Categories: ଖେଳ

ବିଶ୍ୱକପ୍‌ ଫାଇନାଲ୍‌ ହାରିବା ପରେ ପ୍ରବଳ କାନ୍ଦିଥିଲେ ରୋହିତ-କୋହଲି: ଅଶ୍ୱିନଙ୍କ ଖୁଲାସା

ନୂଆଦିଲ୍ଲୀ,୩୦।୧୧: ଅଷ୍ଟ୍ରେଲିଆ ବିପକ୍ଷ କ୍ରିକେଟ ବିଶ୍ୱକପ ୨୦୨୩ ଫାଇନାଲରେ ଭାରତର ପରାଜୟ ଏପର୍ଯ୍ୟନ୍ତ କେହି ଭୁଲିପାରୁନାହାନ୍ତି। ପ୍ରଶଂସକଙ୍କଠାରୁ ଖେଳାଳିଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ମନେ ପକାଇ ଦୁଃଖ ଅନୁଭବ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଫାଇନାଲ ପରାଜୟ କଥା ମନେ ପକାଇ ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲରେ କହିଛନ୍ତି, ହଁ ଆମକୁ ମଧ୍ୟ କଷ୍ଟ ହୋଇଥିଲା। ରୋହିତ ଏବଂ ବିରାଟ କାନ୍ଦୁଥିଲେ। ଏହା ଦେଖି ମୋତେ ଖରାପ ଲାଗୁଥିଲା। ଏହି ଦଳ ଏକ ଅଭିଜ୍ଞ ଦଳ ଥିଲା। ସମସ୍ତେ ଜାଣିଥିଲେ ମ୍ୟାଚରେ କଣ କରିବେ ଏବଂ ସେମାନଙ୍କର ଭୂମିକା କ’ଣ। କିନ୍ତୁ ସଠିକ୍‌ ସମୟରେ ସବୁକିଛି ସଲଟପାଲଟ ହୋଇଗଲା।
ସୂଚନାଯୋଗ୍ୟ,ଟାଇଟଲ ମ୍ୟାଚ ପୂର୍ବରୁ ଟୁର୍ନାମେଣ୍ଟରେ ଭାରତ ଅପରାଜିତ ରହିଥିଲା, କିନ୍ତୁ ଟ୍ରାଭିସ ହେଡ ଏବଂ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁ ଅଷ୍ଟ୍ରେଲିଆ ଫାଇନାଲରେ ଭାରତକୁ ପରାସ୍ତ କରି ଷଷ୍ଠ ବିଶ୍ୱକପ ଟାଇଟଲ ଜିତିଥିଲା।

Share