Posted inଖେଳ

୨୨୪ ଦିନର ଅପେକ୍ଷା, ମଇଦାନକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିଲେ ରୋହିତ ଶର୍ମା 

ପର୍ଥ,୧୯।୧୦: ଦୀର୍ଘ ୨୨୪ ଦିନର ଅପେକ୍ଷା ପରେ ପ୍ରଶଂସକମାନେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଜୋଡ଼ିକୁ ନୀଳ ଜର୍ସିରେ ପୁନର୍ବାର ଦେଖିବାକୁ ପାଇଛନ୍ତି। ଅଷ୍ଟ୍ରେଲିଆର ଅପ୍ଟସ କ୍ରିକେଟ ଷ୍ଟାଡିୟମରେ ଦର୍ଶକମାନେ ନିଜ ଦଳକୁ ସମର୍ଥନ କରିବା ଅପେକ୍ଷା ବିରାଟ-ରୋହିତଙ୍କୁ ଏକାଠି ଦେଖିବା ପାଇଁ ଅଧିକ ଉତ୍ସାହିତ ଥିଲେ। ଚାମ୍ପିଅନ ଖେଳାଳି ମଇଦାନରେ ଥିଲେ କିଛି ନା କିଛି ରେକର୍ଡ ନିଶ୍ଚିତ ହୁଏ। ୩ ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ୍‌ର ପ୍ରଥମ ମୁକାବିଲା ରୋହିତଙ୍କ ପାଇଁ ଟସ୍‌ରୁ ହିଁ ସ୍ବତନ୍ତ୍ର ହୋଇଛି।
ଏହା ହିଟମ୍ୟାନ ରୋହିତଙ୍କର ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍‌ ଥିଲା। ଏହି ମ୍ୟାଚରେ ଭାରତୀୟ ଅଧିନାୟକ ଶୁଭମନ ଗିଲ ପୁଣି ଥରେ ଟସ ହାରିଛନ୍ତି। ଅଷ୍ଟ୍ରେଲିଆ ଅଧିନାୟକ ମିଚେଲ ମାର୍ଶ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଏକ ବର୍ଷ ମଧ୍ୟରେ ଭାରତକୁ ଦୁଇଟି ଆଇସିସି ଟ୍ରଫି ଜିତାଇଥିବା ଅଧିନାୟକ ରୋହିତ ଶର୍ମା ଏବେ ୫୦୦ କ୍ଲବରେ ସାମିଲ ହୋଇଛନ୍ତି। ଏଭଳି ଉପଲବ୍ଧି ହାସଲ କରିବାରେ ଭାରତର ୫ମ ଓ ବିଶ୍ୱର ୧୧ତମ ଖେଳାଳି ହୋଇଛନ୍ତି। ରୋହିତଙ୍କ ପୂର୍ବରୁ ଭାରତ ପାଇଁ ଏହି କୀର୍ତ୍ତିମାନ ସଚିନ ତେନ୍ଦୁଲକର (୬୬୪), ବିରାଟ କୋହଲି (୫୫୦), ଏମଏସ ଧୋନୀ (୫୩୫) ଓ ରାହୁଲ ଦ୍ରାବିଡ଼ (୫୦୪) ହାସଲ କରିଛନ୍ତି।

ରୋହିତଙ୍କ ଆନ୍ତର୍ଜାତୀୟ କ୍ୟାରିୟର ବିଷୟରେ କହିଲେ, ୪୯୯ ମ୍ୟାଚରେ ୪୨.୧୮ର ହାରାହାରିରେ ସେ ୧୯,୭୦୦ ରନ ସଂଗ୍ରହ କରିଛନ୍ତି। ତାଙ୍କର ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର ୨୬୪ ରନ, ଯାହା ଏକଦିବସୀୟ କ୍ରିକେଟରେ ସର୍ବବୃହତ ଇନିଂସ ମଧ୍ୟ ଅଟେ। ଏହା ସହିତ ତାଙ୍କ ନାମରେ ୪୯ଟି ଶତକ ଓ ୧୦୮ଟି ଅର୍ଦ୍ଧଶତକ ରହିଛି। ସେ ଏକଦିବସୀୟ କ୍ରିକେଟରେ ସେ ତିନୋଟି ଦ୍ୱିଶତକ ହାସଲ କରିଥିବା ଏକମାତ୍ର କ୍ରିକେଟର ଅଟନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri