ସରସହୀନ ଶାରଦୀୟ ମହୋତ୍ସବ

କାମାକ୍ଷାନଗର, ୨୫।୧୦ (ସୁଧୀର କୁମାର ପରିଡ଼ା): ମା’ ଆସିଛନ୍ତି। ମଣ୍ଡପରେ ଚାଲିଛି ପୂଜାର୍ଚ୍ଚନା। ହେଲେ କାହାରି ମନରେ ଅଛି ଉତ୍ସାହ ନା ଉଦ୍ଦୀପନା। ଦେବୀ-ଶ୍ରଦ୍ଧାଳୁଙ୍କ ମଧ୍ୟରେ ପଡ଼ିଥିବା କରୋନା କଟକଣାର ପାଚେରି ଚଳିତବର୍ଷ ଶାରଦୀୟ ମହୋତ୍ସବକୁ ସରସହୀନ କରିଦେଇଛି। ଭକ୍ତଶୂନ୍ୟ ମଣ୍ଡପରେ ପରଦା ଆଢୁଆଳରେ ମା’ ଦଶଭୁଜାଙ୍କ ଆବାହନ ଚାଲିଥିବାବେଳେ ଦର୍ଶନରୁ ବଞ୍ଚତ୍ତ ହୋଇଛନ୍ତି ଶ୍ରଦ୍ଧାଳୁ, ଯାହା ଛଡ଼ାଇ ନେଇଛି ଦୁର୍ଗାପୂଜାର ସରାଗ।
ଢେଙ୍କାନାଳ ଜିଲା କାମାକ୍ଷାନଗରର ଗଣପର୍ବ ଦଶହରା କରୋନା ମାଡ଼ରେ ଫିକା ପଡ଼ିଛି। ମୁଣ୍ଡିଦେଉଳି, ଜଗନ୍ନାଥ ବଜାର, ତରୁଣବଜାର, ଲକ୍ଷ୍ମୀବଜାର, ମେନ୍‌ରୋଡ୍‌, ଗୋପବନ୍ଧୁ ବଜାର, ହନୁମାନ ବଜାର, ବାବା ବଜାର, ତ୍ରିନାଥ ବଜାର, କଲେଜ ରୋଡ୍‌, ଇଲେକ୍ଟ୍ରି ଅଫିସ ଛକ, ମହାବୀର ବଜାର (ଜିରିଡ଼ାମାଳି), ରାଧାକୁଞ୍ଜସାହି, ତାରିଣୀ ବଜାର ଗଣେଶ ବଜାର ଆଦି ୧୪ ମଣ୍ଡପରେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯାଉଛି। ହେଲେ ସରକାରୀ ଗାଇଡ୍‌ଲାଇନ୍‌ ଅନୁଯାୟୀ ମଣ୍ଡପ ସାମ୍ନାରେ ପାଲ ଟଙ୍ଗାଇ ଦିଆଯାଇଛି। ଭିଡ଼ ଜମିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ଚେତାଇଥିବାବେଳେ ଏହାକୁ ନେଇ ସତର୍କତା ଅବଲମ୍ବନ କରିଛନ୍ତି ପୂଜା କମିଟି କର୍ମକର୍ତ୍ତା। ଯେପରି କଟକଣା ଭଙ୍ଗ ନ ହୁଏ ସେଥିପ୍ରତି ପୋଲିସ ସତର୍କ ଦୃଷ୍ଟି ରଖିଛି। ମହାଷ୍ଟମୀରେ ପୂଜା ପାଇଁ କେତେଜଣ ମହିଳା ଶ୍ରଦ୍ଧାଳୁ ମଣ୍ଡପ ନିକଟକୁ ଆସିଥିଲେ ମଧ୍ୟ ସେମାନଙ୍କୁ ସୁଯୋଗ ଦିଆଯାଇ ନ ଥିଲା। ଫଳରେ ସେମାନେ ଲୁହ ଛଳଛଳ ଆଖିରେ ନିରାଶରେ ଫେରିଯାଉଥିବା ଦେଖିବାକୁ ମିଳିଥିଲା।
ସୂଚନାଯୋଗ୍ୟ, ୧୯୫୬ରେ ପଡ଼ିଥିବା ଭୟଙ୍କର ହଇଜାରୁ ରକ୍ଷା ପାଇବା ଲାଗି ମୁଣ୍ଡିଦେଉଳିଠାରେ କେତେଜଣ ଅଞ୍ଚଳବାସୀ ଛାମୁଡ଼ିଆ କରି ମା’ଙ୍କ ଆବାହନ କରିଥିଲେ। ସେହିଦିନଠାରୁ ନିରବଚ୍ଛିନ୍ନ ଭାବେ ପୂଜା ଆୟୋଜନ କରାଯାଉଛି। ଯାଜପୁର, ଅନୁଗୋଳ, କେନ୍ଦୁଝର, ଦେବଗଡ଼ ଜିଲାର ଲୋକେ କଟକ ନ ଯାଇ କାମାକ୍ଷାନଗର ଆସି ପୂଜାର ମଜା ନେଉଥିଲେ। ତେବେ ଦୀର୍ଘ ୬୪ବର୍ଷ ପରେ ପ୍ରଥମ ଥର ଏପରି ବ୍ୟତିକ୍ରମ ଦେଖାଦେଇଥିବାବେଳେ ପରମ୍ପରା ଭାଙ୍ଗିଛି। ସେହିପରି ସଂକ୍ରମଣ ଭୟ ଲାଗି ରହିଥିବାରୁ ଚଳିତବର୍ଷ ମିଳିତ ଭସାଣି ଉତ୍ସବ, ରାବଣପୋଡ଼ି, ଆତସବାଜି ପ୍ରତିଯୋଗିତା ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି।

ଏଭଳି ବ୍ୟତିକ୍ରମ କେବେ ହୋଇନି
ଦୀର୍ଘ ୪୦ ବର୍ଷ ହେଲା ମୁଣ୍ଡିଦେଉଳି ପୂଜା କମିଟି ଦାୟିତ୍ୱ ନିର୍ବାହ କରିଆସୁଛି। ବାତ୍ୟା, ବନ୍ୟା ହେଲେ ବି ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରିବାକୁ ଆସିଥାନ୍ତି। ଚଳିତବର୍ଷର ବ୍ୟତିକ୍ରମ କେବେ ହୋଇ ନ ଥିଲା। ମା’ଙ୍କ ଆଶୀର୍ବାଦ ରହିଲେ ସବୁକିଛି ଠିକ୍‌ ହୋଇଯିବ।
-ଆଦିତ୍ୟ ପ୍ରସାଦ କର,
ମୁଣ୍ଡିଦେଉଳି ପୂଜା କମିଟିର ବରିଷ୍ଠ କର୍ମକର୍ତ୍ତା

ଆଗାମୀ ବର୍ଷକୁ ଅପେକ୍ଷା
କାମାକ୍ଷାନଗରରେ ଅନୁଷ୍ଠିତ ରାବଣପୋଡ଼ି ଉତ୍ସବ ଏବଂ ଆତସବାଜି କାର୍ଯ୍ୟକ୍ରମ ବେଶ୍‌ ଚିତ୍ତାକର୍ଷକ। ଏହାକୁ ଦେଖିବାକୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ। ହେଲେ ଚଳିତବର୍ଷ ରାବଣ ପୋଡ଼ି ହେବନାହିଁ। ପୂଜା ଉତ୍ସବ ଲାଗି ଆସନ୍ତା ବର୍ଷକୁ ଅପେକ୍ଷା କରିବାକୁ ପଡ଼ିବ।
-ଶୁଭ୍ରାଂଶୁ ମହାନ୍ତି,
କାମାକ୍ଷାନଗର ରାବଣପୋଡ଼ି କମିଟି ସଦସ୍ୟ

ବ୍ୟବସାୟ ୭୦% କମିଛି
ବର୍ଷକର ବ୍ୟବସାୟ ମଧ୍ୟରୁ କେବଳ ଦଶହରାରେ ଅଧା ହୋଇଥାଏ। ଲୋକମାନଙ୍କ ମଧ୍ୟରେ ନୂଆ ପୋଷାକ, ବିଭିନ୍ନ ସାମଗ୍ରୀ କିଣିବାକୁ ଉତ୍ସାହ ଥାଏ। କିନ୍ତୁ ଚଳିତବର୍ଷ କଟକଣା ଯୋଗୁ ଶ୍ରଦ୍ଧାଳୁ ଆସୁନାହାନ୍ତି। ପାର୍ବଣରେ ବିକ୍ରି ହେବା ଆଶାରେ ଅଧିକ ସାମ୍ରଗୀ ମଧ୍ୟ ଆସିଛି। କିନ୍ତୁ ଆଶା ଅନୁଯାୟୀ ବେପାର ନ ହେବାରୁ ବ୍ୟବସାୟ ହାରାହାରି ୭୦% କମିଛି।
-ଦୀପକ ଖେମ୍‌କା, ବ୍ୟବସାୟୀ

ପ୍ରତି ମଣ୍ଡପରେ ପୋଲିସ
ପ୍ରଥମେ ଜୀବନ, ତା’ ପରେ ଜୀବିକା। ଏକଥା ଚିନ୍ତା କରି ସରକାର କଟକଣା ଭିତ୍ତିରେ ପୂଜା କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଭିଡ଼ ଏଡ଼ାଇବାକୁ ପ୍ରତି ମଣ୍ଡପରେ ପୋଲିସ ମୁତୟନ କରାଯାଇଛି। ଶ୍ରଦ୍ଧାଳୁଙ୍କ ଦର୍ଶନ ବାରଣ କରାଯାଇଛି।

-ଅଭିନବ ଡାଳୁଆ, କାମାକ୍ଷାନଗର ଥାନାଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ନିଶାମୁକ୍ତ ଓଡ଼ିଶା ପାଇଁ ସରକାରଙ୍କ ବଡ଼ ମାଷ୍ଟର ପ୍ଲାନ

ଭୁବନେଶ୍ୱର,୧୨।୭: ନିଶାମୁକ୍ତ ଓଡ଼ିଶା ପାଇଁ ରାଜ୍ୟ ସରକାର ଏକ ବଡ଼ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି। ଏହାର ଅନୁମୋଦନ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ…

ଯାତ୍ରୀ ଭାବେ ବସ୍‌ରେ ଯାତ୍ରା କଲେ ମନ୍ତ୍ରୀ, କଣ୍ଡକ୍ଟର କହିଲେ ଖୁଚୁରା ନାହିଁ ଯଦି ଓହ୍ଲାଇ ଯାଅ…

ବେଙ୍ଗାଲୁରୁ,୧୨।୭: ଶନିବାର ରାତିରେ କର୍ନାଟକ ପରିବହନ ମନ୍ତ୍ରୀ ବାଇରାଥୀ ସୁରେଶ ବେଙ୍ଗାଲୁରୁରେ BMTC ବସ୍‌ଗୁଡ଼ିକର ଅଚାନକ ଯାଞ୍ଚ କରିଥିଲେ । ଯାତ୍ରୀଙ୍କ ସୁବିଧା ମୂଲ୍ୟାଙ୍କନ କରିବା ପାଇଁ…

ସବୁଜ ଭବିଷ୍ୟତ ଗଠନ କରିବାକୁ ଆଗେଇ ଆସିଲେ ମହିଳା, ପ୍ରତ୍ୟେକ ନାଗରିକ ସଂକଳ୍ପବଦ୍ଧ ହୋଇ…

ବଲାଙ୍ଗୀର,୧୨ା୭(ସୁନିଲ କୁମାର ମହାନ୍ତି): ପରିବେଶ ସୁରକ୍ଷା ଏବଂ ସବୁଜ ଭବିଷ୍ୟତ ଗଠନର ଉଦ୍ଦେଶ୍ୟରେ ବଲାଙ୍ଗୀରସ୍ଥିତ ଖୁଜେନପାଲି ବିଦ୍ୟାଳୟରେ ବଲାଙ୍ଗୀର ମାରଓ୍ବାଡ଼ି ମହିଳା ସମିତି, ଲାୟନ୍ସ କ୍ଲବ, ସହଯୋଗ…

ସୁନା-ରୂପା ମୂଲ୍ୟ ହ୍ରାସ ପାଇବ ନା ବୃଦ୍ଧି ପାଇବ? ବିଶେଷଜ୍ଞ କହିଲେ….

ନୂଆଦିଲ୍ଲୀ,୧୨।୭: ନିବେଶକମାନେ ଆମେରିକା-ଇରାନ ମଧ୍ୟରେ ନୂତନ ଉତ୍ତେଜନା, ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଏବଂ ମୁଦ୍ରାସ୍ଫୀତି ତଥ୍ୟ ଉପରେ ତୀକ୍ଷ୍ଣ ନଜର ରଖିଥିବାରୁ ଆସନ୍ତା ସପ୍ତାହରେ ସୁନା ଏବଂ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରୁ ବାଦ ଦେବାର ପ୍ରକୃତ କାରଣ କହିଲେ ଶ୍ରେୟସ ଆୟର, ଆଶ୍ଚର୍ଯ୍ୟ ହେଲେ ପ୍ରଶଂସକ

ନୂଆଦିଲ୍ଲୀ,୧୨।୭: ଶନିବାର ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟି-୨୦ରେ ଭାରତୀୟ ଦଳ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଏକାଦଶରୁ ବାଦ ଦେଇଥିଲା। ସଞ୍ଜୁ ସାମସନ ତିନୋଟି ମ୍ୟାଚ…

ମାଟିର ମହକରେ ଫେରିଲା ଦେଶୀ ମଞ୍ଜି, ପ୍ରେରଣାଦାୟୀ ସାଜିଲେ ମହିଳା ଚାଷୀ, ହସିହସି କୁହନ୍ତି ଆମ ପରିବାରରେ…

କର୍ଲାମୁଣ୍ଡା,୧୨ା୭(ପ୍ରଦୀପ କୁମାର ସାହୁ): ବଦଳୁଥିବା କୃଷି ପଦ୍ଧତି ମଧ୍ୟରେ ଯେତେବେଳେ ଅନେକ ଚାଷୀ ହାଇବ୍ରିଡ୍‌ ମଞ୍ଜି ଓ ରାସାୟନିକ କୃଷି ଉପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି, ସେତେବେଳେ କଳାହାଣ୍ଡି…

ରଥଯାତ୍ରା ଡ୍ୟୁଟିରେ ଆସିଥିବା ହୋମଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ

ସାକ୍ଷୀଗୋପାଳ, ୧୨।୭ (କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ରଥଯାତ୍ରା ଡ୍ୟୁଟିରେ ପୁରୀ ଆସିଥିବା ଜଣେ ହୋମଗାର୍ଡଙ୍କର ଶନିବାର ରାତିରେ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି। ମୃତ ହୋମଗାର୍ଡଙ୍କ…

ENG vs IND: ଇଂଲଣ୍ଡ ODI ଏବଂ ଜିମ୍ବାୱେ T20 ସିରିଜ ପାଇଁ ଭାରତୀୟ ଦଳରେ ପରିବର୍ତ୍ତନ; BCCI ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୭: ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଏବଂ ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଭାରତୀୟ ଦଳରେ ପରିବର୍ତ୍ତନ କରାଯାଇଛି। ରବିବାର, ପୁରୁଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri