Categories: ଖେଳ

ରୋହିତ ଶର୍ମା କଲେ ଏମିତି କାମ, ପ୍ରଶଂସକ ଆଶ୍ଚର୍ଯ୍ୟ: ଦେଖନ୍ତୁ ଭିଡିଓ

ଜୟପୁର,୧୮।୧୧: ରୋହିତ ଶର୍ମା ଟି -୨୦ ଅଧିନାୟକ ଭାବରେ ପ୍ରଥମ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ଉଇକେଟ୍‌ରେ ଜିତିଥିଲା। ଏହାସହ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ହାସଲ କରିଛି। ଏହି ମ୍ୟାଚ ସମୟରେ କିଛି ଘଟିଥିଲା, ଯାହା ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଭାରତର ବ୍ୟାଟିଂ ସମୟରେ ଟିମ ଇଣ୍ଡିଆର ଡଗଆଉଟ୍‌ରେ ଅଧିନାୟକ ରୋହିତ ଶର୍ମା ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ସହ ଏମିତି କିଛି କରିଥିଲେ, ଯାହାର ଭିଡିଓ ଟୁଇଟରରେ ଭାଇରାଲ ହେବାରେ ଲାଗିଛି।
ମ୍ୟାଚ ସମୟରେ ରୋହିତ ଶର୍ମା ଡଗଆଉଟରେ ବସିଥିବା ବେଳେ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ଚାପୁଡ଼ା ମାରିଥିଲେ। ଯଦିଓ ରୋହିତ ଶର୍ମା ଏହାକୁ ଏକ ମଜାଳିଆ ଢଙ୍ଗରେ କରିଥିଲେ। ଏହି ଭିଡିଓରେ ପ୍ରଶଂସକମାନେ ମଧ୍ୟ ବହୁତ ମଜା ନେଇଛନ୍ତି। ଟିମ ଇଣ୍ଡିଆ ବିଜୟ ଆଡକୁ ଯାଉଥିଲାବେଳେ ରୋହିତ ସିରାଜଙ୍କ ସହ ମଜା କରୁଥିଲେ ଏବଂ ପରେ କ୍ୟାମେରାମ୍ୟାନ ଏହି ଦୃଶ୍ୟକୁ କଏଦ କରିଥିଲେ। ଏକ ମଜାଳିଆ ଢଙ୍ଗରେ ହିଟମ୍ୟାନ ସିରାଜଙ୍କୁ ପଛରୁ ଚାପୁଡ଼ା ମାରିଥିଲେ। ଏହି ମ୍ୟାଚରେ ମହମ୍ମଦ ସିରାଜ ଗୋଟିଏ ଉଇକେଟ ନେଇଥିଲେ।

Share