ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ରୋହିତଙ୍କ ପ୍ରଶଂସା

ସମ୍ବଲପୁର,୧୯ା୮(ଭବାନୀ ଶଙ୍କର ଭୋଇ): ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଶନିବାର ଅଚାନକ ସମ୍ବଲପୁର ସଦର ତହସିଲ କାର୍ଯ୍ୟାଳୟରେ ପହଞ୍ଚି ସ୍ଥିତି ପରଖିଥିଲେ। ମନ୍ତ୍ରୀଙ୍କ ଆକସ୍ମିକ ପରିଦର୍ଶନ କାର୍ଯ୍ୟକ୍ରମକୁ ତାଙ୍କର ସମର୍ଥକ ଓ ଜନସାଧାରଣ ସାମାଜିକ ଗଣମାଧ୍ୟମରେ ବେଶ୍‌ ପ୍ରଶଂସା କରୁଛନ୍ତି। ମନ୍ତ୍ରୀମାନେ ସରକାରୀ କାର୍ଯ୍ୟାଳୟରେ ପହଞ୍ଚି ସରକାରୀ ବାବୁମାନଙ୍କ କାର୍ଯ୍ୟର ସମୀକ୍ଷା କରିବା ନେଇ ମତାମତ ଦେଉଛନ୍ତି। ତେବେ ହ୍ବାଟ୍ସଆପରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ସମ୍ବଲପୁର ଜିଲା ସଭାପତି ଇଂ. ରୋହିତ ପୂଜାରୀ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଏକ ଭିଡିଓ ଶେୟାର କରି ପ୍ରଶଂସା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ବିରୋଧୀ ବିଜେଡିର ନେତା ଭାଜପା ସରକାରଙ୍କ ମନ୍ତ୍ରୀଙ୍କୁ ପ୍ରଶଂସା କରିବା ହୁଏତ ନୂଆ କିମ୍ବା ପ୍ରଥମ ଘଟଣା ନୁହେଁ। ତେବେ ସରକାରୀ କର୍ମଚାରୀ ଏବଂ ଅଧିକାରୀମାନଙ୍କ ବାବୁଗିରି ନେଇ ଲୋକଙ୍କ ଅଭିଯୋଗ ଏବଂ ଆକ୍ରୋଶ ରହିଆସିଥିବା ବେଳେ ବିରୋଧୀ ଦଳର ଜଣେ ନେତାଙ୍କ ଏଭଳି ସ୍ତୁତିଗାନକୁ ନେଇ ସାମାଜିକ ଗଣମାଧ୍ୟମରେ ବିତର୍କ ଆରମ୍ଭ ହୋଇଛି। ୨୪ବର୍ଷ ଧରି ବିଜେଡି ସରକାରରେ ଥିବା ବେଳେ ରୋହିତ ନିଜେ ମଧ୍ୟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି। ତେଣୁ ବହୁ ବର୍ଷ ଧରି ସମ୍ବଲପୁର ତହସିଲ କାର୍ଯ୍ୟାଳୟରେ ରହି ଆସିଥିବା ଅବ୍ୟବସ୍ଥା ନେଇ ସେ ଆଗରୁ ସୂଚନା ପାଇଥିଲେ ନା ନାହିଁ ବୋଲି କେତେଜଣ ଲୋକ ସୋସିଆଲ ମିଡିଆରେ ପ୍ରଶ୍ନ କରିଛନ୍ତି। ପୁଣି ନିଜେ କାହିଁକି ମନ୍ତ୍ରୀ ଭାବେ ଆଗରୁ ଏଭଳି ପରିଦର୍ଶନ କରି ନ ଥିଲେ ବୋଲି ଆଉ କେତେକ ପ୍ରଶ୍ନ ପଚାରିଛନ୍ତି। ତେବେ ରୋହିତ ପୂଜାରୀ ନିଜ ପୋଷ୍ଟରେ ପ୍ରକୃତରେ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ପ୍ରଶଂସା କରିବା ଛଳରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ତହସିଲ କାର୍ଯ୍ୟାଳୟ ଯାଇ ତଦାରଖ କରି ନ ଥିଲେ ବୋଲି ଲେଖିଥିଲେ। ଏହାପରେ ଜୟନାରାୟଣଙ୍କ ସମର୍ଥକମାନେ ରୋହିତଙ୍କ ଉପରେ ସାମାଜିକ ଗଣମାଧ୍ୟମରେ ଆକ୍ରମଣ ଆରମ୍ଭ କରିଥିଲେ। ପୂର୍ବ ସରକାରଙ୍କ ଅପାରଗତାକୁ ରୋହିତ ସ୍ବୀକାର କରୁଛନ୍ତି କି ବୋଲି ପାଲଟା ପ୍ରଶ୍ନ ପଚାରିଛନ୍ତି। ଏଭଳି ଆରୋପ ପ୍ରତ୍ୟାରୋପକୁ ନେଇ ଶନିବାର ରାତିସାରା ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏପରିକି ରୋହିତଙ୍କ ପୋଷ୍ଟକୁ ନେଇ ରବିବାର ଲୋକେ ଭିନ୍ନ ମତ ପ୍ରକାଶ କରିଛନ୍ତି। ଅନେକେ ରୋହିତ ଜଣେ ରାଜନେତା ଭାବେ ଭଲ କାମକୁ ପ୍ରଶଂସା କରିବାକୁ ସ୍ବାଗତ କରିବା ଯଥାର୍ଥ ବୋଲି ଲେଖିଛନ୍ତି ା ଆଉ କେତେକ ପୁଣି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି, ରୋହିତ ଅଯଥାରେ ସାମାଜିକ ଗଣମାଧ୍ୟମରେ ମତଦେଇ ନିଜ ଦଳକୁ ଅଡୁଆରେ ପକାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପାଇଁ ହେବ ଦ୍ୱିତୀୟ ମଧ୍ୟପ୍ରାଚ୍ୟ! ପ୍ରଚୁର ପରିମାଣରେ ଆସିବ LPG ସହ ପେଟ୍ରୋଲ, ହର୍ମୁଜକୁ ନେଇ ଆଉ ରହିବ ନାହିଁ ଚିନ୍ତା

ଓ୍ବାଶିଂଟନ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ‘ଷ୍ଟ୍ରେଟ ଅଫ ହର୍ମୁଜ’ ପ୍ରଭାବଶାଳୀ ଭାବରେ ଅବରୋଧିତ ରହିଛି। ଇରାନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକୁ ଏହି ପ୍ରଣାଳୀ…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

ଏପ୍ରିଲରେ ୩ରାଶିର ଖୋଲିବ ଭାଗ୍ୟ, ମିଳିବ ମୂଲ୍ୟବାନ….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହର ସେନାପତି ମଙ୍ଗଳଙ୍କ ଗୋଚରଙ୍କୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ ।ମଙ୍ଗଳ ଗ୍ରହକୁ ସାହାସ, ପରାକ୍ରମ ଏବଂ ବିଶ୍ବାସର ପ୍ରତିକ ରୂପେ ବିବେଚନା କରାଯାଇଥାଏ…

ଆମେରିକା-ଇରାନ ଯୁଦ୍ଧକୁ ନେଇ ବଡ଼ ଦାବି କଲାଣି ପାକିସ୍ତାନ, କହିଲା ‘ସବୁ କିଛି ଟ୍ରାକରେ…’

ଇସଲାମାବାଦ,୪।୪: ପାକିସ୍ତାନ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନାକୁ ସୁଗମ କରିବା ପାଇଁ ଏହାର ପ୍ରୟାସ ବନ୍ଦ ହୋଇଯାଇଥିବା ରିପୋର୍ଟକୁ ସମ୍ପୂର୍ଣ୍ଣ ଖାରଜ କରିଦେଇଛି। ପାକିସ୍ତାନର ବୈଦେଶିକ…

ଗୋଟିଏ IPL ମ୍ୟାଚ୍‌ ଖେଳିବାକୁ କେତେ ଟଙ୍କା ନିଅନ୍ତି ବିରାଟ କୋହଲି: ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୪।୪: IPL ହେଉଛି ବିଶ୍ୱର ସବୁଠାରୁ ବଡ଼ କ୍ରୀଡା ଲିଗ ମଧ୍ୟରୁ ଗୋଟିଏ। ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଇଣ୍ଡିଆନ ପ୍ରିମିୟର ଲିଗ ମ୍ୟାଚ…

‘ଟ୍ରମ୍ପ ଦୟାକରି କିଛି କୁହନ୍ତୁ…’ ଆମେରିକା ରାଷ୍ଟ୍ରପତିଙ୍କୁ ପରିହାସ କଲା ଇରାନ

ତେହରାନ,୪।୪:  ଗତ ୨୪ଘଣ୍ଟା ମଧ୍ୟରେ ଦୁଇଟି ଆମେରିକୀୟ ଯୁଦ୍ଧ ବିମାନ ଖସାଇବା ପରେ ଇରାନ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପରିହାସ କରିଛନ୍ତି । ଆମେରିକୀୟ ରାଷ୍ଟ୍ରପତିଙ୍କୁ ପରିହାସ କରି…

ସାଧାରଣ ଲୋକଙ୍କ କଥା କହୁ କହୁ କେମିତି ‘ଆମ ଆଦମୀ ପାର୍ଟି’ର ‘ଖଳନାୟକ’ ପାଲଟିଗଲେ ରାଘବ ଚଢା? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୪।୪: ରାଜନୀତିର ପ୍ରକୃତି ଅଦ୍ଭୁତ। କେତେବେଳେ ବନ୍ଧୁ ଶତ୍ରୁ ହୋଇଯାଏ, ଆଉ କେତେବେଳେ ଶତ୍ରୁ ବନ୍ଧୁ ହୋଇଯାଏ। ରାଜନୀତି କ୍ଷେତ୍ରରେ, ପବନର ଦିଗ ନିରନ୍ତର ପରିବର୍ତ୍ତନ ହୁଏ…

ମାତ୍ର ୧୧ ବଲ୍‌ରେ ବାଜି ପଲଟାଇ ଦେଲେ ଶିକ୍ଷକଙ୍କ ପୁଅ: ରାତାରାତି ପାଲଟିଲେ ସୁପରଷ୍ଟାର

ନୂଆଦିଲ୍ଲୀ,୪।୪: ଆଇପିଏଲରେ ଅଜଣା ଏବଂ ନୂତନ ଖେଳାଳିମାନେ ସୁପରଷ୍ଟାର ମାନ୍ୟତା ହାସଲ କରିପାରିବେ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଆଇପିଏଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri