Categories: ଖେଳ

ନୂଆ ବିଶ୍ୱ ରେକର୍ଡ କଲେ ରୋହିତ ଶର୍ମା, ମାର୍ଟିନ- ଗେଲଙ୍କୁ ପଛରେ ପକାଇଲେ

ଚେନ୍ନାଇ,୧୩।୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ହିଟ୍‌ମ୍ୟାନ୍‌ ଜବରଦସ୍ତ ବ୍ୟାଟିଂ କରୁଛନ୍ତି। ୧୩୦ ବଲ୍‌ ଖେଳି ସେ ନିଜ କ୍ୟାରିୟରର ୭ମ ଶତକ ପୂରଣ କରିଛନ୍ତି। ୧୪ ଚଉକା ଏବଂ ୨ ଛକା ବଳରେ ସେ ଏହା କରିଛନ୍ତି।
ନିଜର ଆତ୍କାମଣାତ୍ମକ ଶୈଳୀକୁ ନେଇ ପରିଚିତ ରୋହିତ ମ୍ୟାଚ୍‌ ଆରମ୍ଭରୁ ଫର୍ମରେ ନଜର ଆସିଥିଲେ। ସେ ନିଜ ଶତକୀୟ ପାଳିର ଦ୍ୱିତୀୟ ଛକା ମାରିବା ପରେ ରେକର୍ଡ କରିଥିଲେ। ଘରୋଇ ମଇଦାନରେ ୨୦୦ ଅନ୍ତରାଷ୍ଟ୍ରୀୟ ଛକା ମାରିଥିବା ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ପାଲଟିଛନ୍ତି ସେ। ଏହି ଉପଲବ୍ଧି ରୋହିତ ଭାରତରେ ନିଜର ୧୨୩ତମ ପାଳିରେ ହାସଲ କରିଛନ୍ତି।
ବିଶ୍ୱସ୍ତରୀୟ କ୍ରିକେଟରଙ୍କୁ ଦେଖିଲେ ରୋହିତ ଏଭଳି କରିବାରେ ବିଶ୍ୱର ୪ର୍ଥ ବ୍ୟାଟ୍ସମ୍ୟାନ୍‌ ପାଲଟିଛନ୍ତି। ତାଙ୍କ ପୂର୍ବରୁ ମାର୍ଟିନ ଗଷ୍ଟିଲ ଏବଂ ବ୍ରେଡନ୍‌ ମୈକୁଲମ ଏବଂ କ୍ରିସ୍‌ ଗେଲ ଏହି ଉପଲବ୍ଧି ହାସଲ କରିଛନ୍ତି। ମାର୍ଟିନ ୧୬୧ ପାଳିରେ ରେକର୍ଡର ଅଧିକାରୀ ହୋଇଥିବା ବେଳେ ରୋହିତ ତାଙ୍କୁ କାଟି ବିଶ୍ୱ ରେକର୍ଡ କରିଛନ୍ତି।

Share