Categories: ଖେଳ

ଧୋନୀଙ୍କ ପଦାଙ୍କ ଅନୁସରଣ କଲେ ରୋହିତ, ସମସ୍ତେ କଲେ ପ୍ରଶଂସା

ଇନ୍ଦୋର,୫।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଟିମ ଇଣ୍ଡିଆ ୨-୧ରେ ଜିତିଛି। ଏହି ସିରିଜରେ ଭାରତୀୟ ଦଳ ପ୍ରଥମ ଦୁଇଟି ମ୍ୟାଚ ଜିତି ଟ୍ରଫି ଜିତିଛି। ଏଥି ସହିତ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଇଥିବା ସିରିଜର ତୃତୀୟ ମ୍ୟାଚରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଥିଲା।
ଏହି ସିରିଜ ଜିତିବା ପରେ ରୋହିତ ଶର୍ମା ଏପରି କାର୍ଯ୍ୟ କରିଥିଲେ, ସମସ୍ତେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ମନେ ପକାଇଥିଲେ। ଲୋକମାନେ ରୋହିତଙ୍କୁ ଏହି ପ୍ରସଙ୍ଗରେ ପ୍ରଶଂସା କରିଥିଲେ। ରୋହିତଙ୍କୁ ମ୍ୟାଚ ପରେ ବିଜୟୀ ଟ୍ରଫି ଦିଆଯାଇଥିଲା। ସେ ଉପସ୍ଥିତ ଥିବା ଯୁବ ଖେଳାଳି ଶାହାବାଜ ଅହମ୍ମଦଙ୍କ ହାତରେ ସେହି ଟ୍ରଫି ଦେଇଥିଲେ। ଏହି ଭାରତ ବିଜୟ ଉତ୍ସବ ପାଳନ କରିଥିଲା।
ଏହି ପରମ୍ପରା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପରମ୍ପରା ଜାରି ରହିଛି।

Share