Posted inଖେଳ

ଦିନିକିଆ ଅଧିନାୟକ ପଦରୁ ହଟାଯିବା ପରେ ବଡ଼ କଥା କହିଦେଲେ ରୋହିତ: ଗମ୍ଭୀର ନୁହନ୍ତି ବରଂ ଏହି…

ମୁମ୍ବାଇ,୮।୧୦: ନିକଟରେ କ୍ରିକେଟର ରୋହିତ ଶର୍ମାଙ୍କୁ ଦିନିକିଆ କ୍ରିକେଟର ଅଧିନାୟକ ପଦରୁ ହଟାଇ ଦିଆଯାଇଛି। ଏହାର କିଛି ଦିନ ପରେ ସେ ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ଏହି ବିଜୟ ପଛରେ ଗୌତମ ଗମ୍ଭୀର ନୁହନ୍ତି ବରଂ ଅନ୍ୟ କୋଚ୍‌ ଥିବା ସ୍ପଷ୍ଟ କରିଛନ୍ତି।
ରୋହିତ ମଙ୍ଗଳବାର କହିଛନ୍ତି ଯେ, ପୂର୍ବତନ କୋଚ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳରେ ଆରମ୍ଭ ହୋଇଥିବା ପ୍ରକ୍ରିୟାଗୁଡ଼ିକୁ ଅନୁସରଣ କରିବା ଯୋଗୁ ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫି ଜିତିବାରେ ସଫଳ ହୋଇଛି। ରୋହିତ ଓ ରାହୁଲଙ୍କ କାର୍ଯ୍ୟକାଳରେ ଭାରତ ୨୦୨୩ ODI ବିଶ୍ୱକପ୍‌ ଫାଇନାଲରେ ହାରିବା ପରେ ୨୦୨୪ ଟି-୨୦ ବିଶ୍ୱକପ୍‌ ଜିତିଥିଲା। ଏହାପରେ ଭାରତୀୟ ଦଳ ୨୦୨୫ ଚାମ୍ପିଅନ୍ସ ଟ୍ରଫି ହାସଲ କରିଥିଲା।
ସିଏଟି କ୍ରିକେଟ ରେଟିଂ ପୁରସ୍କାର ସମାରୋହରେ ରୋହିତ କହିଛନ୍ତି, “ମୁଁ ସେହି ଦଳକୁ ପସନ୍ଦ କରେ ଓ ଏହା ସହ ଖେଳିବାକୁ ମଧ୍ୟ। ଆମେ ସମସ୍ତେ ଏହି ଯାତ୍ରାରେ ଅନେକ ବର୍ଷ ଧରି ଥିଲୁ। ଏହା ଗୋଟିଏ ବା ଦୁଇ ବର୍ଷର କାମ ନୁହେଁ। ବହୁ ବର୍ଷ ଧରି କାମ ଚାଲିଥିଲା। ଆମେ ଅନେକ ଥର ଟ୍ରଫି ଜିତିବାର ବହୁତ ନିକଟରେ ପହଞ୍ଚିଥିଲୁ। କିନ୍ତୁ ଜିତି ପାରି ନ ଥିଲୁ। ତେବେ ସମସ୍ତେ ନିଷ୍ପତ୍ତି ନେଇଥିଲୁ ଯେ ଆମକୁ କିଛି ଭିନ୍ନ କରିବାକୁ ହେବ। ଏହାକୁ ଦୁଇଟି ଦୃଷ୍ଟିକୋଣରୁ ଦେଖାଯାଇପାରେ। ସବୁବେଳେ ଏହି ଚିନ୍ତା ଆସେ ଯେ ଏପରି କରାଯାଉ ଓ ତା’ପରେ ସେହିପରି କରାଯାଏ। ଏହା ଜଣେ ବା ଦୁଇଜଣ ଖେଳାଳିଙ୍କ ଦ୍ୱାରା ହୋଇପାରେ ନାହିଁ। ଆମକୁ ଦରକାର ଥିଲା ଯେ ସମସ୍ତେ ଏହି ଚିନ୍ତାଧାରାକୁ ଗ୍ରହଣ କରନ୍ତୁ ଓ ଏହା ସମସ୍ତଙ୍କ ତରଫରୁ ଭଲ ଥିଲା।
ରୋହିତ କହିଛନ୍ତି, “ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ଖେଳାଳି ଚିନ୍ତା କରିଥିଲେ ଯେ କିପରି ମ୍ୟାଚ୍‌ ଜିତାଯିବ, କିପରି ନିଜକୁ ଚ୍ୟାଲେଞ୍ଜ କରାଯିବ ଓ ଆତ୍ମସନ୍ତୁଷ୍ଟ ନ ହେବା ସହ କୌଣସି ଜିନିଷକୁ ହାଲୁକା ଭାବେ ନ ନେବା। ଯେତେବେଳେ ଆମେ ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତି କରୁଥିଲୁ, ମୋତେ ଓ ରାହୁଲ ଭାଇଙ୍କୁ ଏହି ପ୍ରକ୍ରିୟାରୁ ବହୁତ ସାହାଯ୍ୟ ମିଳିଥିଲା। ଆମେ ତାହାକୁ ଚାମ୍ପିଅନ୍ସ ଟ୍ରଫିରେ ମଧ୍ୟ ବଜାୟ ରଖିଥିଲୁ।
ତେବେ ଭାରତ ଯେତେବେଳେ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା, ସେତେବେଳେ ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡ଼ ନୁହନ୍ତି, ବରଂ ଗୌତମ ଗମ୍ଭୀର ଥିଲେ। ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଦିନିକିଆ ଦଳର ନେତୃତ୍ୱ ରୋହିତ ନୁହେଁ, ଶୁଭମନ ଗିଲଙ୍କ ପାଖରେ ରହିବ। ରୋହିତ କହିଛନ୍ତି, “ମୋତେ ଯେତେବେଳେ ସୁଯୋଗ ମିଳିଛି, ମୁଁ ତିନୋଟି ଫର୍ମାଟରେ ଭଲ ଖେଳିବାକୁ ଚେଷ୍ଟା କରିଛି। ମୁଁ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବାକୁ ପସନ୍ଦ କରେ। ସେଠାରେ କ୍ରିକେଟ ଖେଳିବା ବେଶ ଚ୍ୟାଲେଞ୍ଜପୂର୍ଣ୍ଣ। ସେଠାରେ ଖେଳିବାର ବହୁତ ଅଭିଜ୍ଞତା ଅଛି, ତେଣୁ କିପରି ଖେଳିବାକୁ ହେବ ଜଣାଅଛ ବୋଲି ସେ କହିଛନ୍ତି।
Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଛିଡା ହୋଇଛି ପାଣି ଟ୍ୟାଙ୍କର, ତଳୁ ଚକା ଖୋଲି ନେଇଗଲେ…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଧେରେଣ୍ଡି ଗ୍ରାମ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ ଉନ୍ନତିକରଣ କାମ ପାଇଁ ବ୍ୟବହାର…

ରାଜ୍ୟ ସଭା ନିର୍ବାଚନରେ ବିଜେଡି ଖାଇଲା ଚକ୍‌ମା, ଏମାନେ କରିଛନ୍ତି କ୍ରସ୍‌ ଭୋଟିଂ, ସାମ୍ନାକୁ ଆସିଲା ନାଁ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଭାଜପାର ୨ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍‌ କୁମାର ଏବଂ ବିଜେଡିର ସଂତୃପ୍ତ ମିଶ୍ର ବିଜୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri