କ୍ଷତିପୂରଣ ମାଗିଲେ ରୋହିଙ୍ଗ୍ୟା ବିଧବା

ନୂଆଦିଲ୍ଲୀ,୧୪ା୧୨: ୨୦୧୭ରେ ମ୍ୟାନ୍‌ମାରରେ ସାମରିକ କାର୍ଯ୍ୟାନୁଷ୍ଠାନ ବେଳେ ପ୍ରାଣ ହରାଇଥିବା ଜଣେ ମତ୍ସ୍ୟଜୀବୀଙ୍କ ବିଧବା ସ୍ତ୍ରୀ ଦେଶର ମାନବାଧିକାର କମିଶନ ନିକଟରେ ୨ ନିୟୁତ ଡଲାର କ୍ଷତିପୂରଣ ଦାବି କରି ଏକ ପିଟିଶନ ଦାଏର କରିଛନ୍ତି। ଦେଶର ସଶସ୍ତ୍ର ସେନା ପଶ୍ଚିମାଞ୍ଚଳ ରାଜ୍ୟ ରାଖାଇନ୍‌ରେ ଘଟାଇଥିବା ବହୁଚର୍ଚ୍ଚତ ଗଣହତ୍ୟାର ୩ ବର୍ଷ ପରେ ଜଣେ ରୋହିଙ୍ଗ୍ୟାଙ୍କ ପକ୍ଷରୁ ଏହା ହେଉଛି ଏହି ଧରଣର ପ୍ରଥମ ମାମଲା।
ରାଖାଇନ୍‌ ରାଜ୍ୟର ଇନ୍‌ ଡିନ୍‌ ଗ୍ରାମର ବାସିନ୍ଦା ଶୋକେତ ଉଲ୍ଲା ଜଣେ ମତ୍ସ୍ୟଜୀବୀ ଥିଲେ। ୨୦୧୭ ସେପ୍ଟେମ୍ବରରେ ସେନା ପକ୍ଷରୁ ନିଆଯାଇଥିବା ନ୍ୟାୟ ବହିର୍ଭୂତ କାର୍ଯ୍ୟାନୁଷ୍ଠାନ ବେଳେ ଉକ୍ତ ଗ୍ରାମର ୧୦ ଜଣ ବ୍ୟକ୍ତିଙ୍କ ଜୀବନ ଯାଇଥିଲା। ସେମାନଙ୍କ ମଧ୍ୟରେ ଥିଲେ ୩୫ ବର୍ଷୀୟ ରୋହିଙ୍ଗ୍ୟା ମୁସଲମାନ ଶୋକେତ ଉଲ୍ଲା। ତାଙ୍କ ୨୩ ବର୍ଷୀୟା ବିଧବା ସ୍ତ୍ରୀ ସେତାରା ବେଗମ୍‌ କହିଛନ୍ତି, ମୋ ସ୍ବାମୀଙ୍କୁ ସେନା ହତ୍ୟା କରିଛି। କିନ୍ତୁ ସରକାର ସେହି ସୈନ୍ୟମାନଙ୍କୁ ଛାଡ଼ିଦେଇଛନ୍ତି। ମୋ ଭଳି ହଜାର ହଜାର ମହିଳା ସେମାନଙ୍କ ସ୍ବାମୀଙ୍କୁ ହରାଇଛନ୍ତି। ମୁଁ କେବଳ ମୋ ସ୍ବାମୀଙ୍କ ପାଇଁ ଲଢ଼େଇ କରୁନାହିଁ, ସମସ୍ତ ରୋହିଙ୍ଗ୍ୟା ବିଧବାଙ୍କ ଲାଗି ନ୍ୟାୟ ଦାବି କରୁଛି। ଅନ୍ୟପକ୍ଷେ ଏହି ହତ୍ୟା ପାଇଁ ଦାୟୀ ଥିବା ସୈନ୍ୟମାନଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଦିଆଯାଇଥିଲା। କିନ୍ତୁ ବର୍ଷେ ଭିତରେ ସେମାନଙ୍କୁ ଛାଡ଼ିଦିଆଯାଇଥିବା ସେନା ପକ୍ଷରୁ କୁହାଯାଇଛି। ଏପରି କି ଏହି ଗଣହତ୍ୟା ପାଇଁ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକମାନଙ୍କୁ ଦେଶର ଗୋପନୀୟ ତଥ୍ୟ ହାସଲ ଅଭିଯୋଗରେ ୧୬ ମାସରୁ ଅଧିକ ସମୟ ଧରି ଜେଲରେ ରଖାଯାଇଥିଲା। ମ୍ୟାନ୍‌ମାରରେ ମାନବାଧିକାର ଉଲ୍ଲଂଘନ କିପରି ସୀମା ଟିପିଛି ତାହା ଏହି ଘଟଣା ବୟାନ କରୁଛି। ସେତାରାଙ୍କ ପକ୍ଷରୁ ମ୍ୟାନ୍‌ମାର ମାନବାଧିକାର କମିଶନଙ୍କ ନିକଟରେ ସରକାରଙ୍କଠାରୁ କ୍ଷତିପୂରଣ ପାଇଁ ଆବେଦନ କରାଯାଇଥିବା ଲିଗାଲ ଆକ୍ସନ ଓ୍ବାଲର୍‌ଡଓ୍ବାଇଡ୍‌ (ଏଲ୍‌ଏଡବ୍ଲ୍ୟୁ) ସୂଚନା ଦେଇଛି। ସେତାରା ବେଗମ୍‌ଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି ଜେନେଭାସ୍ଥିତ ଏହି ଅଣଲାଭକାରୀ ଆଇନ ପରାମର୍ଶଦାତା ସଂସ୍ଥା ସ୍ପଷ୍ଟ କରିଛି। ତେବେ ଏହି ପ୍ରସଙ୍ଗରେ ମାନବାଧିକାର ଆୟୋଗ ପ୍ରତିନିଧିଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
ପ୍ରକାଶ ଯେ, ୨୦୧୭ରେ ସେନା କାର୍ଯ୍ୟାନୁଷ୍ଠାନ ବେଳେ ୭୩୦,୦୦୦ ରୋହିଙ୍ଗ୍ୟା ପଡ଼ୋଶୀ ବାଂଲାଦେଶକୁ ଚାଲିଯାଇଥିଲେ। ସେତେବେଳେ ଏହି ଘଟଣାକୁ ଜାତିସଂଘ ଗଣହତ୍ୟା ବୋଲି ନିନ୍ଦା କରିଥିଲା। ଏହି ମାମଲା ହେଗ୍‌ସ୍ଥିତ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ (ଆଇସିଜେ)ରେ ବିଚାରାଧୀନ ଅଛି। ଅନ୍ତର୍ଜାତୀୟ ଆପରାଧିକ ଅଦାଲତ ଏହାକୁ ମାନବତା ବିରୋଧରେ ଅପରାଧ ବିବେଚନା କରି ତଦନ୍ତ ଅନୁମତି ଦେଇଛନ୍ତି। ଅନ୍ୟପକ୍ଷରେ ମ୍ୟାନ୍‌ମାର ଗଣହତ୍ୟାକୁ ଖଣ୍ଡନ କରିଆସିଛି। ଥାନାଗୁଡ଼ିକ ଉପରେ ଆକ୍ରମଣ କରିଥିବା ଉଗ୍ରପନ୍ଥୀଙ୍କ ଉପରେ ସେନା ଆଇନଗତ ସିକ୍ୟୁରିଟି ଅପରେଶନ ଚଳାଇଥିଲା ବୋଲି ସରକାର ପ୍ରକାଶ କରିଛନ୍ତି। ଷ୍ଟେଟ୍‌ କାଉନ୍ସେଲର ଅଙ୍ଗ୍‌ ସାନ୍‌ ସ୍ୟୁ କୀ କହିଛନ୍ତି, କୌଣସି ପ୍ରକାର ମାନବାଧିକାର ଉଲ୍ଲଂଘନ ହୋଇଥିଲେ ମ୍ୟାନ୍‌ମାର ନ୍ୟାୟ ବ୍ୟବସ୍ଥା ଅନୁସାରେ ତା’ର ବିଚାର କରାଯିବ। ମାନବାଧିକାର କମିଶନରେ ଅଭିଯୋଗ ଦାଖଲ ପାଇଁ ଗତ ବର୍ଷ ସରକାର ରୋହିଙ୍ଗ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। ଇନ୍‌ ଡିନ୍‌ରେ ହତ୍ୟାକୁ ନେଇ ସୈନ୍ୟଙ୍କୁ କ୍ଷମା ଦିଆଯିବା ନେଇ ମ୍ୟାନ୍‌ମାରରେ ଆମ ମଧ୍ୟରୁ ଅନେକେ ଦୁଃଖିତ ବୋଲି ଗତବର୍ଷ ଡିସେମ୍ବରରେ ଆଇସିଜେରେ ଶୁଣାଣି ବେଳେ ସ୍ୟୁ କୀ କହିଥିଲେ।

ସୀମା ଲଂଘିଥିଲା ସେନା ବର୍ବରତା

ରୋହିଙ୍ଗ୍ୟାମାନେ ହେଉଛନ୍ତି ମ୍ୟାନ୍‌ମାର (ପୂର୍ବରୁ ବର୍ମା)ସ୍ଥିତ ରାଖାଇନ୍‌ ରାଜ୍ୟର ମୂଳ ବାସିନ୍ଦା। ୧୯୮୨ରେ ସାମରିକ ଶାସନ ବେଳେ ଅଣାଯାଇଥିବା ନାଗରିକତ୍ୱ ଆଇନ ସେମାନଙ୍କୁ ସମସ୍ତ ରାଜନୈତିକ ଅଧିକାରରୁ ବଞ୍ଚତ୍ତ କରିଥିଲା। ସେବେଠୁ ବାରମ୍ବାର ସେନା କାର୍ଯ୍ୟାନୁଷ୍ଠାନ ଯୋଗୁ ଲକ୍ଷ ଲକ୍ଷ ରୋହିଙ୍ଗ୍ୟା ନିର୍ଯାତନା ସହି ନ ପାରି ବିସ୍ଥାପିତ ହୋଇ ଅନ୍ୟତ୍ର ପଳାୟନ କରିବାକୁ ବାଧ୍ୟ ହୋଇଛନ୍ତି। ରାଖାଇନରେ ନାଗରିକତ୍ୱ ଦାବିରେ ଏହି ସମୁଦାୟ ବିଦ୍ରୋହ କରି ଆସୁଥିବାବେଳେ ୨୦୧୬-୧୭ରେ ଦୁଇଥର ସାମରିକ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ନାଗରିକତ୍ୱ ଓ ଅନ୍ୟ ରାଜନୈତିକ ଅଧିକାର ଦାବି କରୁଥିବା ସଂଖ୍ୟାଲଘୁ ରୋହିଙ୍ଗ୍ୟା ମୁସଲମାନମାନଙ୍କ ଉପରେ ସେତେବେଳେ ସେନାର ବର୍ବରତା ସୀମା ଲଂଘିଥିଲା। ଏଥିଯୋଗୁ ହଜାର ହଜାର ରୋହିଙ୍ଗ୍ୟା ପ୍ରାଣ ହରାଇଥିବାବେଳେ ୭ ଲକ୍ଷ ୩୦ ହଜାରରୁ ଊର୍ଦ୍ଧ୍ୱ ଜୀବନ ବଞ୍ଚାଇବା ପାଇଁ ପଡ଼ୋଶୀ ବାଂଲାଦେଶକୁ ପଳାୟନ କରିଥିଲେ। ଭାରତ ସମେତ ଥାଇଲାଣ୍ଡ, ମାଲେସିଆ ଓ ଦକ୍ଷିଣ ତଥା ଦକ୍ଷିଣପୂର୍ବ ଏସିଆର ଅନ୍ୟ କେତେକ ରାଷ୍ଟ୍ରରେ ମଧ୍ୟ ବହୁସଂଖ୍ୟକ ରୋହିଙ୍ଗ୍ୟା ଶରଣ ନେଇଥିଲେ। ଏହାଥିଲା ସାମ୍ପ୍ରତିକ ସମୟରେ ଦକ୍ଷିଣପୂର୍ବ ଏସିଆର ଇତିହାସରେ ମାନବାଧିକାର ଉଲ୍ଲଂଘନର ସବୁଠୁ କଳଙ୍କିତ ଅଧ୍ୟାୟ। ଆମ୍‌ନେଷ୍ଟି ଇଣ୍ଟରନ୍ୟାଶନାଲଠାରୁ ନେଇ ଜାତିସଂଘ ପର୍ଯ୍ୟନ୍ତ ଅନେକ ଅନ୍ତର୍ଜାତୀୟ ସଂସ୍ଥା ମାନବତା ବିରୋଧରେ ଏହି ଅପରାଧକୁ ନେଇ କଡ଼ା ସମାଲୋଚନା କରିଥିଲେ। ଏପରି କି ଏହି ପ୍ରସଙ୍ଗରେ ମ୍ୟାନ୍‌ମାର ଷ୍ଟେଟ୍‌ କାଉନ୍ସେଲର ତଥା ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ଅଙ୍ଗ୍‌ ସାନ୍‌ ସ୍ୟୁ କୀଙ୍କ ନୀରବତାକୁ ନେଇ ତାଙ୍କୁ ଅନ୍ତର୍ଜାତୀୟ ସମୁଦାୟ ଆଗରେ ଅପଦସ୍ତ ହେବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri