Categories: ଖେଳ

ରୋହିତ ଶର୍ମା ଶତକ ନିକଟତର: ଲଞ୍ଚ ପର୍ଯ୍ୟନ୍ତ ଭାରତ ସ୍କୋର ୧୫୧/୩

ନାଗପୁର,୧୦।୨: ନାଗପୁରରେ ଖେଳାଯାଉଥିବା ଭାରତ ଏବଂ ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟରେ ଭାରତ ଦୃଢ ସ୍ଥିତିରେ। ଦ୍ୱିତୀୟ ଦିନରେ ଲଞ୍ଚ ପର୍ଯ୍ୟନ୍ତ ଭାରତ ୩ ଉଇକେଟ୍‌ ହରାଇ ୧୫୧ ରନ୍‌ କରିଛି। ଅଧିନାୟକ ରୋହିତ ଶର୍ମା ୮୫ ଏବଂ ବିରାଟ କୋହଲି ୧୨ ରନ କରି କ୍ରିଜରେ ଅଛନ୍ତି। ଉଭୟଙ୍କ ମଧ୍ୟରେ ୧୬ ରନ ଭାଗିଦାରୀ ହୋଇଛି। ଏହି ଅଧିବେଶନରେ ଭାରତ ୭୪ ରନ ସଂଗ୍ରହ କରି ଦୁଇଟି ଉଇକେଟ ହରାଇଛି। ଟଡ ମର୍ଫି ଅଷ୍ଟ୍ରେଲିଆ ପାଇଁ ୩ଟି ଉଇକେଟ ନେଇଛନ୍ତି। ଆଜି ସକାଳେ ରବିଚନ୍ଦ୍ରନ ଅଶ୍ୱିନ ୨୩ ରନ ଚେତେଶ୍ୱର ପୂଜାରା ୭ ରନ ସ୍କୋର କରି ଆଉଟ୍‌ କରିଥିଲେ। ଭାରତୀୟ ଅଧିନାୟକ ରୋହିତ ଶର୍ମା ଗୋଟିଏ ପଟେ ରହି ଶତକ ନିକଟତର ହୋଇଛନ୍ତି। ଏଥି ସହିତ ବିରାଟ କୋହଲି ଅନ୍ୟ ପଟେ ବଡ ଇନିଂସ ଖେଳିବାକୁ ଚେଷ୍ଟା କରିବେ।

Share