Posted inଖେଳ

ସାଥି ଖେଳାଳିଙ୍କ ସହ ଗୋ-ମାଂସ ସେବନ କରିଛନ୍ତି ରୋହିତ ! ସୋସିଆଲ ମିଡିଆରେ ହେଉଛନ୍ତି ଟ୍ରୋଲ

ମେଲବୋର୍ନ,୩।୧: ହୋଟେଲରେ ନଖାଇ ରେଷ୍ଟୁରାଣ୍ଟରେ ଖାଇ ଅଡୁଆରେ ଫସିଛନ୍ତି ୫ ଭାରତୀୟ ଖେଳାଳି। ସେମାନେ ବାୟୋ ସିକ୍ୟୁରିଟି ନିୟମର ଉଲ୍ଲଂଘନ କରିଛନ୍ତି କି ନାହିଁ ତାର ତଦନ୍ତ କରାଯାଉଥିବା ବେଳେ ଖେଳାଳିମାନଙ୍କୁ ଅଲଗା ଏକାନ୍ତବାସରେ ରଖାଯାଇଛି। ଘଟଣାକୁ ନେଇ ବିଶେଷଭାବେ ଉପଅଧିନାୟକ ରୋହିତ ଶର୍ମାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି। ଖାଇବା ବିଲ୍‌ର ଏକ ଫଟୋ ଯୋଗୁ ରୋହିତଙ୍କ ସହ ଅନ୍ୟମାନଙ୍କୁ ମଧ୍ୟ ସମାଲୋଚନା କରାଯାଉଛି। କାରଣ ବିଲ୍‌ରେ ବିଫ୍‌(ଗୋମାଂସ) ଥିବା ଦେଖାଯାଇଛି। ଏଣୁ ଖେଳାଳିମାନେ ଏହା ସେବନ କରିଥିବା ଲୋକେ କହୁଛନ୍ତି। ଘଟଣାଟି କେତେ ସତ କେତେ ମିଛ ତାହା ଜଣାପଡ଼ି ନ ଥିଲେ ହେଁ ଏହା ନିଆଁରେ ଘିଅ ଢ଼ାଳିବା ପରି କାମ କରୁଛି। ଅପରପକ୍ଷେ ରୋହିତଙ୍କ ପ୍ରଶଂସକ ତାଙ୍କ ସମର୍ଥନରେ ବାହାରିଛନ୍ତି। ରବିବାର‘ଆଇ ଷ୍ଟାଣ୍ଡ ଉଇଥ୍‌ ରୋହିତ’ ହାସଟ୍ୟାଗ୍‌ ଟୁଇଟରରେ ଟ୍ରେଣ୍ଡ କରୁଛି।

ନୂଆବର୍ଷ ଅବସରରେ ରୋହିତଙ୍କ ସହ ଋଷଭ ପନ୍ଥ, ଶୁଭମନ ଗିଲ, ନବଦୀପ ସାଇନି ଓ ପୃଥ୍ବୀ ଶ ରେଷ୍ଟୁରାଣ୍ଟକୁ ଖାଇବାକୁ ଯାଇଥିଲେ। ଏକାଠି ଡିନର କରୁଥିବା ବେଳେ ଜଣେ ଭାରତୀୟ ଫ୍ୟାନ୍‌ ସେମାନଙ୍କର ବିଲ୍‌ ଦେଇଥିଲେ। ଏଥିସହ ପନ୍ଥଙ୍କୁ କୁଣ୍ଡାଇ ପକାଇଥିଲେ। ଏହାର ଭିଡିଓ ଓ ଫଟୋକୁ ସେ ନିଜର ସୋସିଆଲ ପୃଷ୍ଠାରେ ଶେୟାର କରିଥିଲେ। ଭିଡିଓ ଭାଇରାଲ ପରେ ତାର ଯାଞ୍ଚ କରାଯାଉଛି। ଯାଞ୍ଚ ରିପୋର୍ଟ ଆସିବା ପର୍ଯ୍ୟନ୍ତ ୫ଜଣଙ୍କୁ ଅନ୍ୟ ଖେଳାଳିମାନଙ୍କଠାରୁ ଅଲଗା ରଖାଯାଇଛି।

ତେବେ ବିଲ୍‌ର ଫଟୋରେ ଗୋମାଂସର ଏକ ଖାଇବା ଥିବା ନେଇ ଦାବି କରାଯାଉଛି। ହୋଲି ଓ ଦୀପାବଳିରେ ପଶୁପକ୍ଷୀଙ୍କ ସୁରକ୍ଷା ପାଇଁ କଥା କହୁଥିବା ରୋହିତ ଟିମ୍‌ ସହ ମିଶି ଏଭଳି ଭାବେ ଉତ୍ସବ ମନାଉଛନ୍ତି ବୋଲି ପ୍ରଶଂସକ ମତ ରଖୁଛନ୍ତି। ହେଲେ ରୋହିତଙ୍କ ପ୍ରଶଂସକ ସବୁ ପରିସ୍ଥିତିରେ ତାଙ୍କ ସହ ଛିଡ଼ା ହେବେ ବୋଲି କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri