Categories: ଖେଳ

କୋହଲିଙ୍କୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୧୩।୧୨:ଭାରତୀୟ ଟି -୨୦ ଏବଂ ଦିନିକିଆ ଦଳର ନିୟମିତ ଅଧିନାୟକ ହୋଇଛନ୍ତି ରୋହିତ ଶର୍ମା । ବିରାଟ କୋହଲିଙ୍କ ହାତରେ ଏବେ କେବଳ ଟେଷ୍ଟ ଦଳର ଅଧିନାୟକ ରହିଛି। ରୋହିତଙ୍କୁ ପ୍ରଥମେ ଟି -୨୦ ଏବଂ ପରେ ଦିନିକିଆ ଦଳର ଦାୟିତ୍ୱ ଦିଆଯାଇଥିଲା। ସୀମିତ ଓଭର ଦଳର ଅଧିନାୟକତ୍ୱ ପାଇବା ପରେ ରୋହିତ ପ୍ରଥମ ଥର ପାଇଁ ବିରାଟ କୋହଲିଙ୍କ ଅଧିନାୟକତ୍ୱ ବିଷୟରେ ଖୋାଲାଖୋଲି ମନ୍ତବ୍ୟ ଦେଇଛନ୍ତି। ବିସିସିଆଇ ରୋହିତ ଶର୍ମାଙ୍କ ଏକ ଭିଡିଓ ଶେୟାର କରିଛି ଯେଉଁଥିରେ ସେ କୋହଲିଙ୍କ ଅଧିନାୟକତ୍ୱ ବିଷୟରେ ଏକ ମନ୍ତବ୍ୟଦେଇଛନ୍ତି।
୨୦୧୭ ରେ କୋହଲି ସଂପୂର୍ଣ୍ଣ ସୀମିତ ଓଭରରେ ଭାରତୀୟ ଦଳର ଅଧିନାୟକ ହୋଇଥିଲେ। ସେ ପ୍ରାୟ ୫ ବର୍ଷ ପାଇଁ ଦଳର ନେତୃତ୍ୱ ନେଇଥିଲେ ଏବଂ ୨୦୨୧ ଶେଷର କିଛି ଦିନି ପୂର୍ବରୁ ଦଳର ଦାୟିତ୍ୱ ତାଙ୍କ ହାତରୁ ରୋହିତଙ୍କ ନିକଟକୁ ଆସିଥିଲା।

କୋହଲିଙ୍କ ଅଧିନାୟକତ୍ୱ ବିଷୟରେ ରୋହିତ କହିଛନ୍ତି ଯେ, କୋହଲି ଦଳର ନେତୃତ୍ୱ ନେଇଥିଲେ। ସେ ପ୍ରତ୍ୟେକ ମ୍ୟାଚରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚାହୁଁଥିଲେ। କୋହଲିଙ୍କ ୫ ବର୍ଷର ଅଧିନାୟକତ୍ୱ ସମୟରେ ଦଳ କେବେ ପଛକୁ ଫେରିନାହିଁ। କୋହଲିଙ୍କ ଅଧିନାୟକତ୍ୱରେ ଖେଳିବା ଆମ ପାଇଁ ଏକ ଅଦ୍ଭୁତ ଅନୁଭୂତି ଥିଲା। ଆମେ ଏକାଠି ଅନେକ କ୍ରିକେଟ ଖେଳିଛୁ ଏବଂ ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରିଛୁ। ଭବିଷ୍ୟତରେ ମଧ୍ୟ ଆମେ ସମାନ କାର୍ଯ୍ୟ କରିବୁ। ଏକ ଦଳ ଭାବରେ, ଆମକୁ ଉନ୍ନତ ହେବାକୁ ପଡିବ । ଜଣେ ଖେଳାଳି ଭାବରେ ମୁଁ ଲୋକମାନେ କ’ଣ କହୁଛନ୍ତି ସେଥିପ୍ରତି ଧ୍ୟାନ ଦେଉ ନାହିଁ। ଲୋକମାନେ କ’ଣ କହୁଛନ୍ତି ଆମେ ନିୟନ୍ତ୍ରଣ କରିପାରିବୁ ନାହିଁ। ଏଭଳି ପରିସ୍ଥିତିରେ ଦଳ ଏହି ଜିନିଷଗୁଡ଼ିକୁ ଛାଡ଼ି ନିଜ ଖେଳ ଉପରେ ଧ୍ୟାନ ଦିଏ, ଯାହାଦ୍ୱାରା ଏହା ମ୍ୟାଚ ଜିତିବ ବୋଲି ସେ କହିଛନ୍ତି।

Share