Posted inଖେଳ

ରୋହିତ ଉପଅଧିନାୟକ

ନୂଆଦିଲ୍ଲୀ, ୨।୧(ପି.ଟି.)-
ସିନିୟର ଓପନର ରୋହିତ ଶର୍ମା କ୍ୟାରିୟରରେ ପ୍ରଥମଥରପାଇଁ ଭାରତୀୟ ଟେଷ୍ଟ କ୍ରିକେଟ ଦଳର ଉପଅଧିନାୟକ ମନୋନୀତ ହୋଇଛନ୍ତି। ଚେତେଶ୍ୱର ପୂଜାରାଙ୍କ ସ୍ଥାନରେ ରୋହିତଙ୍କୁ ଏହି ନୂଆ ଦାୟିତ୍ୱ ମିଳିଛି। ଆଡିଲେଡ୍‌ରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟ ପରେ ନିୟମିତ ଅଧିନାୟକ ବିରାଟ କୋହଲି ପିତୃତ୍ୱ ଛୁଟିରେ ଥିବାବେଳେ ପୂଜାରାଙ୍କୁ ଦ୍ୱିତୟ ଟେଷ୍ଟ ପାଇଁ ଅଜିଙ୍କ୍ୟ ରାହାନେଙ୍କ ଡେପୁଟି ମନୋନୀତ କରାଯାଇଥିଲା। ମାତ୍ର ରୋହିତ ଫିଟ୍‌ ହେବାପରେ ଟିମ୍‌ ମ୍ୟାନେଜମେଣ୍ଟ ତାଙ୍କୁ ଏହି ଦାୟିତ୍ୱ ଦେଇଛି। ”ବିରାଟଙ୍କ ଅନୁପସ୍ଥିତିରେ ରାହାନେଙ୍କୁ ନେତୃତ୍ୱ ଦାୟିତ୍ୱ ମିଳିବାପରେ କିଏ ଉପଅତ୍ଧନାୟକ ହେବେ ତାହା ପୂର୍ବରୁ ନିର୍ଦ୍ଧାରିତ ହୋଇ ନ ଥିଲା। ମାତ୍ର ରୋହିତ ଫିଟ୍‌ ହେଲେ ତାଙ୍କୁ ଏହି ଦାୟିତ୍ୱ ଦେବବୋଲି ମ୍ୟାନେଜମେଣ୍ଟ ସ୍ଥିର କରିଥିଲା। ସେ ଦ୍ୱିତୀୟ ଟେଷ୍ଟ ପାଇଁ ଉପଲବ୍ଧ ନ ହେବାରୁ ପୂଜାରାଙ୍କୁ ଉପଅଧିନାୟକ କରାଯାଇଥିଲା ବୋଲି ଜଣେ ସିନିୟର ଅଫିସିଆଲ ପ୍ରକାଶ କରିଛନ୍ତି। ରୋହିତ ଦୀର୍ଘଦିନଧରି ଭାରତୀୟ ସୀମିତ ଓଭର କ୍ରିକେଟରେ ଉପଅଧିନାୟକ ଦାୟିତ୍ୱ ତୁଲାଇ ଆସିଛନ୍ତି। ତେଣୁ କୋହଲିଙ୍କ ଅନୁପସ୍ଥିତିରେ ତାଙ୍କୁ ଭାରତୀୟ ଲିଡରଶିପ୍‌ ଗ୍ରୁପରେ ସାମିଲ କରିବାକୁ ନିଷ୍ପତ୍ତି ହୋଇଛି ବୋଲି ସେ କହିଛନ୍ତି। ୧୪ ଦିନିଆ କଷ୍ଟସାଧ୍ୟ କ୍ୱାରାଣ୍ଟାଇନ୍‌ ସମୟ କଟାଇବାପରେ ରୋହିତଙ୍କୁ ଦଳରେ ଭବ୍ୟ ସ୍ବାଗତ କରାଯାଇଥିଲା। ତେବେ ଖରାପ ଫର୍ମରେ ଥିବା ମୟଙ୍କ ଅଗ୍ରଓ୍ବାଲଙ୍କ ସ୍ଥାନରେ ରୋହିତ ଇନିଂସ ଓପନ କରିବେ ନା ସମାନ ପରିସ୍ଥିତିଦେଇ ଗତି କରୁଥିବା ହନୁମା ବିହାରୀଙ୍କ ସ୍ଥାନରେ ସେ ମିଡିଲ ଅର୍ଡରରେ ବ୍ୟାଟିଂ କରିବେ ତାହା ଚୂଡ଼ାନ୍ତ ହୋଇନାହିଁ। ରୋହିତ ୩୨ଟି ଟେଷ୍ଟ ଖେଳି ୪୬ରୁ ଊର୍ଦ୍ଧ୍ୱ ହାରରେ ରନ ସଂଗ୍ରହ କରିଥିବାବେଳେ ୬ଟି ଶତକ ଅର୍ଜନ କରିଛନ୍ତି। ୨୦୧୯ରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସର୍ବାଧିକ ୨୧୨ ରନ ସ୍କୋର କରିଥିଲେ। ତୃତୀୟ ଟେଷ୍ଟ ଆସନ୍ତା ୭ ତାରିଖରୁ ଆରମ୍ଭ ହେବାକୁ ଯାଉଥିବାବେଳେ ଭାରତୀୟ ଦଳ ୫ରେ ମେଲବୋର୍ନରୁ ସିଡ୍‌ନୀ ଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

ଭାରତ ମାତାର ଦୁଃଖ

ଏଇ କେଇଦିନ ତଳେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରଂ’କୁ ନେଇ ଏକ ଦୀର୍ଘକାଳୀନ ବିଚାର ବିଶ୍ଳେଷଣ ରଖିଥିଲେ। ‘ବନ୍ଦେ ମାତରଂ’କୁ ନେଇ ପାର୍ଲାମେଣ୍ଟ...

ଦିଲ୍ଲୀ ଏକ୍ୟୁଆଇ ୪୪୧: ଜିଆର୍‌ଏପି-୪ ଲାଗୁହେଲା

ନୂଆଦିଲ୍ଲୀ,୧୪ା୧୨: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ଶନିବାର ସନ୍ଧ୍ୟାରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୪୧ରେ ପହଞ୍ଚତ୍ଛି, ଯାହାକି ଅତ୍ୟନ୍ତ ଗମ୍ଭୀର ବର୍ଗର। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri