Posted inଖେଳ

ଅଧୁରା କାମ ପୂରା କରିବାକୁ ଆଗାମୀ ବିଶ୍ୱକପ ଖେଳିବେ ରୋହିତ: ଅଷ୍ଟ୍ରେଲିଆ ଖେଳାଳିଙ୍କ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୧୨।୩: ନ୍ୟଜିଲାଣ୍ଡ ବିପକ୍ଷରେ ରବିବାର ଭାରତ ଚାମ୍ପିୟନ୍ସ ଟ୍ରଫି ଜିତିଛି। ଯାହାପରେ ଅନେକ ପ୍ରଶ୍ନର ଉତ୍ତର ମିଳିଯାଇଛି। ଏହି ଉତ୍ତରଗୁଡ଼ିକ ମଧ୍ୟରୁ ଗୋଟିଏ ଥିଲା ରୋହିତ ଶର୍ମାଙ୍କ ଅବସର ଉପରେ। ହିଟ୍‌ମ୍ୟାନ ନିଜେ କହିଛନ୍ତି ଯେ ସେ ଏବେ ଅବସର ନେଉନାହାଁନ୍ତି ଏବଂ ଏ ବିଷୟରେ ଗୁଜବ ବନ୍ଦ ହେବା ଉଚିତ୍‌। ତେବେ କ’ଣ ରୋହିତ ଶର୍ମା ପରବର୍ତ୍ତୀ ବିଶ୍ୱକପ ମଧ୍ୟ ଖେଳିବେ? ଭାରତୀୟ ଅଧିନାୟକ ଏହି ପ୍ରଶ୍ନର ସ୍ପଷ୍ଟ ଉତ୍ତର ଦେଇନାହାଁନ୍ତି କିନ୍ତୁ ରିକି ପଣ୍ଟିଂ ବିଶ୍ୱାସ କରନ୍ତି ଯେ ରୋହିତଙ୍କୁ ୨୦୨୭ ବିଶ୍ୱକପରେ ଖେଳିବାର ଦେଖାଯାଇପାରେ।

ଅଧିନାୟକ ଭାବରେ ଅଷ୍ଟ୍ରେଲିଆକୁ ବିଶ୍ୱକପ ବିଜୟୀ କରାଇଥିବା ରିକି ପଣ୍ଟିଂ କହିଛନ୍ତି ଯେ ରୋହିତ ଶର୍ମା ଏବେ ବି ଚମତ୍କାର ଖେଳୁଛନ୍ତି। ସେ ତାଙ୍କର ଅସମାପ୍ତ କାମକୁ ସମାପ୍ତ କରିବାକୁ ଚାହାଁନ୍ତି ଏବଂ ଏହା ତାଙ୍କୁ ୨୦୨୭ ବିଶ୍ୱକପ ପର୍ଯ୍ୟନ୍ତ ଭାରତର ଅଧିନାୟକ ହେବାକୁ ପ୍ରେରଣା ଦେଇପାରେ। ଏହି ବିଶ୍ୱକପ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମ୍ବିଆରେ ଆୟୋଜନ କରାଯିବ। ରୋହିତ ଶର୍ମା ଭାରତର ଅଧିନାୟକତ୍ୱ ସମୟରେ ଦିନିକିଆ ବିଶ୍ୱକପ ବ୍ୟତୀତ ସମସ୍ତ ଆଇସିସି ଟାଇଟଲ ଜିତିଛନ୍ତି। ରୋହିତଙ୍କ ଅଧିନାୟକତ୍ୱରେ ଭାରତ ୨୦୨୩ ଦିନିିଆ ବିଶ୍ୱକପର ଫାଇନାଲରେ ପହଞ୍ଚିଥିଲା କିନ୍ତୁ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲା।

ରିକି ପଣ୍ଟିଂ ବିଶ୍ୱାସ କରନ୍ତି ଯେ ରୋହିତ ଶର୍ମା ତାଙ୍କ ଭବିଷ୍ୟତ ଲକ୍ଷ୍ୟ ବିଷୟରେ ବହୁତ ସ୍ପଷ୍ଟ। ICC ସମୀକ୍ଷା ବିଷୟରେ କଥାବାର୍ତ୍ତା କରି ସେ କହିଛନ୍ତି, ଏକ ସମୟ ଆସେ ଯେତେବେଳେ ଆପଣ ଆପଣଙ୍କ କ୍ୟାରିୟରର ସେହି ସ୍ଥାନରେ ପହଞ୍ଚିଯାଆନ୍ତି ଯେତେବେଳେ ସମସ୍ତେ ଆପଣଙ୍କ ଅବସର ପାଇଁ ଅପେକ୍ଷା କରିଥାଆନ୍ତି। ପଣ୍ଟିଂ କହିଛନ୍ତି ଯେ ସେ ଅନୁଭବ କରନ୍ତି ଯେ ରୋହିତ ଶର୍ମାଙ୍କ ମନରେ ନିଶ୍ଚିତ ଭାବରେ ଆଗାମୀ ବିଶ୍ୱକପ (୨୦୨୭) ଖେଳିବାର ଲକ୍ଷ୍ୟ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

ବାଂଲାଦେଶ ପୋଲିସର ବଡ଼ ଦାବି, ହାଦି ମୃତ୍ୟୁର ସନ୍ଦିଗ୍ଧ ଭାରତ…

ନୂଆଦିଲ୍ଲୀ,୨୮।୧୨: ଛାତ୍ର ନେତା ଉସମାନ ସରିଫ ହାଦିଙ୍କ ମୃତ୍ୟୁ ବାଂଲାଦେଶରେ ହଇଚଇ ସୃଷ୍ଟି କରିଛି । ହାଦିଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ସାରା ଦେଶରେ ପ୍ରତିବାଦ...

ଘୁମୁସର ବନଖଣ୍ଡରେ ବାଘ-ହାତୀଙ୍କ ଦୌରାତ୍ମ୍ୟ, ବଳଦ ମାରି ଖାଇଲେ, ଘର ଭାଙ୍ଗି…

ଭଞ୍ଜନଗର,୨୮ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ବିଗତ କିଛି ଦିନ ହେବ ବାଘ ଓ ହାତୀଙ୍କ ଦୌରାତ୍ମ୍ୟ ବଢ଼ିଯାଇଛି। ଉକ୍ତ ଦୁଇ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ବିଜେଡି ସୁପ୍ରିମୋଙ୍କ ବଡ଼ ଘୋଷଣା: ଦଳୀୟ କର୍ମକର୍ତ୍ତାଙ୍କ ତାଲିକାକୁ ନେଇ…

ଭୁବନେଶ୍ୱର,୨୮ା୧୨: ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଯୁବ...

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

ନେତାନ୍ୟାହୁ-ଟ୍ରମ୍ପଙ୍କ ସାକ୍ଷାତ ପୂର୍ବରୁ ମାସୁଦ୍‌ଙ୍କ ବଡ଼ ଘୋଷଣା: କହିଲେ ଆମ ଦେଶ ଏବେ ଯୁଦ୍ଧ ପାଇଁ…

ତେହରାନ,୨୮ା୧୨: ଇରାନ ରାଷ୍ଟ୍ରପତି ମାସୁଦ୍‌ ପେଜେସ୍କିଆନ କହିଛନ୍ତି, ତାଙ୍କ ଦେଶ ବର୍ତ୍ତମାନ ଆମେରିକା, ଇସ୍ରାଏଲ ଏବଂ ୟୁରୋପ ସହିତ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ଲିପ୍ତ। ସୋମବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri