Posted inଜାତୀୟ

କେନ୍ଦ୍ରର ରୋହିଙ୍ଗ୍ୟା ଦ୍ୱନ୍ଦ୍ୱ

ନୂଆଦିଲ୍ଲୀ/ଢାକା, ୧୮ା୮: ନିଜ ଦେଶରେ ନାଗରିକ ମାନ୍ୟତା ନ ପାଇ ଅକଥନୀୟ ନିର୍ଯାତନାର ଶିକାର ହୋଇଥିବା ରୋହିଙ୍ଗ୍ୟା ମୁସଲମାନମାନେ ପରିଚୟ ଖୋଜୁଛନ୍ତି। ମ୍ୟାନ୍‌ମାରର ପଡ଼ୋଶୀ ଦେଶଗୁଡ଼ିକରେ ମୁଣ୍ଡ ଗୁଞ୍ଜିବା ପାଇଁ ଜାଗା ଅଣ୍ଡାଳୁଥିବାବେଳେ ସେମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖାଯାଉଛି। ରୋହିଙ୍ଗ୍ୟାଙ୍କୁ କେହି କେହି ଆତଙ୍କବାଦୀ ମନେ କରୁଥିବାବେଳେ ଆଉ କେତେକଙ୍କ ନଜରରେ ସେମାନେ ଆଇଏସ୍‌ଆଇ ଏଜେଣ୍ଟ। ଗଣତନ୍ତ୍ର ସପକ୍ଷବାଦୀ ନେତ୍ରୀ ଅଙ୍ଗ୍‌ ସାନ୍‌ ସ୍ୟୁ ଚୀଙ୍କୁ ମ୍ୟାନ୍‌ମାର ସାମରିକ ଶାସକ ଜେଲକୁ ପଠାଇଦେବା ପରେ ରୋହିଙ୍ଗ୍ୟାଙ୍କ ଫେରିବା ବାଟ ଏକପ୍ରକାର ବନ୍ଦ ହୋଇଯାଇଛି। ଏଭଳି ସମୟରେ ଭାରତରେ ବସବାସ କରୁଥିବା ଶରଣାର୍ଥୀଙ୍କୁ ହଠାତ୍‌ ସ୍ଥାୟୀ ବାସସ୍ଥାନ ଯୋଗାଇଦେବାର ପ୍ରତିଶ୍ରୁତି ଦେଇ ତତ୍କାଳ ଓହରି ଯାଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ରମନ୍ତ୍ରୀ ହର୍‌ଦୀପ ସିଂ ପୁରୀଙ୍କ ଟୁଇଟ୍‌କୁ ଅମିତ ଶାହାଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅସ୍ବୀକାର କରିବା ଶରଣାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ନିୟମକୁ ନେଇ ନୂଆଦିଲ୍ଲୀର ଦ୍ୱନ୍ଦ୍ୱକୁ ପଦାରେ ପକାଇଛି।

ପ୍ରକାଶ ଯେ, ଗତ ଫେବୃୟାରୀରେ ଥିରୁଭାନନ୍ତପୁରମ୍‌ର କଂଗ୍ରେସ ଏମ୍‌ପି ଶଶି ଥରୁର ଶରଣାର୍ଥୀ ଓ ଶରଣ ସମ୍ପର୍କିତ ଏକ ଆଇନ ଆଣିବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ଭାରତ ଲଗାତର ଭାବେ ଅନ୍ତର୍ଜାତୀୟ ଆଇନର ବିତାଡ଼ନ ନିରୋଧୀ ସିଦ୍ଧାନ୍ତର ଉଲ୍ଲଂଘନ କରିଆସିଥିବାରୁ ଦେଶରେ ଏଭଳି ଆଇନ ଜରୁରୀ ହୋଇପଡ଼ିଥିବା ଥରୁର ଦାବି କରିଥିଲେ। ତେବେ ଥରୁରଙ୍କ ଦ୍ୱାରା ଆଗତ ବିଧେୟକ ପ୍ରାଇଭେଟ ମେମ୍ବର ବିଲ୍‌ ହୋଇଥିବାରୁ ଏହାକୁ ସରକାରୀ ପକ୍ଷର ସମର୍ଥନ ମିଳିନାହିଁ।

ଦିଲ୍ଲୀକୁ ଅନ୍ଧାରରେ ରଖିଛି କେନ୍ଦ୍ର: ସିସୋଡିଆ

କେନ୍ଦ୍ର ସରକାର ପ୍ରଥମେ ଟିକିରି ସୀମାନ୍ତ ବକ୍କରଓ୍ବାଲାରେ ରୋହିଙ୍ଗ୍ୟାମାନଙ୍କୁ ଇଡବ୍ଲ୍ୟୁଏସ୍‌ ଫ୍ଲାଟ୍‌ ଦେବା ନିମନ୍ତେ ଘୋଷଣା କରିଦେଲେ। ଶରଣାର୍ଥୀଙ୍କୁ ସ୍ଥାୟୀ ବାସସ୍ଥାନ ପ୍ରଦାନର ପ୍ରତିଶ୍ରୁତି ଦେବା ପରେ ୟୁ-ଟର୍ନ କଲେ, ତାହା ପୁଣି ଦିଲ୍ଲୀ ସରକାରଙ୍କ ମୁଣ୍ଡରେ ଦୋଷ ଲଦି। ମୋଟାମୋଟି ଭାବେ ଦେଖିଲେ କେନ୍ଦ୍ର ନିଜ ଭିତିରି ଯୋଜନା ସମ୍ପର୍କରେ ଦିଲ୍ଲୀ ସରକାରଙ୍କୁ ଅନ୍ଧକାରରେ ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଅଣଦେଖା କରି ଲ୍ୟୁଟ୍‌ନାଣ୍ଟ ଗଭର୍ନରଙ୍କ ସହ ମିଶି ଏପରି ଷଡ଼ଯନ୍ତ୍ର ରଚିଛନ୍ତି। ଏଥିରେ ଦିଲ୍ଲୀ ପୋଲିସ ମଧ୍ୟ ସାମିଲ ଅଛି। କେତେକ ଫାଇଲପତ୍ରରୁ ଏହି ବିଷୟ ସ୍ପଷ୍ଟ ଜଣାପଡ଼ୁଥିବା ନେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ସିସୋଡିଆଙ୍କ ମତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଶରଣାର୍ଥୀମାନଙ୍କୁ ଦିଲ୍ଲୀର ସ୍ଥାୟୀ ବାସିନ୍ଦା କରି ଭୋଟବ୍ୟାଙ୍କରେ ପରିଣତ କରିବାକୁ ଚାହୁଁଛନ୍ତି, ଠିକ୍‌ ଯେମିତି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଅମଳରେ ବାଂଲାଦେଶୀ ଶରଣାର୍ଥୀମାନଙ୍କୁ ଭୋଟର ସଜାଇ ଦିଆଯାଇଥିଲା। କଶ୍ମୀରୀ ପଣ୍ଡିତମାନଙ୍କୁ ପ୍ରତିଦିନ ହତ୍ୟା କରାଯାଉଥିବାବେଳେ ରୋହିଙ୍ଗ୍ୟାମାନଙ୍କୁ ପ୍ରଧାନମନ୍ତ୍ରୀ ଘରଜ୍ୱାଇଁ କରିଛନ୍ତି। ପ୍ରକୃତରେ ସେମାନେ ଶରଣାର୍ଥୀଙ୍କ ସ୍ଥାୟୀ ବ୍ୟବସ୍ଥା ଚାହୁଁଥିଲେ କୌଣସି ଭାଜପା ଶାସିତ ରାଜ୍ୟକୁ ନେଇ ଯାଆନ୍ତୁ। ଦିଲ୍ଲୀ ସରକାର ଏଠାରେ ଶରଣାର୍ଥୀଙ୍କ ବସବାସକୁ ଦୃଢ଼ ଭାବେ ବିରୋଧ କରିବେ ବୋଲି ସିସୋଡ଼ିଆ ରୋକ୍‌ଠୋକ୍‌ ଶୁଣାଇଦେଇଛନ୍ତି।

ବାଂଲାଦେଶ କହିଲା ଫେରାଇନିଅ

ଜାତିସଂଘ ମାନବାଧିକାର ଉଚ୍ଚାୟୁକ୍ତ ମିଶେଲ ବାଚେଲେଟ୍‌ ବୁଧବାର ବାଂଲାଦେଶ ରାଜଧାନୀ ଢାକା ଗସ୍ତ କରି କକ୍ସବାଜାରସ୍ଥିତ ରୋହିଙ୍ଗ୍ୟା ଶରଣାର୍ଥୀ ଶିବିର ବୁଲି ଦେଖିଛନ୍ତି। ରୋହିଙ୍ଗ୍ୟାମାନେ ବୌଦ୍ଧବହୁଳ ମ୍ୟାନ୍‌ମାରର ନାଗରିକ ହୋଇଥିବାରୁ ସେହି ଦେଶ ସେମାନଙ୍କୁ ଫେରାଇ ନେବା ଉଚିତ। ପ୍ରତ୍ୟର୍ପଣ ପାଇଁ ଜରୁରୀ ପଦକ୍ଷେପ ନେବାକୁ ମ୍ୟାନ୍‌ମାର ଉପରେ ଜାତିସଂଘ ଚାପ ପକାଉ ବୋଲି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ତାଙ୍କୁ କହିଛନ୍ତି। ମିଶେଲଙ୍କ ଗସ୍ତବେଳେ ରୋହିଙ୍ଗ୍ୟାମାନେ ନିଜ ଅଧିକାରର ସୁରକ୍ଷା, ଜୀବନଜୀବିକା ଓ ବାସସ୍ଥାନର ସୁବ୍ୟବସ୍ଥା ପାଇଁ ତାଙ୍କୁ ଅନୁରୋଧ କରିଥିଲେ। ମିଶେଲ କହିଥିଲେ, ସେମାନଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ଲାଗି ଜାତିସଂଘ ଯଥାସାଧ୍ୟ ଉଦ୍ୟମ କରୁଛି।

ଅଲୋଡ଼ା କାହିଁକି

ସଂଖ୍ୟାଲଘୁ ରୋହିଙ୍ଗ୍ୟା ମୁସଲମାନମାନେ ଅନେକ ଦଶନ୍ଧି ଧରି ହିଂସା, ନିର୍ଯାତନା ଓ ବୈଷମ୍ୟକୁ ସହି ଆସିଛନ୍ତି। ଅସହ୍ୟ ହେଲେ ଦେଶ ଛାଡ଼ିଛନ୍ତି, ଠିକ୍‌ ଯେମିତି ୨୦୧୭ ଅଗଷ୍ଟରେ ରଖାଇନ୍‌ ପ୍ରଦେଶରେ ସେନା ବର୍ବରତା ହେତୁ ଗଣପଳାୟନ କରିଥିଲେ ଅନେକ ଲକ୍ଷ ରୋହିଙ୍ଗ୍ୟା।
ଯାଇ ପଡ଼ୋଶୀ ବାଂଲାଦେଶ ଓ ଭାରତ ସମେତ ଥାଇଲାଣ୍ଡ, ନେପାଳରେ ଶରଣାର୍ଥୀ ଭାବେ ବସବାସ କରୁଥିବା ଓ ଆଶ୍ରୟ ଲୋଡ଼ୁଥିବା ରୋହିଙ୍ଗ୍ୟାଙ୍କ ସଂଖ୍ୟା ୯ ଲକ୍ଷ ୮୦ ହଜାରରୁ ଊର୍ଦ୍ଧ୍ୱ ହେବ। ପ୍ରାୟ ୯ ଲକ୍ଷ ୧୯ ହଜାର ରୋହିଙ୍ଗ୍ୟା ବାଂଲାଦେଶରେ କକ୍ସବାଜାର ସ୍ଥିତ କୁଟୁପାଲୋଙ୍ଗ୍‌ ଓ ନୟାପଡ଼ା ଶରଣାର୍ଥୀ ଶିବିରରେ ରହୁଛନ୍ତି।
ନାଗରିକତ୍ୱ ଆଇନ ଅନୁସାରେ ମ୍ୟାନ୍‌ମାର ସରକାର କେବଳ ୪୦ ହଜାର ରୋହିଙ୍ଗ୍ୟାଙ୍କୁ ନାଗରିକ ମାନ୍ୟତା ଦେଇଛନ୍ତି। ଅବଶିଷ୍ଟ ରୋହିଙ୍ଗ୍ୟାଙ୍କୁ ବାଂଲାଦେଶରୁ ଆସିଥିବା ବେଆଇନ ବଙ୍ଗାଳୀ ପ୍ରବାସୀ ଆଖ୍ୟା ଦିଆଯାଇଛି। ୯୨ ହଜାର ରୋହିଙ୍ଗ୍ୟା ଶରଣାର୍ଥୀ ଥାଇଲାଣ୍ଡ୍‌କୁ ଆଶ୍ରୟ ମାଗିଥିବାବେଳେ ଅନ୍ୟ ୨୧ ହଜାର ଭାରତର ଶରଣ ଲୋଡ଼ିଛନ୍ତି।
ମାନବାଧିକାର (ୟୁଏନ୍‌ଏଚ୍‌ସିଆର) ଉଚ୍ଚାୟୁକ୍ତଙ୍କ ଦ୍ୱାରା ପ୍ରମାଣୀକୃତ ୧୬ ହଜାରରୁ ଊର୍ଦ୍ଧ୍ୱ ରୋହିଙ୍ଗ୍ୟା ଭାରତରେ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ୧,୧୦୦ ଦିଲ୍ଲୀରେ ଆଶ୍ରୟ ନେଇଛନ୍ତି। ରିକ୍ସା ଟାଣିବା, ମୂଲ ଲାଗିବା ଭଳି ଶ୍ରମଭିତ୍ତିକ କାର୍ଯ୍ୟରେ ଏମାନେ ନିୟୋଜିତ। ନୂଆଦିଲ୍ଲୀ ଜାତିସଂଘ ଶରଣାର୍ଥୀ ସନ୍ଧିର ସ୍ବାକ୍ଷରକାରୀ ହୋଇ ନ ଥିବାରୁ ଏହି ପ୍ରସଙ୍ଗରେ ଭାରତ ଉପରେ କୌଣସି ଅନ୍ତର୍ଜାତୀୟ ସଙ୍ଗଠନର କର୍ତ୍ତୃତ୍ୱ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ପୁଟିନଙ୍କ ବାସଭବନକୁ ୟୁକ୍ରେନର ଡ୍ରୋନ୍ ମାଡ଼; ଏପରି ପ୍ରତିକ୍ରିୟା ଦେଲେ ଜେଲେନସ୍କି

ନୂଆଦିଲ୍ଲୀ,୨୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ୟୁକ୍ରେନ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଥିବା ରୁଷିଆ ଦାବି କରିଛି। ତେବେ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା...

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

ଜାନୁଆରୀ ୫ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଏହିଦିନ ହେବ ପଞ୍ଜୀକରଣ

ଭୁବନେଶ୍ୱର,୨୯।୧୨: ଆସନ୍ତା ସୋମବାର ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ ନଗର,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri