ଧର୍ମଶାଳା,୧୩ା୬: ରୋହିତ ଶର୍ମା ଏବେ ଆନୁଷ୍ଠାନିକ ଭାବରେ ଭାରତୀୟ କ୍ରିକେଟ୍ ଦଳ ପାଇଁ ଓଡିଆଇ ଖେଳିଥିବା ସବୁଠାରୁ ବୟସ୍କ ଖେଳାଳି ହୋଇପାରିଛନ୍ତି। ସେ ମୋହିନ୍ଦର ଅମରନାଥଙ୍କ ୩୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ଧର୍ମଶାଳାରେ ଖେଳାଯାଉଥିବା ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ପ୍ରଥମ ଓଡିଆଇ ପାଇଁ ରୋହିତ ପ୍ଲେଇଂ ଇଲେଭେନର ଅଂଶ।
ଧର୍ମଶାଳାରେ ଖେଳାଯାଉଥିବା ପ୍ରଥମ ଓଡିିଆଇ ନିର୍ଦ୍ଧାରିତ ସମୟଠାରୁ ୪ ଘଣ୍ଟା ୧୫ ମିନିଟ୍ ବିଳମ୍ବରେ ଆରମ୍ଭ ହୋଇଥିଲା। ଶୁଭମନ ଗିଲ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ରୋହିତ ଶର୍ମା ପଡ଼ିଆକୁ ଓହ୍ଲାଇବା ମାତ୍ରେ ସେ ୩୭ ବର୍ଷ ଧରି ବଜାୟ ଥିବା ମୋହିନ୍ଦର ଅମରନାଥଙ୍କ ରେକର୍ଡ ଭାଙ୍ଗି ଦେଇଥିଲେ। ଆଜି ପର୍ଯ୍ୟନ୍ତ ସେ ଭାରତ ପାଇଁ ଓଡିଆଇ ଖେଳିଥିବା ସବୁଠାରୁ ବୟସ୍କ ଖେଳାଳି। ସେ ୧୯୮୯ ଅକ୍ଟୋବର ୩୦ରେ ୩୯ ବର୍ଷ ୩୬ ଦିନ ବୟସରେ ତାଙ୍କର ଶେଷ ମ୍ୟାଚ୍ ଖେଳିଥିଲେ।
ରୋହିତ ଶର୍ମା ଆଜି ଆଫଗାନିସ୍ତାନ ବିପକ୍ଷରେ ପ୍ରଥମ ଓଡିଆଇ ଖେଳୁଛନ୍ତି। ବର୍ତ୍ତମାନ ତାଙ୍କର ବୟସ ୩୯ ବର୍ଷ ୪୪ ଦିନ। ରୋହିତ ଏବେ ଭାରତ ପାଇଁ ଓଡିଆଇ ଖେଳିଥିବା ସବୁଠାରୁ ବୟସ୍କ ଖେଳାଳି ହୋଇଯାଇଛନ୍ତି। ସାମଗ୍ରିକ ଭାବରେ ଏହି ରେକର୍ଡ ନେଦରଲାଣ୍ଡର ନୋଲାନ କ୍ଲାର୍କଙ୍କ ନାମରେ ଅଛି, ଯିଏ ୪୭ ବର୍ଷ ୨୫୭ ଦିନ ବୟସରେ ଏକ ଦିନିକିଆ ଖେଳିଥିଲେ।