Categories: ଖେଳ

କୋହଲି ଯେଉଁ ଭୁଲ କରୁଥିଲେ, ରୋହିତ କାହା ଦୋହରାଉଛନ୍ତି

ସିଡନୀ,୨୭।୧୦: ଭାରତୀୟ ଦଳକୁ ଗୁରୁବାର ଟି-୨୦ ବିଶ୍ୱକପରେ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବାକୁ ପଡିଆକୁ ଓହ୍ଲାଇବ। ପାକିସ୍ତାନ ବିପକ୍ଷରେ ଭାରତ ଏକ ରୋମାଞ୍ଚକର ବିଜୟ ହାସଲ କରିଥିଲା କିନ୍ତୁ ଟପ ଅର୍ଡର ରନ ସ୍କୋର କରିବାରେ ବିଫଳ ହୋଇଥିଲା। ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ରୋହିତ ଶର୍ମାଙ୍କୁ ସାବଧାନତାର ସହ ବ୍ୟାଟିଂ କରିବାକୁ ପରାମର୍ଶ ଦେଇଛନ୍ତି।
ଗାଭାସ୍କର କହିଛନ୍ତି, ରୋହିତ ଶର୍ମା ଗତ କିଛି ମ୍ୟାଚରେ ରନ ସ୍କୋର କରୁନାହାଁନ୍ତି। ସେ କୋହଲିଙ୍କ ଭଳି ଭୁଲ କରୁଛନ୍ତି। ବିରାଟ କୋହଲି କିଛି ଦିନ ପୂର୍ବରୁ ପ୍ରତ୍ୟେକ ବଲରେ ସଟ୍‌ ଖେଳିବାକୁ ଚେଷ୍ଟା କରୁଥିଲେ। ସେ ଏକ ଯୋଜନା ପ୍ରସ୍ତୁତ କରିଥିଲେ, ଆମକୁ ୬ ଓଭର ଭିତରେ ଶୀଘ୍ର ରନ୍‌ କରିବାକୁ ପଡିବ। ଏଭଳି କରି ସେ ଆଉଟ୍‌ ହେଉଥିଲେ। ରୋହିତ ଏବେ ତାହା ହିଁ କରି ଆଉଟ୍‌ ହେଉଛନ୍ତି। କିନ୍ତୁ ଏହି ରନ ଗୁଡିକ କେଉଁଠାରେ ସ୍କୋର କରିବେ, କେଉଁ ପିଚ ଉପରେ, ଏବଂ କେଉଁ ଦଳ ବିପକ୍ଷରେ କରାଯିବ ତାହା ଦେଖିବାକୁ ପଡିବ। ନେଦରଲାଣ୍ଡ୍ସ ବିପକ୍ଷରେ ରୋହିତ ଅତି କମରେ ୧୦-୧୨ ଓଭର ଖେଳିବା ଆବଶ୍ୟକ। ଯଦି ସେ ଏହା କରନ୍ତି, ତେବେ ସେ ଅତି ଆରାମରେ ୬୦-୭୦ ରନ ସ୍କୋର କରିବେ। ଓପନିଂରେ ଏକ ଭଲ ଭାଗିଦାରୀ ଗଠନ ହୁଏ, ତେବେ ଭାରତୀୟ ଦଳ ଭଲ ସ୍କୋର କରିପାରିବ।

Share