Posted inଖେଳ

ଗୋଟିଏ ଇନିଂସରେ ୩ଥର ଆଉଟ୍‌ ହେଲେ ରୋହିତ ଶର୍ମା

ଇନ୍ଦୋର,୧।୩: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଅଧିନାୟକ ରୋହିତ ଶର୍ମା ୨ଟି ଜୀବନଦାନ ପାଇଥିଲେ। ମିଚେଲ ଷ୍ଟାର୍କଙ୍କ ପ୍ରଥମ ଓଭରରେ ରୋହିତ ଶର୍ମା ଦୁଇଥର ଆଉଟ୍‌ ଥିଲେ ମଧ୍ୟ ସେ ପାଭିଲିୟନକୁ ଫେରି ନ ଥିଲେ। ଇନିଂସର ପ୍ରଥମ ବଲ ରୋହିତଙ୍କ ବ୍ୟାଟ୍‌ର ଧାରରେ ବାଜିଥିଲା। ସମଗ୍ର ଅଷ୍ଟ୍ରେଲିୟ ଦଳ ଅପିଲ କରିଥିଲେ, କିନ୍ତୁ ଫିଲ୍ଡ ଅମ୍ପାୟାର ନିତିନ ମେନନ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହା ପରେ ଅଧିନାୟକ ଷ୍ଟିଭ ସ୍ମିଥ ଡିଆରଏସ୍‌ ନେଇ ନ ଥିଲେ। ପରେ ଟିଭି ପରଦାରେ ରିପ୍ଲାଏରୁ ଜଣାପଡିଥିଲା ବଲ ତାଙ୍କ ବ୍ୟାଟ୍‌ର ଧାରରେ ବାଜିଛି।
ଏହା ପରେ ସମାନ ଓଭରର ଚତୁର୍ଥ ବଲ ରୋହିତଙ୍କ ବ୍ୟାଟ୍‌ ପ୍ୟାଡକୁ ଧକ୍କା ଦେଇଥିଲା। ଷ୍ଟାର୍କ ଆବେଦନ କରିଥିଲେ ମଧ୍ୟ ବାକି ଖେଳାଳିମାନେ ତାଙ୍କୁ ସମର୍ଥନ କରି ନ ଥିଲେ। ସ୍ମିଥ ପୁନର୍ବାର ଡିଆରଏସ୍‌ ନେଇ ନ ଥିଲେ। ପରେ ରିପ୍ଲାଏରୁ ଜଣାପଡିଥିଲା ରୋହିତ ଏଲବିଡବ୍ଲ୍ୟୁ ହୋଇଥିଲେ। ଯଦି ସ୍ମିଥ ଡିଆରଏସ୍‌ ନେଇ ନ ବ୍ୟବହାର କରିଥାନ୍ତେ, ତେବେ ରୋହିତ ଉଭୟ ଘଟଣାରେ ଆଉଟ୍‌ ହୋଇଥାନ୍ତେ। ତେବେ ଏହା ଘଟି ନ ଥିଲା ଏବଂ ରୋହିତ ଜୀବନଦାନ ପାଇଥିଲେ। ଏହି ଘଟଣାର ଫଟୋ କ୍ରିକେଟ ଡଟ କମ ମଧ୍ୟ ଷେୟାର କରିଛି।
ତେବେ ରୋହିତ ଏହି ଦୁଇଟି ଜୀବନଦାନର ସୁଯୋଗ ନେଇ ପାରି ନ ଥିଲେ ଏବଂ ଇନିଂସର ଷଷ୍ଠ ଓଭରରେ ସେ ଆଉଟ୍‌ ହୋଇଥିଲେ। ରୋହିତ ୨୩ ବଲରେ ୧୨ ରନ ସ୍କୋର କରିପାରି ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri