Categories: ଜାତୀୟ

କୋର୍ଟ ଭିତରେ ଗ୍ୟାଙ୍ଗଷ୍ଟରଙ୍କୁ ହତ୍ୟା, ହତ୍ୟାକାରୀ ନିହତ

ନୂଆଦିଲ୍ଲୀ,୨୪ ।୯: ରାଜଧାନୀ ଦିଲ୍ଲୀର ରୋହିଣି କୋର୍ଟରେ ଶୁକ୍ରବାର ଏକ ବଡ ଧରଣର ଅଘଟଣ ଘଟିଛି । କେତେଜଣ ଦୁର୍ବୁତ୍ତ କୋର୍ଟ ଭିତରେ ପଶି ଜଣେ ଗ୍ୟାଙ୍ଗଷ୍ଟରଙ୍କୁ ଗୁଳିକରି ହତ୍ୟା କରିଛନ୍ତି । କୋର୍ଟ ରୁମ୍ ନମ୍ବର ୨୦୭ରେ ଶୁଣାଣି ଚାଲୁଥିବା ବେଳେ ଦୁର୍ବୁର୍ତ୍ତ ଗୁଳି ଚଳାଇଥିଲେ । ଘଟଣାସ୍ଥଳରେ ଗ୍ୟାଙ୍ଗଷ୍ଟରଙ୍କ ମୃତ୍ୟୁ ହୋଇଥିବା ବେଳେ ସେହିଠାରେ ହିଁ ପୋଲିସ ଗୁଳିରେ ହତ୍ୟାକାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପୋଲିସର ସୂଚନା ଅନୁଯାୟୀ ହତ୍ୟାକାରୀ ଓକିଲ ବେଶରେ କୋର୍ଟରେ ପ୍ରବେଶ କରିଥିଲେ । ରୋହିଣି କୋର୍ଟରେ ହୋଇଥିବା ଗୁଳିକାଣ୍ଡର ଭିଡଓ ସାମ୍ନାକୁ ଆସିଥିବା ବେଳେ ଏଥିରେ ଗୁଳି ଫୁଟିବାର ଶବ୍ଦ ସ୍ପଷ୍ଟ ଜଣାପଡୁଛି । ଲୋକେ ଏଣେତେଣେ ଧାଁ ଧଉଡ କରୁଥିବା ବେଳେ ପିଲାମାନେ ଫାୟରିଂ ଫାୟରିଂ ବୋଲି ପାଟି କରୁଥିବା ଶୁଣିବାକୁ ମିଳିଛି ।

Share