Categories: ଖେଳ

ମିଆମି ଓପନ ଡବଲ୍ସ ଜିତି ଇତିହାସ ରଚିଲେ ରୋହନ ବୋପାନ୍ନା: ପ୍ରାଇଜ୍‌ ମନି ଶୁଣି ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୩୧।୩: ଭାରତୀୟ ଟେନିସ ତାରକା ରୋହନ ବୋପାନ୍ନା ତାଙ୍କ ଅଷ୍ଟ୍ରେଲୀୟ ସାଥୀ ମାଥ୍ୟୁ ଏବଡେନଙ୍କ ସହ ମିଆମି ଓପନ ଡବଲ୍ସ ଟାଇଟଲ ଜିତିଛନ୍ତି। ଏହାପୂର୍ବରୁ ୪୪ ବର୍ଷୀୟ ବୋପାନ୍ନା ଏବଂ ଏବଡେନଙ୍କ ଯୋଡି ଅଷ୍ଟ୍ରେଲୀୟ ଓପନ ପୁରୁଷ ଡବଲ ଟାଇଟଲ ଜିତି ଇତିହାସ ସୃଷ୍ଟି କରିଥିଲେ। ମିଆମି ଓପନ ଡବଲ୍ସ ଫାଇନାଲରେ ବୋପାନ୍ନା ଏବଂ ଏବଡେନ ଇଭାନ ଡୋଡିଗ ଏବଂ ଅଷ୍ଟିନ କ୍ରାଜିକଙ୍କ ଯୋଡିଙ୍କୁ ପରାସ୍ତ କରିଛନ୍ତି। ପ୍ରାୟ ଦେଢ ଘଣ୍ଟା ଧରି ଚାଲିଥିବା ଏକ ମ୍ୟାଚରେ ବୋପାନ୍ନା ଏବଂ ଏବଡେନଙ୍କ ଯୋଡି ଇଭାନ ଡୋଡିଗ ଏବଂ ଅସ୍ଟିନ କ୍ରାଜିକଙ୍କୁ ୬-୭ (୩), ୬-୩, ୧୦-୬ରେ ପରାସ୍ତ କରି ଟାଇଟଲ ଜିତିଥିଲେ।
ମିଆମି ଓପନ ଡବଲ୍ସ ଫାଇନାଲରେ ଜିତିଥିବା ବୋପାନା ଏବଂ ଏବଡେନଙ୍କ ଉପରେ ଟଙ୍କା ବର୍ଷା ହୋଇଥିଲା। ଉଭୟଙ୍କୁ ପୁରସ୍କାର ରାଶି ଭାବରେ ୧,୧୦୦,୦୦୦ ଡଲାର ପୁରସ୍କାର ରାଶି ମିଳିଥିଲା। ହାରିଥିବା ଯୋଡିଙ୍କୁ ୫୮୫,୦୦୦ ଡଲାର ପାଇଥିଲେ। ନିକଟରେ ଜାନୁଆରୀ ମାସରେ ରୋହନ ବୋପାନ୍ନା ଏବଂ ଏବଡେନ ଯୋଡି ଓପନ ପୁରୁଷ ଡବଲ୍ସ ଟାଇଟଲ ଜିତିଥିଲେ, ସେମାନେ ମିଆମି ଓପନ ଡବଲ୍ସ ଟାଇଟଲ ଜିତି ଇତିହାସ ସୃଷ୍ଟି କରିଛନ୍ତି।

Share