Posted inଖେଳ

ରୋଡ୍ରିଗୁଏଜ୍‌ ମହମ୍ମଡାନ ସ୍ପୋର୍ଟିଂର ମୁଖ୍ୟ କୋଚ୍‌

କୋଲକାତା, ୨୫ା୧୦ (ପି.ଟି.)- ମହମ୍ମଡାନ ସ୍ପୋର୍ଟିଂ କ୍ଲବ ଆସନ୍ତା ଆଇ-ଲିଗ୍‌ ସିଜନ ପାଇଁ ସ୍ପେନର ଜୋସ୍‌ କାର୍ଲୋସ ରୋଡ୍ରଗୁଏଜ୍‌ଙ୍କୁ ସେମାନଙ୍କ ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ଦେଇଛି। ପୂର୍ବରୁ ଏହି ପଦବୀରେ ରହିଥିବା ୟାନ୍‌ ଲ’ କ୍ୱାଲିଫାୟର୍ସ ଶେଷ ହେବା ପୂର୍ବରୁ ବହିଷ୍କୃତ ହୋଇଥିଲେ। କ୍ଲବର ଟପ୍‌ ଅଫିସିଆଲଙ୍କ ସହ ହୋଇଥିବା ବ୍ୟକ୍ତିଗତ କଥାବାର୍ତ୍ତାକୁ ବାହାରେ ପ୍ରକାଶ ପାଇବାରୁ ଚଳିତ ମାସ ପ୍ରଥମ ଭାଗରେ ଲ’ଙ୍କୁ ବିଦା କରି ଦିଆଯାଇଥିଲା। ତାଙ୍କ ସ୍ଥାନରେ ସୟେଦ ରେମନ କାମଚଳା ଦାୟିତ୍ୱ ଗ୍ରହଣ କରିଥିଲେ। ରେମନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କ୍ଲବ କ୍ୱାଲିଫାୟର୍ସ ଜିତି ଆଇ-ଲିଗ୍‌ରେ ଖାଲିପଡ଼ିଥିବା ଏକମାତ୍ର ସ୍ଥାନ ହାସଲ କରିଥିଲା। ରୋଡ୍ରିଗୁଏଜ୍‌ ୟୁଫା (ୟୁନିୟନ ଅଫ୍‌ ୟୁରୋପିଆନ୍‌ ଫୁଟ୍‌ବଲ ଆସୋସିଏଶନ୍ସ)ର ଜଣେ ଲାଇସେନ୍ସପ୍ରାପ୍ତ କୋଚ୍‌। ବିଭିନ୍ନ ସ୍ତରରେ ତାଙ୍କର ଦୀର୍ଘ ୨୫ ବର୍ଷର ଅଭିଜ୍ଞତା ରହିଛି। ସେ ପ୍ରଥମେ ସ୍ପେନଡ଼ରେ କ୍ଲବ ସ୍ତରରେ ତାଙ୍କ କୋଚିଂ କ୍ୟାରିୟର ଆରମ୍ଭ କରିଥିଲେ। ଭାରତୀୟ ଫୁଟ୍‌ବଲ ପାଇଁ ସେ କିନ୍ତୁ ନୂଆ ନୁହନ୍ତି। ୨୦୧୪ ନଭେମ୍ବରରୁ ୨୦୧୬ ଜୁଲାଇ ପର୍ଯ୍ୟନ୍ତ ଭାରତରେ ଆର୍ସେନାଲ ସକ୍କର ସ୍କୁଲର ବୈଷୟିକ ପରାମର୍ଶଦାତା ଭାବେ ପୁଣେରେ ଅବସ୍ଥାନ କରୁଥିଲେ। ଏହି ସମୟରେ ସେ ଆହୁରି ମଧ୍ୟ ଇଣ୍ଡିଆନ ସୁପର ଲିଗ୍‌ ଟିମ୍‌ ଏଫ୍‌ସି ପୁଣେର ଜଣେ ସଦସ୍ୟ ଥିଲେ। ରୋଡ୍ରିଗୁଏଜ୍‌ ପରେ ୨୦୧୭ରେ ଆଇ-ଲିଗ୍‌ କ୍ଲବ ମିନର୍ଭା ପଞ୍ଜାବ ପାଇଁ କାର୍ଯ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ ଜିଲା ଉପସଭାପତି, ଏହି କାରଣ ଦର୍ଶାଇ…

ରାୟଗଡା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ଜିଲାରେ ବିଜେଡି ପାଇଁ ବଢୁଛି ଅଡ଼ୁଆ। ଜିଲା କମିଟି ଘୋଷଣା ହେବା ପରେ ଦାୟିତ୍ୱ ପାଇଥିବା ଜଣେ ଉପସଭାପତି ତାଙ୍କ ପଦବୀରୁ ଇସ୍ତଫା…

ଆସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ: ବାହାରକୁ ଯିବା ପୂର୍ବରୁ କ’ଣ ଖୋଲା, କ’ଣ ବନ୍ଦ, ଦେଖନ୍ତୁ…

ନୂଆଦିଲ୍ଲୀ/ଭୁବନେଶ୍ୱର,୧୧।୨: ଆସନ୍ତାକାଲି ଭାରତ ବନ୍ଦ ଡାକରା। କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି କେନ୍ଦ୍ର ସରକାର ବିରୋଧରେ ଦେଶବ୍ୟାପୀ ହରତାଳ ଓ ଧର୍ମଘଟ କରିବେ ବିଭିନ୍ନ ଶ୍ରମିକ…

ପୁଇଁହେବା ବେଳେ ବୃଦ୍ଧାଙ୍କ ଦେହରେ ଲାଗିଲା ନିଆଁ

ଆନନ୍ଦପୁର ୧୧।୨(ସୁଶାନ୍ତ କୁମାର ସାହୁ): ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ପୁଇଁବା ବେଳେ ପୋଡିହୋଇ ବୃଦ୍ଧା ଜଣକ ଗୁରୁତର ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି…

ଟ୍ରମ୍ପଙ୍କ ସାଂସଦ ଆଣିଲେ H1B ଭିଜା ଶେଷ କରିବାର ପ୍ଲାନ, ଜାଣନ୍ତୁ ଭାରତୀୟଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ

ଓ୍ବାଶିଂଟନ,୧୧।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟତର ଜଣେ ସାଂସଦ ଏକ ବିଲ ଆଗତ କରିଛନ୍ତି ଯାହା ଭାରତୀୟମାନଙ୍କ ପାଇଁ ଏକ ବଡ଼ ଆଘାତ। ସୋମବାର (ଫେବୃଆରୀ…

PUCC ନେଇ ବଡ଼ ବୟାନ ଦେଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର,୧୧।୨: PUCC ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସମସ୍ତଙ୍କୁ PUCC କରିବା ବାଧ୍ୟତାମୂଳକ କହିଛନ୍ତି । ଟୋଲ ଗେଟ୍‌ରେ…

ବଡ଼ ପରଦାରେ ଭାଇରାଲ ଗର୍ଲ ମୋନାଲିସା: ପ୍ରଶଂସାରେ ପୋତିଲେ ଦର୍ଶକ

ମହାକୁମ୍ଭ ମେଳାରେ ଭାଇରାଲ ହୋଇଥିବା ମୋନାଲିସା ଖୁବ୍‌ଶୀଘ୍ର ବଡ଼ ପରଦାରେ ନଜର ଆସିବେ। ମୋନାଲିସାଙ୍କ ପ୍ରଥମ ଫିଲ୍ମ ‘ଦି ଡାଏରୀ ଅଫ ମଣିପୁର’ ମୁକ୍ତିଲାଭ କରିବାକୁ ଯାଉଛି।…

ସତ୍ୟବ୍ରତ ହତ୍ୟା ଘଟଣା: ଦିଦେଶଙ୍କ ସ୍ତ୍ରୀ କଲେ ଚାଞ୍ଚଲ୍ୟକର ଖୁଲାସା

ଭୁବନେଶ୍ୱର,୧୧।୨: ଭୁବନେଶ୍ୱର ନୀଳାଦ୍ରି ବିହାର ସତ୍ୟବ୍ରତ ହତ୍ୟା କାଣ୍ଡ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି। ଦିନେଶ ନାୟକଙ୍କ ସ୍ତ୍ରୀ ମାମାଲି ନାୟକ ଚାଞ୍ଚଲ୍ୟକର ଖୁଲାସା…

ଭାରତ ସହ ଟ୍ରେଡ୍‌ ଡିଲ୍‌ ମଧ୍ୟରେ ଆମେରିକା ନେଲା ବଡ଼ ପଦକ୍ଷେପ: ହଟିଲା…

ଓ୍ବାଶିଂଟନ୍‌,୧୧।୨: ଆମେରିକା ବାଣିଜ୍ୟ ପ୍ରତିନିଧିଙ୍କ କାର୍ଯ୍ୟାଳୟ (USTR) ଭାରତର ଏକ ମାନଚିତ୍ର ହଟାଇ ଦେଇଛି। ଏଥିରେ ପାକିସ୍ତାନ ଅଧିକୃତ କଶ୍ମୀର (PoK) ଏବଂ ଅକ୍ସାଇ ଚାଇନାକୁ ଭାରତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri