Categories: ଖେଳ

ରୋହିତ ଶର୍ମାଙ୍କୁ ୧୨ ଲକ୍ଷ ଟଙ୍କା ଜୋରିମନା

ଚେନ୍ନାଇ,୨୧।୪: ଆଇପିଏଲର ୧୪ତମ ମ୍ୟାଚରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସଠାରୁ ୬ ଉଇକେଟରେ ପରାସ୍ତ ହୋଇଛି। ମୁମ୍ବାଇ ଉପରେ ଏହି ଚମତ୍କାର ବିଜୟ ସହିତ ଦିଲ୍ଲୀ ଡିଫେଣ୍ଡିଂ ଚାମ୍ପିଅନ୍ସ ଦଳ ମୁମ୍ବାଇ ବିପକ୍ଷରେ କ୍ରମାଗତ ପାଞ୍ଚଟି ପରାଜୟର କ୍ରମ ଭାଙ୍ଗିଛି। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଦିଲ୍ଲୀକୁ ୧୩୮ ରନର ଟାର୍ଗେଟ ଦେଇଥିଲା, ଏହାର ଜବାବରେ ରିଷଭ ପନ୍ତଙ୍କ ଦଳ ୫ଟି ବଲ ବାକି ଥାଇ ୪ ଉଇକେଟ୍‌ ହରାଇ ଲକ୍ଷ୍ୟ ହାସଲ କରିଥିଲା। ଚଳି ଟୁର୍ନାମେଣ୍ଟରେ ଏହା ହେଉଛି ମୁମ୍ବାଇର ଦ୍ୱିତୀୟ ପରାଜୟ।
ଏହି ପରାଜୟ ପରେ ଅଧିନାୟକ ରୋହିତଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି। ରୋହିତଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜୋରିମନା ଲଗାଯାଇଛି। ମନ୍ଥର ଓଭର ହାର ପାଇଁ ରୋହିତଙ୍କୁ ଜୋରିମନା କରାଯାଇଥିଲା। ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ମୁମ୍ବାଇ ଦଳ ପୂରା ଓଭର ବୋଲିଂ କରିପାରି ନ ଥିଲା। ଆଇପିଏଲର ଏହି ସିଜନରେ ଏହା ମୁମ୍ବାଇର ପ୍ରଥମ ଭୁଲ ଏବଂ ତାଙ୍କୁ ଆଇପିଏଲ ଆଚରଣ ସଂହିତା ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ବିସିସିଆଇ ଏକ ନିୟମ କରିଛି ଯେ ପ୍ରତ୍ୟେକ ଦଳକୁ ୯୦ ମିନିଟରେ ନିଜର ୨୦ ଓଭର ପୂରଣ କରିବାକୁ ପଡିବ। ଏହି ଅନୁଯାୟୀ, ପ୍ରତ୍ୟେକ ଦଳକୁ ଏକ ଘଣ୍ଟାରେ ୧୪.୧୧ ଓଭର ପକାଇବାକୁ ପଡିବ। ଆଇପିଏଲର ଆଚରଣ ସଂହିତା ଅନୁଯାୟୀ, ପ୍ରଥମ ଥର ପାଇଁ ଏହି ନିୟମକୁ ଉଲ୍ଲଂଘନ କରିବା ଅର୍ଥ ହେଉଛି ୧୨ ଲକ୍ଷ ଟଙ୍କା ଜୋରିମନା ଏବଂ ଯଦି ଆଗାମୀ ଦୁଇଟି ମ୍ୟାଚରେ ଏହି ଭୁଲ ପୁଣିଥରେ ଘଟେ, ତେବେ ଅଧିନାୟକଙ୍କୁ କଠୋର ଦଣ୍ଡର ସମ୍ମୁଖୀନ ହୋଇପାରେ।

Share