Categories: ଖେଳ

କାହିଁକି ଟିମ୍‌ରେ ହେଉଛି ଏତେ ପରିବର୍ତ୍ତନ? ରୋହିତ ଦେଲେ ବଡ଼ ବୟାନ..

ନୂଆଦିଲ୍ଲୀ,୧୦।୮: ଭାରତୀୟ କ୍ରିକେଟ ଟିମ୍‌ ଏବେ ଜବରଦସ୍ତ ଫର୍ମରେ ଅଛି। ନିକଟରେ ଭାରତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସୀମିତ ଓଭର ସିରିଜରେ ବିଜେତା ହୋଇଥିଲା। ଏହାପୂର୍ବରୁ ଇଂଲଣ୍ଡ ଗସ୍ତରେ ମଧ୍ୟ ଦିନିକିଆ ଏବଂ ଟି୨୦ ମୁକାବିଲାରେ ଜିତିଥିଲା। ଏବେ ଟିମ୍‌ ଇଣ୍ଡିଆର ନଜର ଏସିଆ କପ୍‌ ଏବଂ ଟି୨୦ ବିଶ୍ୱକପ୍‌ ଉପରେ ରହିଛି। ଅଧିନାୟକ ରୋହିତ ଶର୍ମା ଭାରତୀୟ ଟିମରେ ହେଉଥିବା ପରିବର୍ତ୍ତନକୁ ନେଇ ବଡ଼ ବୟାନ ଦେଇଛନ୍ତି।

ଷ୍ଟାର ସ୍ପୋଟ୍ସର କାର୍ଯ୍ୟକ୍ରମ ‘ଫଲୋ ଦ ବ୍ଲୁଜ୍‌’ରେ ରୋହିତ କହିଛନ୍ତି, ଆମେ ବହୁତ କ୍ରିକେଟ ଖେଳୁଛୁ। ଏଣୁ ଦଳରେ ଆଘାତ ସମସ୍ୟା ଏବଂ କାର୍ଯ୍ୟଭାର ପରିଚାଳନା ଗୁରୁତ୍ୱପୂର୍ଣ୍ଣ। ସମାଧାନ ଲାଗି ଖେଳାଳିମାନଙ୍କୁ ରୋଟେଟ୍‌ କରିବା ଆବଶ୍ୟକ, ଯାହାଦ୍ୱାରା ମଇଦାନ ସହ ବାହାରେ ମଧ୍ୟ ଆମର ଶକ୍ତି ବଢ଼ିବ। ଅନ୍ତର୍ଜାତୀୟସ୍ତରରେ ମଧ୍ୟ ସମସ୍ତ ଖେଳାଳିଙ୍କୁ ସୁଯୋଗ ମିଳିବ ବୋଲି ସେ କହିଛନ୍ତି।

ଏହାଛଡ଼ା ଭାରତର ଭବିଷ୍ୟତ ସୁରକ୍ଷିତ ହାତରେ ଥିବା ଆମେ ସୁନିଶ୍ଚିତ କରିବାକୁ ଚାହୁଁଛୁ। ଏହି ଯୋଜନା ଅନୁଯାୟୀ ଦଳ ଖେଳାଳିମାନଙ୍କୁ ଅଦଳବଦଳ କରିଆସୁଛୁ। ଆଗାମୀ ଦିନ ବିଷୟରେ କି ଆଶା ରଖିବି ଜାଣେନା । ହେଲେ ଦଳ ହିସାବରେ ପ୍ରତି ଦିନ ଉନ୍ନତି କରିବାକୁ ଚାହୁଁ। ରାହୁଲ ଦ୍ରାବିଡ ଯେବେ କୋଚ୍‌ ହେଲେ ଆମେ ଏକାଠି ବସି ଟିମ୍‌କୁ କେଉଁଭଳି ଆଗକୁ ନେବା ସେନେଇ ଯୋଜନା ଉପରେ ଚର୍ଚ୍ଚା ହୋଇଥିଲା। ତାଙ୍କର ଚିନ୍ତାଧାରା ମଧ୍ୟ ମୋ’ ଭଳି। ଏଣୁ ମୋ କାମ ସହଜ ହୋଇଗଲା ବୋଲି ରୋହିତ କହିଛନ୍ତି।

Share