ୱେଲିଂଟନ,୭।୧୧: ଭାରତୀୟ କ୍ରିକେଟ୍ର ଷ୍ଟାର୍ ବ୍ୟାଟର ରୋହିତ ଶର୍ମା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଆଉ ଏକ ବଡ଼ ରେକର୍ଡ ନିଜ ନାଁରେ କରିଛନ୍ତି। ଏହି ମ୍ୟାଚ୍ରେ ସେ ୨୩ ରନ୍ର ଇନିଂସ ଖେଳିଥିବା ବେଳେ ଦୁଇଟି ଛକା ମାରିଥିଲେ। ଏହି ଦୁଇଟି ଛକା ସହ ସେ ଦିନିକିଆ କ୍ରିକେଟ୍ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସର୍ବାଧିକ ଛକା ମାରିବାର ରେକର୍ଡ ହାସଲ କରିଛନ୍ତି। ଏହି ମାମଲାରେ ସେ ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦିଙ୍କୁ ପଛରେ ପକାଇଛନ୍ତି।
ରୋହିତ ଏହି ମ୍ୟାଚ୍ରେ ଆଉ ଏକ ବିଶ୍ୱ ରେକର୍ଡର ସମକକ୍ଷ ହୋଇଛନ୍ତି। ଦିନିକିଆ କ୍ରିକେଟ ଇତିହାସରେ ତିନୋଟି ଭିନ୍ନ ଦଳ ବିପକ୍ଷରେ ୫୦ କିମ୍ବା ତା’ଠାରୁ ଅଧିକ ଛକା ମାରିଥିବା ବ୍ୟାଟରଙ୍କ ତାଲିକାରେ ସେ ଦ୍ୱିତୀୟ ଖେଳାଳି ହୋଇଛନ୍ତି। ଏହି ରେକର୍ଡରେ ସେ ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦିଙ୍କ ସମକକ୍ଷ ହୋଇଛନ୍ତି। ରୋହିତ ଅଷ୍ଟ୍ରେଲିଆ ବିପକ୍ଷରେ ୯୩ଟି ଏବଂ ଶ୍ରୀଲଙ୍କା ବିପକ୍ଷରେ ୫୮ଟି ଛକା ମାରିଛନ୍ତି। ଏବେ ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ତାଙ୍କ ଛକା ସଂଖ୍ୟା ୫୧ରେ ପହଞ୍ଚିଛି। ୱେଲିଂଟନ ଦିନିକିଆ ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ରୋହିତଙ୍କ ନାଁରେ ୪୯ଟି ଛକା ଥିଲା। ଦ୍ୱିତୀୟ ମ୍ୟାଚ୍ରେ ଦୁଇଟି ଛକା ମାରିବା ପରେ ତାଙ୍କ ମୋଟ ସଂଖ୍ୟା ୫୧ରେ ପହଞ୍ଚିଛି। ଏହା ସହ ଏହି ତାଲିକାରେ ସେ ପ୍ରଥମ ସ୍ଥାନ ହାସଲ କରିଛନ୍ତି।
ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ସର୍ବାଧିକ ୫୦ଟି ଛକା ମାରିବାର ରେକର୍ଡ ଶାହିଦ ଆଫ୍ରିଦିଙ୍କ ନାଁରେ ଥିଲା। ୱେଷ୍ଟଇଣ୍ଡିଜ୍ର କ୍ରିସ ଗେଲ ୪୫ଟି ଛକା ସହ ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି।
ଦିନିକିଆରେ ଗୋଟିଏ ଦଳ ବିପକ୍ଷରେ ସର୍ବାଧିକ ଛକା
– ୯୩ ରୋହିତ ଶର୍ମା ବନାମ ଅଷ୍ଟ୍ରେଲିଆ
– ୮୫ କ୍ରିସ ଗେଲ ବନାମ ଇଂଲଣ୍ଡ
– ୬୩ ଶାହିଦ ଆଫ୍ରିଦି ବନାମ ଶ୍ରୀଲଙ୍କା
– ୫୮ ରୋହିତ ଶର୍ମା ବନାମ ଶ୍ରୀଲଙ୍କା
– ୫୩ ସନଥ ଜୟସୂରିୟା ବନାମ ପାକିସ୍ତାନ
– ୫୧ ଶାହିଦ ଆଫ୍ରିଦି ବନାମ ଭାରତ
– ୫୧ ରୋହିତ ଶର୍ମା ବନାମ ନ୍ୟୁଜିଲାଣ୍ଡ
– ୫୦ ଶାହିଦ ଆଫ୍ରିଦି ବନାମ ନ୍ୟୁଜିଲାଣ୍ଡ
Diwali Fit Check 😂
Even the smallest festive details need attention! Kohli making sure KL is Diwali-ready. 🤭
Watch the HERO VIDA India Tour of New Zealand, 2nd ODI, LIVE NOW on Sony Sports Network TV channels, Sony Vizha & Sony LIV.
#SonySportsNetwork #SonyVizha #SonyLIV #NZvIND
— Sony Sports Network (@SonySportsNetwk) November 7, 2026