୩୬୫ ମାମଲା ସମାଧାନ କରିଥିବା କୁକୁରର ମୃତ୍ୟୁ

  • ମହାରାଷ୍ଟ୍ର,୧୭।୮-ମହାରାଷ୍ଟ୍ରର ବିଡ ପୋଲିସ ବିଭାଗରେ କାର୍ଯ୍ୟ କରୁଥିବା କୁକୁର(ରକି)ର ରବିବାର ମୃତ୍ୟୁ ଘଟିଛି। ୩୬୫ ମାମଲା  ସମାଧାନ କରିଥିବା ଏହି କୁକୁରକୁ ମହାରାଷ୍ଟ୍ର ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଏ ନେଇ ବିଡ ପୋଲିସ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଟୁଇଟରେ ଉଲ୍ଲେଖ ରହିଛି, ରକି ସମସ୍ତ ପୋଲିସଙ୍କ ପ୍ରିୟ ଥିଲେ। ଦୀର୍ଘଦିନର ଅସୁସ୍ଥତା ପରେ ରାତି ୪ ଟାରେ ତାର ମୃତ୍ୟୁ ହୋଇଛି। ୩୬୫ ଟି ମାମଲା ସମାଧାନ କରିବାରେ ରକି ସାହାଯ୍ୟ କରିଥିଲେ।
    ପ୍ରକାଶ ଯେ, ଡ୍ରଗ ଚିହ୍ନଟ କରିବା, ବିସ୍ଫୋରକ ସାମଗ୍ରୀ ଚିହ୍ନଟ କରିବା, ପ୍ରମାଣ ଖୋଜିବା ଏବଂ ଲୋକଙ୍କୁ ଖୋଜିବାରେ ରକିର ଭୂମିକ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା।

Share