Categories: ଖେଳ

ଖାଲି ଅଧିନାୟକତ୍ୱ ନୁହେଁ, ବ୍ୟାଟିଂରେ ବି ଫ୍ଲପ୍‌

ମୁମ୍ବାଇ,୧୬।୪: ଚଳିତ ଆଇପିଏଲ୍‌ ସିଜନରେ ନିରାଶଜନକ ପ୍ରଦର୍ଶନ ଜାରି ରଖିଛି ମୁମ୍ବାଇ ଇଣ୍ଡିଆନ୍ସ। ଦଳ ଏଯାବତ ୬ଟି ମୁକାବିଲା ଖେଳିଥିବା ବେଳେ ସବୁଥିରେ ପରାଜିତ ହୋଇଛି। ଟୁର୍ନାମେଣ୍ଟ ଇତିହାସର ସବୁଠାରୁ ସଫଳ ଦଳର ଏଭଳି ସ୍ଥିତି ପ୍ରଶଂସକଙ୍କୁ ବ୍ୟଥିତ କରିଛି। ଏପରିକି ରୋହିତ ଶର୍ମାଙ୍କ ଅଧିନାୟକତ୍ୱକୁ ନେଇ ପ୍ରଶ୍ନ ଉଠୁଛି।

ଶନିବାର ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ବିପକ୍ଷରେ ଖେଳାଯାଇଥିବା ମୁକାବିଲାରେ ରୋହିତ ମାତ୍ର ୬ ରନ୍‌ କରିଥିଲେ। ଏଯାବତର ଯାତ୍ରା ଦେଖିଲେ ୩୪ ବର୍ଷୀୟ ଏହି କ୍ରିକେଟର ପୂର୍ବ ଫର୍ମରେ ନ ଥିବା ଦେଖାଯାଉଛି। ଚଳିତ ସିଜନରେ ୬ ମ୍ୟାଚ୍‌ରେ ସେ ମାତ୍ର ୧୧୪ ରନ୍‌ କରିଛନ୍ତି। ସେଥିରେ ୪୧ ତାଙ୍କର ସର୍ବାଧିକ ସ୍କୋର ରହିଛି।

କେବଳ ଯେ ବ୍ୟାଟିଂ ତାହା ନୁହେଁ, ଅଧିନାୟକ ଭାବେ ମଧ୍ୟ ସେ ଫିକା ପଡ଼ିଛନ୍ତି। ୫ ଥରର ଚାମ୍ପିଆନ ଟିମ୍‌ର ସେ ନେତୃତ୍ୱ ନେଇସାରିଥିବା ବେଳେ ଚଳିତ ଥର କିନ୍ତୁ ତାଙ୍କର ଲୟ ଅନେକଙ୍କୁ ଚକିତ କରିଛି।

Share