ରାଇନା, କୋହଲିଙ୍କୁ ପଛରେ ପକାଇବା ଲାଗି ରୋହିତ୍‌ଙ୍କ ନିକଟରେ ସୁଯୋଗ

ଆବୁଧାବି, ୧୧।୧୦: ଆଇପିଏଲ୍‌ ଚଳିତ ସଂସ୍କରଣର ୨୭ତମ ମୁକାବିଲାରେ ରବିବାର ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସର ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ସହ ହେବ। ସ୍ଥାନୀୟ ଶେଖ୍‌ ଜାୟେଦ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମୁକାବିଲାରେ ମୁମ୍ବାଇ ଅଧିନାୟକ ରୋହିତ୍‌ ଶର୍ମାଙ୍କ ନିକଟରେ ଏକ ବଡ଼ କୀର୍ତ୍ତିମାନ କରିବାର ସୁଯୋଗ ରହିଛି। ଦିଲ୍ଲୀ ବିପକ୍ଷ ଏହି ମ୍ୟାଚ୍‌ରେ ଯଦି ରୋହିତ୍‌ ଅର୍ଦ୍ଧଶତକୀୟ ଇନିଂସ ଖେଳନ୍ତି ତେବେ ଆଇପିଏଲ୍‌ ଇତିହାସରେ ସର୍ବାଧିକ ଅର୍ଦ୍ଧଶତକ ହାସଲକାରୀ ଭାରତୀୟ ବ୍ୟାଟ୍ସମ୍ୟାନ ହେବାର ସୌଭାଗ୍ୟ ଲାଭ କରିବେ। ରୋହିତ୍‌ ବର୍ତ୍ତମାନ ସୁଦ୍ଧା ଆଇପିଏଲ୍‌ରେ ୧୯୪ ମ୍ୟାଚ୍‌ ଖେଳି ୩୮ ଅର୍ଦ୍ଧଶତକ ହାସଲ କରି ବିରାଟ କୋହଲି ଓ ସୁରେଶ ରାଇନାଙ୍କ ସମକକ୍ଷ ହୋଇଛନ୍ତି। କୋହଲି ଓ ରାଇନା ମଧ୍ୟ ଆଇପିଏଲ୍‌ରେ ୩୮ଟି ଲେଖାଏ ଅର୍ଦ୍ଧଶତକ ହାସଲ କରିସାରିଛନ୍ତି। ତେବେ ଓଭରଅଲ୍‌ ଆଇପିଏଲ୍‌ ଇତିହାସରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ସନ୍‌ରାଇଜର୍ସ ହାଇଦ୍ରାବାଦର ଡେଭିଡ୍‌ ଓ୍ବାର୍ନରଙ୍କ ନାମରେ ରହିଛି। ଓ୍ବାର୍ନର ୧୩୨ ଆଇପିଏଲ୍‌ ମ୍ୟାଚ୍‌ରୁ ୪୬ ଅର୍ଦ୍ଧଶତକ ହାସଲ କରି ଏହି ତାଲିକାର ସର୍ବାଗ୍ରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ମୁଖ୍ୟମନ୍ତ୍ରୀ ହେବେ ବୋଲି ଭବିଷ୍ୟବାଣୀ କରିଥିଲେ ଜ୍ୟୋତିଷ, TVK ସରକାରରେ ମିଳିଲା ବଡ଼ ପଦବୀ

ଚେନ୍ନାଇ,୧୨।୫: ତାମିଲନାଡୁର ନୂତନ ମୁଖ୍ୟମନ୍ତ୍ରୀ ପ୍ରଥମେ ତିନି ବର୍ଷ ପୂର୍ୱେ ପ୍ରତିଷ୍ଠିତ ତାଙ୍କ ଦଳ ସହିତ ନିର୍ୱାଚନରେ ଏକ ବଡ଼ ବିଜୟ ହାସଲ କରି ହଇଚଇ ସୃଷ୍ଟି…

ଇଟାଲୀ, ୟୁଏଇ, ସ୍ୱିଡେନ…ମୋଦିଙ୍କ ଏହି ୫ଟି ଦେଶ ଗସ୍ତ ସ୍ଥାନରେ ୫୦୦ ଭାରତୀୟ ଟଙ୍କାର ମୂଲ୍ୟ କେତେ?

ନୂଆଦିଲ୍ଲୀ,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ୧୫ ରୁ ମେ ୨୦ ମଧ୍ୟରେ ପାଞ୍ଚଟି ଦେଶ ଗସ୍ତରେ ଯିବେ। ଏହି ଗସ୍ତ ସଂଯୁକ୍ତ ଆରବ ଏମିରେଟ୍ସ (UAE)…

ଚାଷଙ୍କ ଇଚ୍ଛା ମୃତ୍ୟୁ ଆବେଦନ: ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ବରଗଡ଼,୧୨।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ତାଲମେଣ୍ଡା ଗ୍ରାମର ଯୁବ ଚାଷୀ ରୋହିତ ଭୋଇଙ୍କ ଇଚ୍ଛାମୃତ୍ୟୁ ଆବେଦନ ଏବେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ସମବାୟ ମନ୍ତ୍ରୀ ପ୍ରଦୀପ…

ସୁନା କିଣିବାକୁ ମନାକଲେ ମୋଦି, କିଣିଲେ ମିଳିବ ଦଣ୍ଡ! ଜାଣନ୍ତୁ ନୂଆ ନିୟମ…

ନୂଆଦିଲ୍‌ଲୀ,୧୨।୫: ବଢ଼ୁଥିବା ବିଶ୍ୱ ଉତ୍ତେଜନା ଏବଂ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ବଢ଼ୁଥିବା ଚାପ ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପ୍ରତି ନାଗରିକମାନଙ୍କୁ ଗୋଟିଏ ବର୍ଷ…

ଟ୍ରାକ୍ଟର-ଅଟୋ ମୁହାଁମୁହିଁ ଧକ୍କା; ନାବାଳକ ସମେତ ୩ ଗୁରୁତର, ଜଣେ ମୃତ

ଚିକିଟି,୧୨।୫(ପ୍ରକାଶଚନ୍ଦ୍ର ସାହୁ): କେ ନୂଆଗାଁ ଥାନା ଅନ୍ତର୍ଗତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ନିକଟରେ ମଙ୍ଗଳବାର ଟ୍ରାକ୍ଟର- ଅଟୋ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ…

କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ଯୁବକଙ୍କୁ ଆକ୍ରମଣ କଲା ଭାଲୁ, ଅବସ୍ଥା ଗୁରୁତର

ବରଗଡ଼,୧୨।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଛେତଗାଁ ଗ୍ରାମରେ ଅଭାବନୀୟ ଘଟଣା । କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଯୁବକ ଗୁରୁତର…

ଦହିବରା ଦେକାନରେ ବସିଥିବା ବେଳେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ୬ ଦୁର୍ବୃତ୍ତ, ବଞ୍ଚାଇବାକୁ ଯାଇ ହଣା ଖାଇଲେ ଦୋକାନୀ

ବାରଙ୍ଗ,୧୨।୫(ଲିଙ୍ଗରାଜ ରାଉତ): ପୁଣି ଅଶାନ୍ତ ହେଲା ବାରଙ୍ଗ। ଦିନ ଦ୍ବିପହରରେ ବାରଙ୍ଗରେ ବୁଲିଲା ଖଣ୍ଡା । ଖଣ୍ଡା ଚୋଟରେ ତିନି ଯୁବକ ଗୁରୁତର ଆହତ ହୋଇଥିବା ବେଳେ…

ତାଲିବାନୀ ସଜ୍ଜା! ପ୍ରଥମେ ଅଧା ଚୁଟି କାଟିଦେଲେ, ୧୧-୧୨ ବର୍ଷ ବୟସର ପିଲାଙ୍କୁ ବଳପୂର୍ବକ ବିବାହ କଲେ

ପାଟନା,୧୨।୫: ବିହାରର କଟିହାର ଜିଲାରୁ ଏକ ଖବର ଆସିଛି ଯାହା କେବଳ ସାମାଜିକ ମର୍ଯାଦାକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି ନୁହେଁ ବରଂ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri