Categories: ଖେଳ

ଟିମ୍‌ ଇଣ୍ଡିଆକୁ ଝଟ୍‌କା: ଦ୍ୱିତୀୟ ଟେଷ୍ଟରୁ ବି ବାଦ୍‌ ପଡ଼ିଲେ ରୋହିତ, ଏହି ଖେଳାଳି ବି ଆହତ

ନୂଆଦିଲ୍ଲୀ,୧୦।୧୨: ବାଲାଂଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଟିମ୍‌ ଇଣ୍ହିଆକୁ ବଡ଼ ଝଟ୍‌କା ଲାଗିଛି। ନିୟମିତ ଅଧିନାୟକ ରୋହିତ ଶର୍ମା ଏବଂ ଦ୍ରୁତ ବୋଲର ନବଦୀପ ସାଇନି ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରୁ ବାହାର ହୋଇଛନ୍ତି। ଡିସେମ୍ବର ୧୧ରୁ ଏହି ମ୍ୟାଚ୍‌ ଖେଳାଯିବ। ରୋହିତ ଆହତ କାରଣରୁ ପ୍ରଥମ ମ୍ୟାଚ୍‌ ଖେଳିପାରି ନ ଥିଲେ। ଏବେ ସେ ଦ୍ୱିତୀୟ ମ୍ୟାଚ୍‌ ଲାଗି ମଧ୍ୟ ଉପଲବ୍ଧ ରହିବେ ନାହିଁ ବୋଲି ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ରୋହିତଙ୍କ ବାମ ଆଙ୍ଗୁଠିରେ ଆଘାତ ଲାଗିଥିବା ବେଳେ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବା ଲାଗି ସମୟ ଲାଗିପାରେ। ସେହିଭଳି ନବଦୀପ ମଧ୍ୟ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ତାଙ୍କୁ ବାଙ୍ଗାଲୋର ସ୍ଥିତ ନ୍ୟାଶନାଲ କ୍ରିକେଟ ଏକାଡେମୀକୁ ପଠାଇ ଦିଆଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିବ।

କହିରଖୁଛୁ ଯେ, ଭାରତ-ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଡିସେମ୍ବର ୨୨ରୁ ୨୬ ଯାଏ ଚାଲିବ। ଏହି ମ୍ୟାଚ୍‌ ଢ଼ାକାରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ଭାରତ ଚଟ୍ଟୋଗ୍ରାମ ଟେଷ୍ଟକୁ ୧୮୮ ରନ୍‌ରେ ଜିତି ନେଇ ସିରିଜରେ ୧-୦ରେ ଆଗୁଆ ରହିଛି। ଏଣୁ ଦଳ ଦ୍ୱିତୀୟ ମ୍ୟାଚ୍‌ ଜିତି ସିରିଜ ଉପରେ କବ୍ଜା କରିବାକୁ ଚାହିଁବ।

Share