Posted inଖେଳ

ବଡ଼ ରେକର୍ଡ ହାସଲ କଲେ ରୋହିତ ଶର୍ମା

ମେଲବୋର୍ନ,୭।୧୧: ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପ୍‌ର ସେମିଫାଇନାଲରେ ଭାରତୀୟ ଦଳ ପହଞ୍ଚିଛି। ଏବେ ନକଆଉଟ ମ୍ୟାଚରେ ଭାରତ ଇଂଲଣ୍ଡକୁ ଭେଟିବ। ଯଦିଓ ଟିମ ଇଣ୍ଡିଆ ସେମିଫାଇନାଲରେ ପହଞ୍ଚିଛି, କିନ୍ତୁ ଅଧିନାୟକ ରୋହିତ ଶର୍ମାଙ୍କ ଫର୍ମ ଏହି ଟୁର୍ନାମେଣ୍ଟକୁ ଚିନ୍ତାର ବିଷୟ ପାଲଟିଛି। ସେ ଏପର୍ଯ୍ୟନ୍ତ ପାଞ୍ଚଟି ମ୍ୟାଚରେ ମାତ୍ର ଗୋଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି। ତେବେ ଜିମ୍ବାୱେ ବିପକ୍ଷରେ ବିଜୟ ହାସଲ ପରେ ରୋହିତ ଏକ ରେକର୍ଡ ହାସଲ କରିଛନ୍ତି।
ଏକ କ୍ୟାଲେଣ୍ଡର ବର୍ଷରେ ଅଧିନାୟକ ଭାବରେ ରୋହିତ ସର୍ବାଧିକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଜିତିଥିବା ଖେଳାଳି ହୋଇଛନ୍ତି। ରୋହିତ ଚଳିତ ବର୍ଷ ୨୮ଟି ମ୍ୟାଚରେ ଟିମ ଇଣ୍ଡିଆର ଅଧିନାୟକତ୍ୱ କରିଛନ୍ତି ଏବଂ ଦଳ ୨୧ଟି ଜିତିଛି। ରୋହିତଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଚଳିତ ବର୍ଷ ୭ଟି ମ୍ୟାଚ ହାରିଛି। ଏହି ପରିପ୍ରେକ୍ଷୀରେ ରୋହିତ ପାକିସ୍ତାନ ଅଧିନାୟକ ବାବର ଆଜାମଙ୍କୁ ପଛରେ ପକାଇଛନ୍ତି। ଗତ ବର୍ଷ ୨୯ଟି ମ୍ୟାଚରେ ବାବର ଅଧିନାୟକ ଭାବେ ପାକିସ୍ତାନ ଦଳକୁ ୨୦ଟି ମ୍ୟାଚ ଜିତାଥିଲେ। ପାକିସ୍ତାନ ୬ଟି ମ୍ୟାଚ ହାରିଥିଲା ଏବଂ ତିନୋଟି ମ୍ୟାଚର ଫଳାଫଳ ଶୂନ ଥିଲା।
ରୋହିତ ଗତ ଏକ ବର୍ଷ ମଧ୍ୟରେ ଭାରତକୁ ଟି-୨୦ର ଶୀର୍ଷକୁ ନେଇଥିଲେ। ଟିମ ଇଣ୍ଡିଆ ବର୍ତ୍ତମାନ ଟି-୨୦ ର଼୍ୟାଙ୍କିଙ୍ଗରେ ଏକ ନମ୍ବର ଦଳ। ତାଙ୍କ ଅଧିନାୟକତ୍ୱରେ ଭାରତ ଚଳିତ ବର୍ଷ ଦେଶ ତଥା ବିଦେଶରେ ସମସ୍ତ ଦ୍ୱିପାକ୍ଷିକ ଟି-୨୦ ସିରିଜ ଜିତିଛି। ତେବେ ତାଙ୍କୁ କିଛି ଟି-୨୦ ସିରିଜରେ ମଧ୍ୟ ବିଶ୍ରାମ ଦିଆଯାଇଥିଲା। ୨୦୨୨ରେ ଭାରତ ମୋଟ ୩୭ ଟି-୨୦ ମ୍ୟାଚ ଖେଳିଥିଲା, ଯାହା କୌଣସି ଦଳ ଦ୍ୱାରା ସର୍ବାଧିକ। ଟିମ ଇଣ୍ଡିଆ ଏଥିମଧ୍ୟରୁ ୨୭ଟି ମ୍ୟାଚ ଜିତିଛି। ଟିମ ଇଣ୍ଡିଆକୁ ନଅଟି ମ୍ୟାଚ୍‌ରେ ପରାଜୟର ସମ୍ମୁଖୀନ ହେବାକୁ ପଡୁଥିବାବେଳେ ଗୋଟିଏ ମ୍ୟାଚର ଫଳାଫଳ ଶୂନ ଥିଲା। ୩୭ଟି ମ୍ୟାଚ ମଧ୍ୟରୁ ୨୮ରେ ରୋହିତ ଶର୍ମା ଅଧିନାୟକ ଥିଲେ। ଏଥି ସହିତ ଚଳିତ ବର୍ଷ ହାର୍ଦ୍ଦିକ ପାଣ୍ଡ୍ୟା, ରିଷଭ ପନ୍ତ ମଧ୍ୟ ଟି-୨୦ରେ ଟିମ ଇଣ୍ଡିଆର ଦାୟିତ୍ୱ ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର କେଭି ପାଇଁ ୭ ପିଜିଟି ଶିକ୍ଷକ ଅନୁମୋଦନ, + ୨ ଖୋଲିବା ନେଇ ଅଧ୍ୟକ୍ଷ…

ଭଞ୍ଜନଗର,୩୦ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଆଜକୁ ୧୬ ବର୍ଷ ହେବ ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଅବ୍ୟବହୃତ ହଷ୍ଟେଲ କୋଠାରେ…

ଇରାନ-ଆମେରିକା ମଧ୍ୟରେ ହୋଇଗଲା ଡିଲ? କାମ ଦେଲା କି ପାକିସ୍ତାନର ମଧ୍ୟସ୍ଥତା?

ତେହରାନ୍‌,୩୦।୩: ଇରାନ ଏବଂ ଆମେରିକା ମଧ୍ୟରେ ବିବାଦ ଯୋଗୁ, ହର୍ମୁଜ ପ୍ରଣାଳୀ ବନ୍ଦ ରହିଛି, ଯାହା ସିଧାସଳଖ ସାମୁଦ୍ରିକ ଯାତାୟାତକୁ ପ୍ରଭାବିତ କରୁଛି। ଏହି ପରିସ୍ଥିତି ମଧ୍ୟରେ,…

ଆଜି ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ, ଦଳର ବରିଷ୍ଠ ନେତା କରୁଛନ୍ତି ଘନଘନ ବୈଠକ

ପାଟ୍‌ନା,୩୦ା୩: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ବିଧାନସଭା ପରିଷଦରୁ ଇସ୍ତଫା ଦେବାର ସମ୍ଭାବନାକୁ ନେଇ ସୋମବାର ରାଜନୈତିକ ବାତାବରଣ ବେଶ୍‌ ସରଗରମ ରହିଛି। ଦଳର ବରିଷ୍ଠ…

ଟ୍ରମ୍ପଙ୍କ ମନ୍ତବ୍ୟ ପରେ, ନୂଆ ବୟାନ ଜାରି କଲେ ମୋଜତାବା ଖାମେନେଇ; ଜାଣନ୍ତୁ ସେ କାହାକୁ ଦେଲେ ଧନ୍ୟବାଦ

ତେହରାନ୍‌,୩୦।୩: ଏକ ଲିଖିତ ବାର୍ତ୍ତାରେ, ଇରାନର ନୂଆ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ, ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧରେ ସମର୍ଥନ ପାଇଁ ଇରାକର ଜନସାଧାରଣଙ୍କ ପ୍ରତି…

ଧାନ ସଂଗ୍ରହ କଣ୍ଟକୁ ଦିନେ, ଜିଦିରେ ଅଟଳ ଚାଷୀ

ବାହାନଗା/ତିହିଡ଼ି/ ଭଣ୍ଡାରିପୋଖରୀ, ୩୦ା୩ (ଅରୂପ କୁମାର ଦାସ/ସଞ୍ଜିତ ବଳ/ ରାଜେନ୍ଦ୍ର ଶତପଥୀ ): ବାଲେଶ୍ୱର ଜିଲା ବାହାନଗା ବ୍ଲକ୍‌ ଖନ୍ତାପଡ଼ାଠାରେ ଚାଷୀ ଅସନ୍ତୋଷ ଦେଖିବାକୁ ମିଳିଛି। ଟୋକନ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

‘ପାକିସ୍ତାନ ଉପରେ ଆମେରିକା-ଇରାନର ଭରସା…,’ ବିବାଦ ମଧ୍ୟରେ ପାକିସ୍ତାନର ଆଶ୍ଚର୍ଯ୍ୟଜନକ ଦାବି

ଇସଲାମାବାଦ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ପାକିସ୍ତାନ କହିଛି ଯେ ଆମେରିକା ଏବଂ ଇରାନ ଉଭୟ ମଧ୍ୟସ୍ଥତା ଭାବରେ ଏହାର ଭୂମିକା ଉପରେ ବିଶ୍ୱାସ ପ୍ରକାଶ କରିଛନ୍ତି।…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri