ନେହାଙ୍କୁ ବିବାହ କରିବାକୁ ଚାହୁଁ ନ ଥିଲେ ରୋହନପ୍ରୀତ୍‌, କାରଣ…

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କରଙ୍କୁ ରୋହନପ୍ରୀତ୍‌ ସିଂ ବିବାହ କରିଛନ୍ତି। ମାତ୍ର ନେହାଙ୍କୁ ରୋହନ ବିବାହ କରିବାକୁ ଚାହୁଁ ନ ଥିଲେ ବୋଲି ଏକ ସାକ୍ଷାତକାରରେ ନେହା କହିଛନ୍ତି। ସେ କହିଛନ୍ତି, ‘ ଦ କପିଲ ଶର୍ମା ଶୋ’ରେ ଶୁଟିଂ ପରେ ରୋହନଙ୍କୁ ନେହା ତାଙ୍କ ସ୍ନାପଚାଟ୍‌ ଆଇଡି ମାଗିଥିଲେ। ପରେ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ଏହି କଥାବାର୍ତ୍ତା ମଧ୍ୟରେ ନେହା ରୋହନଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ। ମାତ୍ର ରୋହନ ନେହାଙ୍କ କଥା ଶୁଣି କହିଥିଲେ ମୋତେ ଏବେ ୨୫ ବର୍ଷ, ବିବାହ ବୟସ ହୋଇନାହିଁ। ଏହା ପରେ ନେହା ରୋହନଙ୍କ ସହ କିଛିଦିନ କଥାବାର୍ତ୍ତା ବନ୍ଦ କରିଦେଇଥିଲେ। ହଠାତ୍‌ ଦିନେ ରୋହନ ଫୋନ୍‌ କରି ନେହାଙ୍କୁ କହିଥିଲେ, ‘ନେହୁ ମୁଁ ତୁମ ବିନା ବଞ୍ଚି ପାରିବି ନାହିଁ। ଚାଲ ବିବାହ କରିବା। ସେଦିନ ମଦ ପିଇ କ’ଣ କହି ଦେଇଥିଲି, ଭୁଲି ଯାଅ। ନେହା ବି ରୋହନଙ୍କ କଥାରେ ରାଜି ହୋଇ ବିବାହ କରିବାକୁ ହଁ ଭରିଥିଲେ। ଯେଉଁଥିପାଇଁ ଖୁବ୍‌ କମ ଦିନ ମଧ୍ୟରେ ଦୁହିଁଙ୍କର ବିବାହ ହୋଇଥିଲା।

Share