Categories: ଖେଳ

କୋହଲିଙ୍କ ଏହି ରେକର୍ଡ ଭାଙ୍ଗି ରୋହିତ ହେଲେ ‘ନମ୍ବର-୧’

ସେଣ୍ଟ କିଟ୍ସ,୩।୮: ଟିମ୍‌ ଇଣ୍ଡିଆ କ୍ୟାପ୍‌ଟେନ୍‌ ରୋହିତ ଶର୍ମା ମଙ୍ଗଳବାର ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି୨୦ ମ୍ୟାଚ୍‌ରେ ବଡ ଉପଲବ୍ଧି ହାସଲ କରିଛନ୍ତି। ଏପରି କରି ସେ ପୂର୍ବ ଅଧିନାୟକ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଛନ୍ତି। ରୋହିତ ଟି୨୦ ମ୍ୟାଚ୍‌ରେ ସବୁଠାରୁ ଅଧିକ ଛକା ମାରିଥିବା ଅଧିନାୟକ ପାଲଟିଛନ୍ତି।

ତୃତୀୟ ଟି୨୦ ମ୍ୟାଚ୍‌ରେ ରୋହିତ ମାତ୍ର ୧୧ରନ୍‌ର ଇନିଂସ ଖେଳିଥିଲେ। ହେଲେ ସେଥିରେ ଗୋଟିଏ ଛକା ରହିଥିଲା। ଏହା ତାଙ୍କ କ୍ୟାରିୟରର ୬୦ତମ ଛକା ମାରିଛନ୍ତି। ପୂର୍ବରୁ କୋହଲି ୫୯ ଛକା ମାରି ଶୀର୍ଷରେ ଥିଲେ। ତେବେ ଏହି ତାଲିକାର ତୃତୀୟ ସ୍ଥାନରେ ପୂର୍ବ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଅଛନ୍ତି। ସେ ୩୪ ଛକା ମାରିଛନ୍ତି।

Share