Categories: ଖେଳ

ଆଜି ବି ଏହି ବଲିଉଡ୍‌ ଅଭିନେତ୍ରୀଙ୍କ ପାଇଁ ପାଗଳ ରୋହିତ ଶର୍ମା

ନୂଆଦିଲ୍ଲୀ,୩୦।୪: ବଲିଉଡ୍‌ ଫିଲ୍ମ ପ୍ରତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଦୁର୍ବଳତା ରହିଆସିଛି। ବହୁତ କମ୍‌ ଲୋକ ଜାଣନ୍ତି ସେ ବଲିଉଡ ଅଭିନେତ୍ରୀ କରିନା କପୁରଙ୍କ ବଡ଼ ପ୍ରଶଂସକ। ପ୍ରଥମ ଚଳଚ୍ଚିତ୍ରରୁ ହିଁ ଅଭିନେତ୍ରୀ ତାଙ୍କୁ ପସନ୍ଦ ଆସିଥିଲେ। ଥରେ କି ଦୁଇ ଥର ନୁହେଁ କରିନାଙ୍କ ଫିଲ୍ମ ସେ ଅନେକ ଥର ଦେଖନ୍ତି।

ଫିଲ୍ମ ବିଷୟରେ କଥା ହେଲେ ରୋହିତଙ୍କୁ ଶାହାରୁଖ ଖାନ୍‌-ପ୍ରିତି ଜିଣ୍ଟା ଅଭିନୀତ ଫିଲ୍ମ ‘ବୀର-ଜାରା’ ବହୁତ ପସନ୍ଦ। ପ୍ରତିଥର ଏଥିରେ ଦେଖାଯାଇଥିବା ଭଲପାଇବା ପ୍ରତି ସମର୍ପଣ ତାଙ୍କୁ ଭାବୁକ କରେ। ଏହାଛଡ଼ା ଗୀତ ଏତେ ପସନ୍ଦ ଯେ ସେ ଅଭ୍ୟାସ ସମୟରେ ବାରମ୍ବାର ଶୁଣିଥାନ୍ତି। ଆଜି ବି ଟିଭିରେ ଫିଲ୍ମ ଦେଉଥିଲେ ତାକୁ ଦେଖିବାକୁ ବସି ପଡ଼ନ୍ତି।

Share