Categories: ଖେଳ

ଶଳାଙ୍କ ବିବାହରେ ଧୁମ୍‌ ନାଚିଲେ ଅଧିନାୟକ ରୋହିତ ଶର୍ମା, ଭିଡିଓ ଦେଖି ପ୍ରଶଂସକ ଚକିତ

ନୂଆଦିଲ୍ଲୀ,୧୭।୩: ଭାରତୀୟ ଟିମ୍‌ର ଅଧିନାୟକ ରୋହିତ ଶର୍ମାଙ୍କୁ ଶାନ୍ତ ଖେଳାଳି ଭାବେ ବିବେଚନା କରାାଏ। କାରଣ ଦଳର କୌଣସି ମଜାମସ୍ତି କଥା ଉଠେ ସେ ଏକ କୋଣରେ ଛିଡ଼ା ହୋଇ ଉପଭୋଗ କରୁଥିବା ନଜର ଆସିଥାଏ। ହେଲେ ଯେତେବେଳେ ତାଙ୍କର ଶଳାଙ୍କ ବିବାହ କଥା ଆସିଛି ସେ ଚୁପ୍‌ ହୋଇ ରହିବାକୁ ଉଚିତ ମଣି ନାହାନ୍ତି। ଏଭଳି ସ୍ଥିତିରେ ସ୍ତ୍ରୀ ରିତିକାଙ୍କ ସହ ମଞ୍ଚରେ ଧୁମ୍‌ ନାଚିଛନ୍ତି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଭିଡିଓରେ ରୋହିତ କଳା କୁର୍ତ୍ତା ସହ ଲାଲ ରଙ୍ଗର ଓଢ଼ଣୀ ପକାଇଥିବା ଦେଖାଯାଇଛି। ସେ ଅନ୍ୟ ଦୁଇଜଣଙ୍କ ସହ ମିଶି ଧୁମ୍‌ ନାଚୁଛନ୍ତି। ଏହା ଦେଖି ସେଠାରେ ଉପସ୍ଥିତ ଅତିଥିମାନେ ଚକିତ ହେବା ସହ କରତାଳି ଦେଉଛନ୍ତି। ଏଥିସହ ସୋସିଆଲ ମିଡିଆରେ ମଧ୍ୟ ପ୍ରଶଂସକମାନେ ମଜାଦାର ପ୍ରତିକ୍ରିୟା ଦେଉଛନ୍ତି।

ତେବେ ରୋହିତ ଏହି ପାରିବାରିକ ଉତ୍ସବ ଲାଗି ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରୁ ବିରତି ନେଇଛନ୍ତି। ଫଳରେ ଶୁକ୍ରବାର ମୁମ୍ବାଇରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି।

Share