍ରଭୁଙ୍କ ବିଗ୍ରହ, ଦୟନୀୟ ଅବସ୍ଥାରେ ଉଦ୍ଧାର

ପୁରୀ ୨୫/୧୨( ଅଜିତ୍ କୁମାର ସାହୁ): ପୁଣି ମହାପ୍ରଭୁଙ୍କୁ ଅପମାନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ସମୁଦ୍ରରେ ଭାସିଵାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ...

‘ସେ ତେନ୍ଦୁଲକର ଥିଲେ…’ Vaibhav Suryavanshiଙ୍କୁ ଭାରତୀୟ ଟିମରେ ସ୍ଥାନ ଦିଆଯାଉ, BCCI ନିକଟରେ ବଡ଼ ଦାବି କଲେ ଥରୁର

ନୂଆଦିଲ୍ଲୀ,୨୫।୧୨: କଂଗ୍ରେସ ଏମପି ଶଶି ଥରୁର ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରତିଭାକୁ କିମ୍ବଦନ୍ତୀ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କ ସହ ତୁଳନା କରିଛନ୍ତି। ଥରୁର BCCIକୁ ୧୪ ବର୍ଷୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri