Posted inଜାତୀୟ

କେନ୍ଦ୍ରର ରୋହିଙ୍ଗ୍ୟା ଦ୍ୱନ୍ଦ୍ୱ

ନୂଆଦିଲ୍ଲୀ/ଢାକା, ୧୮ା୮: ନିଜ ଦେଶରେ ନାଗରିକ ମାନ୍ୟତା ନ ପାଇ ଅକଥନୀୟ ନିର୍ଯାତନାର ଶିକାର ହୋଇଥିବା ରୋହିଙ୍ଗ୍ୟା ମୁସଲମାନମାନେ ପରିଚୟ ଖୋଜୁଛନ୍ତି। ମ୍ୟାନ୍‌ମାରର ପଡ଼ୋଶୀ ଦେଶଗୁଡ଼ିକରେ ମୁଣ୍ଡ ଗୁଞ୍ଜିବା ପାଇଁ ଜାଗା ଅଣ୍ଡାଳୁଥିବାବେଳେ ସେମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖାଯାଉଛି। ରୋହିଙ୍ଗ୍ୟାଙ୍କୁ କେହି କେହି ଆତଙ୍କବାଦୀ ମନେ କରୁଥିବାବେଳେ ଆଉ କେତେକଙ୍କ ନଜରରେ ସେମାନେ ଆଇଏସ୍‌ଆଇ ଏଜେଣ୍ଟ। ଗଣତନ୍ତ୍ର ସପକ୍ଷବାଦୀ ନେତ୍ରୀ ଅଙ୍ଗ୍‌ ସାନ୍‌ ସ୍ୟୁ ଚୀଙ୍କୁ ମ୍ୟାନ୍‌ମାର ସାମରିକ ଶାସକ ଜେଲକୁ ପଠାଇଦେବା ପରେ ରୋହିଙ୍ଗ୍ୟାଙ୍କ ଫେରିବା ବାଟ ଏକପ୍ରକାର ବନ୍ଦ ହୋଇଯାଇଛି। ଏଭଳି ସମୟରେ ଭାରତରେ ବସବାସ କରୁଥିବା ଶରଣାର୍ଥୀଙ୍କୁ ହଠାତ୍‌ ସ୍ଥାୟୀ ବାସସ୍ଥାନ ଯୋଗାଇଦେବାର ପ୍ରତିଶ୍ରୁତି ଦେଇ ତତ୍କାଳ ଓହରି ଯାଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ରମନ୍ତ୍ରୀ ହର୍‌ଦୀପ ସିଂ ପୁରୀଙ୍କ ଟୁଇଟ୍‌କୁ ଅମିତ ଶାହାଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅସ୍ବୀକାର କରିବା ଶରଣାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ନିୟମକୁ ନେଇ ନୂଆଦିଲ୍ଲୀର ଦ୍ୱନ୍ଦ୍ୱକୁ ପଦାରେ ପକାଇଛି।

ପ୍ରକାଶ ଯେ, ଗତ ଫେବୃୟାରୀରେ ଥିରୁଭାନନ୍ତପୁରମ୍‌ର କଂଗ୍ରେସ ଏମ୍‌ପି ଶଶି ଥରୁର ଶରଣାର୍ଥୀ ଓ ଶରଣ ସମ୍ପର୍କିତ ଏକ ଆଇନ ଆଣିବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ଭାରତ ଲଗାତର ଭାବେ ଅନ୍ତର୍ଜାତୀୟ ଆଇନର ବିତାଡ଼ନ ନିରୋଧୀ ସିଦ୍ଧାନ୍ତର ଉଲ୍ଲଂଘନ କରିଆସିଥିବାରୁ ଦେଶରେ ଏଭଳି ଆଇନ ଜରୁରୀ ହୋଇପଡ଼ିଥିବା ଥରୁର ଦାବି କରିଥିଲେ। ତେବେ ଥରୁରଙ୍କ ଦ୍ୱାରା ଆଗତ ବିଧେୟକ ପ୍ରାଇଭେଟ ମେମ୍ବର ବିଲ୍‌ ହୋଇଥିବାରୁ ଏହାକୁ ସରକାରୀ ପକ୍ଷର ସମର୍ଥନ ମିଳିନାହିଁ।

ଦିଲ୍ଲୀକୁ ଅନ୍ଧାରରେ ରଖିଛି କେନ୍ଦ୍ର: ସିସୋଡିଆ

କେନ୍ଦ୍ର ସରକାର ପ୍ରଥମେ ଟିକିରି ସୀମାନ୍ତ ବକ୍କରଓ୍ବାଲାରେ ରୋହିଙ୍ଗ୍ୟାମାନଙ୍କୁ ଇଡବ୍ଲ୍ୟୁଏସ୍‌ ଫ୍ଲାଟ୍‌ ଦେବା ନିମନ୍ତେ ଘୋଷଣା କରିଦେଲେ। ଶରଣାର୍ଥୀଙ୍କୁ ସ୍ଥାୟୀ ବାସସ୍ଥାନ ପ୍ରଦାନର ପ୍ରତିଶ୍ରୁତି ଦେବା ପରେ ୟୁ-ଟର୍ନ କଲେ, ତାହା ପୁଣି ଦିଲ୍ଲୀ ସରକାରଙ୍କ ମୁଣ୍ଡରେ ଦୋଷ ଲଦି। ମୋଟାମୋଟି ଭାବେ ଦେଖିଲେ କେନ୍ଦ୍ର ନିଜ ଭିତିରି ଯୋଜନା ସମ୍ପର୍କରେ ଦିଲ୍ଲୀ ସରକାରଙ୍କୁ ଅନ୍ଧକାରରେ ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଅଣଦେଖା କରି ଲ୍ୟୁଟ୍‌ନାଣ୍ଟ ଗଭର୍ନରଙ୍କ ସହ ମିଶି ଏପରି ଷଡ଼ଯନ୍ତ୍ର ରଚିଛନ୍ତି। ଏଥିରେ ଦିଲ୍ଲୀ ପୋଲିସ ମଧ୍ୟ ସାମିଲ ଅଛି। କେତେକ ଫାଇଲପତ୍ରରୁ ଏହି ବିଷୟ ସ୍ପଷ୍ଟ ଜଣାପଡ଼ୁଥିବା ନେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ସିସୋଡିଆଙ୍କ ମତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଶରଣାର୍ଥୀମାନଙ୍କୁ ଦିଲ୍ଲୀର ସ୍ଥାୟୀ ବାସିନ୍ଦା କରି ଭୋଟବ୍ୟାଙ୍କରେ ପରିଣତ କରିବାକୁ ଚାହୁଁଛନ୍ତି, ଠିକ୍‌ ଯେମିତି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଅମଳରେ ବାଂଲାଦେଶୀ ଶରଣାର୍ଥୀମାନଙ୍କୁ ଭୋଟର ସଜାଇ ଦିଆଯାଇଥିଲା। କଶ୍ମୀରୀ ପଣ୍ଡିତମାନଙ୍କୁ ପ୍ରତିଦିନ ହତ୍ୟା କରାଯାଉଥିବାବେଳେ ରୋହିଙ୍ଗ୍ୟାମାନଙ୍କୁ ପ୍ରଧାନମନ୍ତ୍ରୀ ଘରଜ୍ୱାଇଁ କରିଛନ୍ତି। ପ୍ରକୃତରେ ସେମାନେ ଶରଣାର୍ଥୀଙ୍କ ସ୍ଥାୟୀ ବ୍ୟବସ୍ଥା ଚାହୁଁଥିଲେ କୌଣସି ଭାଜପା ଶାସିତ ରାଜ୍ୟକୁ ନେଇ ଯାଆନ୍ତୁ। ଦିଲ୍ଲୀ ସରକାର ଏଠାରେ ଶରଣାର୍ଥୀଙ୍କ ବସବାସକୁ ଦୃଢ଼ ଭାବେ ବିରୋଧ କରିବେ ବୋଲି ସିସୋଡ଼ିଆ ରୋକ୍‌ଠୋକ୍‌ ଶୁଣାଇଦେଇଛନ୍ତି।

ବାଂଲାଦେଶ କହିଲା ଫେରାଇନିଅ

ଜାତିସଂଘ ମାନବାଧିକାର ଉଚ୍ଚାୟୁକ୍ତ ମିଶେଲ ବାଚେଲେଟ୍‌ ବୁଧବାର ବାଂଲାଦେଶ ରାଜଧାନୀ ଢାକା ଗସ୍ତ କରି କକ୍ସବାଜାରସ୍ଥିତ ରୋହିଙ୍ଗ୍ୟା ଶରଣାର୍ଥୀ ଶିବିର ବୁଲି ଦେଖିଛନ୍ତି। ରୋହିଙ୍ଗ୍ୟାମାନେ ବୌଦ୍ଧବହୁଳ ମ୍ୟାନ୍‌ମାରର ନାଗରିକ ହୋଇଥିବାରୁ ସେହି ଦେଶ ସେମାନଙ୍କୁ ଫେରାଇ ନେବା ଉଚିତ। ପ୍ରତ୍ୟର୍ପଣ ପାଇଁ ଜରୁରୀ ପଦକ୍ଷେପ ନେବାକୁ ମ୍ୟାନ୍‌ମାର ଉପରେ ଜାତିସଂଘ ଚାପ ପକାଉ ବୋଲି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ତାଙ୍କୁ କହିଛନ୍ତି। ମିଶେଲଙ୍କ ଗସ୍ତବେଳେ ରୋହିଙ୍ଗ୍ୟାମାନେ ନିଜ ଅଧିକାରର ସୁରକ୍ଷା, ଜୀବନଜୀବିକା ଓ ବାସସ୍ଥାନର ସୁବ୍ୟବସ୍ଥା ପାଇଁ ତାଙ୍କୁ ଅନୁରୋଧ କରିଥିଲେ। ମିଶେଲ କହିଥିଲେ, ସେମାନଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ଲାଗି ଜାତିସଂଘ ଯଥାସାଧ୍ୟ ଉଦ୍ୟମ କରୁଛି।

ଅଲୋଡ଼ା କାହିଁକି

ସଂଖ୍ୟାଲଘୁ ରୋହିଙ୍ଗ୍ୟା ମୁସଲମାନମାନେ ଅନେକ ଦଶନ୍ଧି ଧରି ହିଂସା, ନିର୍ଯାତନା ଓ ବୈଷମ୍ୟକୁ ସହି ଆସିଛନ୍ତି। ଅସହ୍ୟ ହେଲେ ଦେଶ ଛାଡ଼ିଛନ୍ତି, ଠିକ୍‌ ଯେମିତି ୨୦୧୭ ଅଗଷ୍ଟରେ ରଖାଇନ୍‌ ପ୍ରଦେଶରେ ସେନା ବର୍ବରତା ହେତୁ ଗଣପଳାୟନ କରିଥିଲେ ଅନେକ ଲକ୍ଷ ରୋହିଙ୍ଗ୍ୟା।
ଯାଇ ପଡ଼ୋଶୀ ବାଂଲାଦେଶ ଓ ଭାରତ ସମେତ ଥାଇଲାଣ୍ଡ, ନେପାଳରେ ଶରଣାର୍ଥୀ ଭାବେ ବସବାସ କରୁଥିବା ଓ ଆଶ୍ରୟ ଲୋଡ଼ୁଥିବା ରୋହିଙ୍ଗ୍ୟାଙ୍କ ସଂଖ୍ୟା ୯ ଲକ୍ଷ ୮୦ ହଜାରରୁ ଊର୍ଦ୍ଧ୍ୱ ହେବ। ପ୍ରାୟ ୯ ଲକ୍ଷ ୧୯ ହଜାର ରୋହିଙ୍ଗ୍ୟା ବାଂଲାଦେଶରେ କକ୍ସବାଜାର ସ୍ଥିତ କୁଟୁପାଲୋଙ୍ଗ୍‌ ଓ ନୟାପଡ଼ା ଶରଣାର୍ଥୀ ଶିବିରରେ ରହୁଛନ୍ତି।
ନାଗରିକତ୍ୱ ଆଇନ ଅନୁସାରେ ମ୍ୟାନ୍‌ମାର ସରକାର କେବଳ ୪୦ ହଜାର ରୋହିଙ୍ଗ୍ୟାଙ୍କୁ ନାଗରିକ ମାନ୍ୟତା ଦେଇଛନ୍ତି। ଅବଶିଷ୍ଟ ରୋହିଙ୍ଗ୍ୟାଙ୍କୁ ବାଂଲାଦେଶରୁ ଆସିଥିବା ବେଆଇନ ବଙ୍ଗାଳୀ ପ୍ରବାସୀ ଆଖ୍ୟା ଦିଆଯାଇଛି। ୯୨ ହଜାର ରୋହିଙ୍ଗ୍ୟା ଶରଣାର୍ଥୀ ଥାଇଲାଣ୍ଡ୍‌କୁ ଆଶ୍ରୟ ମାଗିଥିବାବେଳେ ଅନ୍ୟ ୨୧ ହଜାର ଭାରତର ଶରଣ ଲୋଡ଼ିଛନ୍ତି।
ମାନବାଧିକାର (ୟୁଏନ୍‌ଏଚ୍‌ସିଆର) ଉଚ୍ଚାୟୁକ୍ତଙ୍କ ଦ୍ୱାରା ପ୍ରମାଣୀକୃତ ୧୬ ହଜାରରୁ ଊର୍ଦ୍ଧ୍ୱ ରୋହିଙ୍ଗ୍ୟା ଭାରତରେ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ୧,୧୦୦ ଦିଲ୍ଲୀରେ ଆଶ୍ରୟ ନେଇଛନ୍ତି। ରିକ୍ସା ଟାଣିବା, ମୂଲ ଲାଗିବା ଭଳି ଶ୍ରମଭିତ୍ତିକ କାର୍ଯ୍ୟରେ ଏମାନେ ନିୟୋଜିତ। ନୂଆଦିଲ୍ଲୀ ଜାତିସଂଘ ଶରଣାର୍ଥୀ ସନ୍ଧିର ସ୍ବାକ୍ଷରକାରୀ ହୋଇ ନ ଥିବାରୁ ଏହି ପ୍ରସଙ୍ଗରେ ଭାରତ ଉପରେ କୌଣସି ଅନ୍ତର୍ଜାତୀୟ ସଙ୍ଗଠନର କର୍ତ୍ତୃତ୍ୱ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ଦେବାକୁ ଯିବା ବେଳେ ସଡ଼କ ଦୁର୍ଘଟଣା, ବାଇକରୁ ପଡ଼ି ଦୁଇ ଛାତ୍ର….

ଗଜପତି,୧୯ା୨(ଗିରିଧାରୀ ପରିଛା): ମାଳିୟାରା ଓ ପୁଡ଼ଇଡା ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣା । ପରୀକ୍ଷା ଦେବାକୁ ଯିବା ବେଳେ ବାଇକ୍ ଦୁର୍ଘଟଣାରେ ଛାତ୍ର ଆହତ ହୋଇଛନ୍ତି ।…

ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା, ଭଦ୍ରକରେ ୧୧୫ କେନ୍ଦ୍ରରେ ୨୧୦୨୪ ପରୀକ୍ଷାର୍ଥୀ

ଭଦ୍ରକ, ୧୯ା୨(ସନାତନ ରାଉତ)ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଗୁରୁବାର ଆରମ୍ଭ ହୋଇଛି । ଭଦ୍ରକ ଜିଲାରେ ୩୧୮ଟି ଉଚ୍ଚ ବିଦ୍ୟା ବିଦ୍ୟାଳୟର ରେଗୁଲାର ଓ ଏକ୍ସ ରେଗୁଲାର ମୋଟ…

ଟ୍ରମ୍ପଙ୍କ ବଡ଼ ପ୍ଲାନ, ଆଗାମୀ କିଛି ଘଣ୍ଟା ମଧ୍ୟରେ ଇରାନ ଉପରେ ଆକ୍ରମଣ କରିପାରେ ଆମେରିକା

ଆମେରିକା,୧୯ା୨: ଗତ କିଛି ଦିନ ଧରି ଆମେରିକା ଏବଂ ଇରାନ ମଧ୍ୟରେ ପରମାଣୁ ଚୁକ୍ତିନାମା ସମ୍ପର୍କରେ ଆଲୋଚନା ଜାରି ରହିଛି । ଏହି ଆଲୋଚନାରେ ଉଭୟ ଦେଶର…

ଲଜ୍ଜାଜନକ ରେକର୍ଡ କଲେ ଅଭିଷେକ ଶର୍ମା: ପ୍ରଥମ ଭାରତୀୟ ଭାବେ…

ନୂଆଦିଲ୍ଲୀ,୧୯/୨: ଅଭିଷେକ ଶର୍ମା ଏକ ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଟି-୨୦ ବିଶ୍ୱକପ ଇତିହାସରେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ତାଙ୍କର ପ୍ରଥମ ତିନୋଟି ଇନିଂସରେ…

ଦୋକାନ ବନ୍ଦ କରି ଫେରୁଥିଲେ ଗହଣା ଦୋକାନୀ, ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ଦୁର୍ବୃତ୍ତ

ନୀଳଗିରି,୧୯ା୨(ପ୍ରଶାନ୍ତ କୁମାର ବିଶ୍ବାଳ): ନୀଳଗିରି ଥାନା ଅଧୀନ ସନ୍ତରାଗଡ଼ିଆ ବଜାରର ଜଣେ ଗହଣା ଦୋକାନୀ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼…

କେବଳ ୭ ମିନିଟ୍‌….ତେଜିଲା ଚାଷୀ ସମସ୍ୟା

ଭୁବନେଶ୍ୱର,୧୯।୨ (ରବିନାରାୟଣ ଜେନା): ବୁଧବାର ପୂର୍ବାହ୍ନ ସାଢ଼େ ୧୦ଟାରେ ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ଭାଜପା…

ଲଘୁଚାପ କ୍ଷେତ୍ର ସକ୍ରିୟ, ୨୫ଯାଏ ଶୁଖିଲା ପାଗ

ଭୁବନେଶ୍ୱର,୧୯ା୨(ଅନୁରାଧା ମହାରଣା): ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ବୁଧବାର ସକ୍ରିୟ ରହିଛି । ଏହା ପ୍ରଭାବରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ପାଣିପାଗ ଧୀରେ ଧୀରେ…

ଏଆଇ ସମିଟ୍‌: ଚାଇନା ରୋବୋକୁ ନେଇ ବିବାଦ

ନୂଆଦିଲ୍ଲୀ,୧୯ା୨(ରଏଟର୍ସ/ପିଟି):ଭାରତ ସରକାରଙ୍କ ପକ୍ଷରୁ ଆୟୋଜିତ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଚାଇନା ନିର୍ମିତ ଏକ ରୋବୋଟିକ୍‌ ଡଗ୍‌କୁ ବୁଧବାର ଘରୋଇ ବିଶ୍ୱବିଦ୍ୟାଳୟ ଗାଲ୍‌ଗୋଟିଆସ୍‌ ନିଜର ବୋଲି ଦର୍ଶାଇବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri