Posted inଖେଳ

‘ବିଶ୍ୱକପ୍‌ ଗୁରୁତ୍ୱପୂର୍ଣ୍ଣ, ହେଲେ ବୁମ୍‌ରାଙ୍କ କ୍ୟାରିୟର ଆମ ପାଇଁ ଅଧିକ ଜରୁରୀ’

ନୂଆଦିଲ୍ଲୀ,୧୫।୧୦: ଟି୨୦ ବିଶ୍ୱକପ୍‌କୁ ଆଉ ଦିନ କେଇଟା। ଏମିତିରେ ପିଠିରେ ସମସ୍ୟା କାରଣରୁ ଭାରତୀୟ ଟିମ୍‌ରୁ ବାଦ୍‌ ପଡ଼ିଛନ୍ତି ଅନୁଭବୀ ଦ୍ରୁତ ବୋଲର୍‌ ଜସପ୍ରିତ ବୁମ୍‌ରା। ଏହା ଦଳ ଲାଗି ବଡ଼ ଝଟ୍‌କା ବୋଲି କୁହାଯାଇଥିଲା। ଏବେ ତାଙ୍କ ସ୍ଥାନରେ ପେସର ମହମ୍ମଦ ଶାମିଙ୍କୁ ସୁଯୋଗ ମିଳିଛି। ତେବେ ବିଶ୍ୱକପ୍‌ ପୂର୍ବରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଉଭୟ ବୋଲରଙ୍କୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି।

ବୁମ୍‌ରାଙ୍କୁ ନେଇ ରୋହିତ କହିଛନ୍ତି, ବୁମ୍‌ରା ଜଣେ ଗୁଣାତ୍ମକ ବୋଲର। ଦୁର୍ଭାଗ୍ୟବଶତଃ ଆହତ ସମସ୍ୟା ହେଉଛି, ଏଥିରେ କେହି କିଛି କରିପାରିବ ନାହିଁ। ତାଙ୍କ ଆଘାତ ବିଷୟରେ ଅନେକ ବିଶେଷଜ୍ଞଙ୍କ ସହ କଥା ହୋଇଥିଲୁ। ହେଲେ ସନ୍ତୋଷଜନକ ପ୍ରତିକ୍ରିୟା ମିଳି ନ ଥିଲା। ବିଶ୍ୱକପ୍‌ ଗୁରୁତ୍ୱପୂର୍ଣ୍ଣ, ହେଲେ ତାଙ୍କ କ୍ୟାରିୟର ଆମ ଲାଗି ଅଧିକ ଜରୁରୀ। ବର୍ତ୍ତମାନ ତାଙ୍କୁ ମାତ୍ର ୨୭-୨୮ ବର୍ଷ ବୟସ। ତାଙ୍କର ଆଗକୁ ଏକ ଦୀର୍ଘ କ୍ୟାରିୟର ଅଛି। ଆମେ ଏଭଳି ରିସ୍କ ନେଇ ପାରିବୁ ନାହିଁ। ବିଶେଷଜ୍ଞ ମଧ୍ୟ ସମାନ ପରାମର୍ଶ ଦେଇଛନ୍ତି। ଭବିଷ୍ୟତରେ ସେ ଆହୁରି ଅନେକ ମ୍ୟାଚ୍‌ ଜିତାଇବେ। ତାଙ୍କ ଅନୁପସ୍ଥିତି ନିଶ୍ଚିତ ଭାବେ ଅନୁଭବ ହେବ ବୋଲି ରୋହିତ କହିଛନ୍ତି।

ସେହିଭଳି ଶାମିଙ୍କୁ ନେଇ ରୋହିତ କହିଛନ୍ତି, ଆହତ ହେବା ଖେଳର ଗୋଟିଏ ଅଂଶ। ଏହାକୁ ନେଇ କିଛି କରିହେବ ନାହିଁ। ଆପଣ ଯେତେ ଅଧିକ ମ୍ୟାଚ୍‌ ଖେଳିବେ, ଆହତ ହେବାର ଆଶଙ୍କା ସେତେ ଅଧିକ। ଦୁଇ ସପ୍ତାହ ପୂର୍ବେ ଶାମିଙ୍କୁ କରୋନା ହୋଇଥିଲା। ସେ ନିଜ ଫର୍ମରେ ଥାଇ ବି ବିଶ୍ରାମ ନେଇଥିଲେ। ଏନ୍‌ସିଏରେ ସୁସ୍ଥ ହେବା ପରେ ସେ ବ୍ରିସ୍‌ବେନ୍‌ରେ ପହଞ୍ଚିଛନ୍ତି। ସେ ଭାରତୀୟ ଟିମ୍‌ ସହ ଅଭ୍ୟାସ କରିବେ। କୋଭିଡ ପରେ ସେ ଶୀଘ୍ର ସୁସ୍ଥ ହୋଇଛନ୍ତି। ସେ ତିନିରୁ ଚାରୋଟି ବୋଲିଂ ସେଶନ ମଧ୍ୟ କରିଛନ୍ତି। ସେଥିରେ ପ୍ରଦର୍ଶନ ଭଲ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri