୧୨ ଲକ୍ଷ ଟଙ୍କା ଜୋରିମନା ଦେବେ ରୋହିତ ଶର୍ମା

ମୁମ୍ବାଇ,୨୮।୩: ଆଇପିଏଲ ୨୦୨୨ର ଦ୍ୱିତୀୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଏହି ମ୍ୟାଚରେ ଦିଲ୍ଲୀ ସମ୍ମୁଖରେ ୧୭୮ରନ ଟାର୍ଗେଟ ରଖିଥିଲା। ଏହାର ଜବାବରେ ଦିଲ୍ଲୀ ମୁମ୍ବାଇ ଇଣ୍ଡିଆନ୍ସକୁ ୪ ଉଇକେଟରେ ପରାସ୍ତ କରିଛି। ପୁଣି ଥରେ ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ଆଇପିଏଲର ଆରମ୍ଭ ଅତ୍ୟନ୍ତ ଖରାପ ଥିଲା। କିନ୍ତୁ ବର୍ତ୍ତମାନ ରୋହିତଙ୍କୁ ଏହି ପରାଜୟ ଅପେକ୍ଷା ଏକ ବଡ଼ ଦଣ୍ଡ ଦେବାକୁ ପଡିବ।
ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମାଙ୍କୁ ୧୨ ଲକ୍ଷ ଟଙ୍କା ଜୋରିମନା କରାଯାଇଛି। ମୁମ୍ବାଇ ଇଣ୍ଡିଆନ୍ସକୁ ମନ୍ଥର ଓଭର ହାର ପାଇଁ ଜୋରିମନା କରାଯାଇଛି ବୋଲି ଜଣାପଡିଛି।
ମୁମ୍ବାଇ ଇଣ୍ଡିଆନ୍ସ ହେଉଛି ଆଇପିଏଲର ସବୁଠାରୁ ସଫଳ ଦଳ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୨୦୧୩, ୨୦୧୫, ୨୦୧୭,୨୦୧୯ଏବଂ ୨୦୨୦ରେ ଆଇପିଏଲ ଟାଇଟଲ ଜିତିଛି।

Share