Categories: Home Leftଖେଳ

ଆଫଗାନିସ୍ତାନ ସିରିଜ୍‌ ଖେଳିବେ ରୋହିତ, ହାର୍ଦ୍ଦିକ

ନୂଆ ଚଣ୍ଡିଗଡ଼,୯ା୬- ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଭେଟେରାନ ଷ୍ଟାର ଓପନର ରୋହିତ ଶର୍ମା ଆସନ୍ତା ରବିବାରଠାରୁ ଧର୍ମଶାଳାରେ ଆଫଗାନିସ୍ତାନ ବିପକ୍ଷରେ ହେବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ଖେଳିବେ।

ସେମାନଙ୍କୁ ବିସିସିଆଇର ସେଣ୍ଟର ଅଫ୍‌ ଏକ୍ସିଲେନ୍ସର ସ୍ପୋଟର୍‌ସ ସାଇନ୍ସ ଟିମଠାରୁ କ୍ଲିଅରାନ୍ସ ମିଳିଛି। ଦୁଇ ଖେଳାଳି ମୁମ୍ବାଇ ଇଣ୍ଡିଆନ୍ସ ପାଇଁ କିଛି ଆଇପିଏଲ୍‌ ମ୍ୟାଚ୍‌ ମିସ୍‌ କରିଥିଲେ। ପାଣ୍ଡ୍ୟା ଅଣ୍ଟା ଜନିତ ସମସ୍ୟା ଓ ରୋହିତ ହାମଷ୍ଟ୍ରିଙ୍ଗ ଇଞ୍ଜୁରୀର ସମ୍ମୁଖୀନ ହୋଇଥିଲେ। ହାର୍ଦ୍ଦିକ ସିଓଇରେ ପହଞ୍ଚିବା ପୂର୍ବରୁ ଛୁଟି କାଟିବା ଲାଗି ବିଦେଶ ଯାଇଥିଲେ। ସେ ସିଓଇରେ ୫ ଦିନ ଧରି ବିଭିନ୍ନ ମ୍ୟାଚ୍‌ ପରିସ୍ଥିତିରେ ବୋଲିଂ କରିବା ସହ ସମ୍ପୂର୍ଣ୍ଣ ୧୦ ଓଭର ବୋଲିଂ କରିଥିଲେ। ବର୍ତ୍ତମାନ ତାଙ୍କଠାରେ କୌଣସି ଫିଟ୍‌ନେସ ସମସ୍ୟା ନାହିଁ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି।

Share