ଲୁଣା ତଟବନ୍ଧରେ ପଥର ପ୍ୟାକିଂ ଖସୁଛି

କେନ୍ଦ୍ରାପଡ଼ା ଅଫିସ, ୧୧ା୪: ଗତ ସପ୍ତାହରେ ଜଳସମ୍ପଦ ବିଭାଗ ପକ୍ଷରୁ କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ ନଦୀବନ୍ଧର ସର୍ବେକ୍ଷଣ ହୋଇଛି । ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ସହିତ ଜିଲାସ୍ତରୀୟ ଅଧିକାରୀଙ୍କ ମିଳିତ ଅନୁଧ୍ୟାନ କରାଯାଇ ଦୁର୍ବଳ ସ୍ଥାନ ଚିହ୍ନଟ କରାଯାଇଛି । ଲୁଣା ତଟବନ୍ଧର ବିଭିନ୍ନ ସ୍ଥାନରୁ ପଥର ପ୍ୟାକିଂ ଖସୁଛି । ସେହିପରି ଜିଲାରେ ଥିବା ୭ ନଦୀ ଓ ୨୭ ଶାଖା ନାଳର ବନ୍ଧ ଏବେ ସୁରକ୍ଷିତ ନୁହେଁ  । ବର୍ଷା ପୂର୍ବରୁ ଏହାକୁ ମରାମତି ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।
ଏସମ୍ପର୍କରେ କୃଷକ ନେତା ବିଧୂଭୂଷଣ ମହାପାତ୍ର କହିଛନ୍ତି, ଆଳି ବ୍ଲକ ଅଞ୍ଚଳ ଅଧୀନ ଗୋବିନ୍ଦପୁର, ଡିମିରିପାଳ, ପେତପଡା, ସଂସିଧା, ଏରଡଙ୍ଗ, ଦେସାହି, ପାଳମୀ, କେତୁଆପାଳ ଆଦି ୧୦ ପଞ୍ଚାୟତକୁ କାଣୀ, ଖରସ୍ରୋତା, ବ୍ରାହ୍ମଣୀ ନଦୀ ଘେରି ରହିଛି ା ବାଳକାଟି, କୋଳଢ଼ିହ ଓ ମହୁ ଗ୍ରାମକୁ ଖରସ୍ରୋତା ଗିଳି ଚାଲିଛି । ଚୂନବନ୍ଧଠାରୁ ସାନଆଙ୍କୋ, ପତ୍ରପୁରଠାରୁ ଗୋପାଳପୁର, ଟୁଙ୍ଗାଠାରୁ ବଉଳଯୋଡି ନଦୀବନ୍ଧ ପଥରପ୍ୟାକିଂ ହୋଇଥିଲେ ମଧ୍ୟ ଶୋଚନୀୟ ଅବସ୍ଥାରେ ଅଛି । କେବଳ ଆଳି ବ୍ଲକ ଅଞ୍ଚଳରେ ଏହି ନଦୀବନ୍ଧ ସମସ୍ୟା ଦେଖାଯାଇନାହିଁ । ଜିଲାର ସମସ୍ତ କେନାଲ ବନ୍ଧର ଦୁରବସ୍ଥା ସ୍ଥାନୀୟ ଗ୍ରାମବାସୀଙ୍କୁ ଆତଙ୍କିତ କରିଥିବା ବେଳେ ଚାଷ ନଷ୍ଟ କରୁଛି । ନଦୀଗୁଡିକରେ ପ୍ରତିବର୍ଷ ବନ୍ୟାଜଳ ଆସି ଜିଲାର ଉପାନ୍ତ ଅଞ୍ଚଳରେ ଥିବା ୫୫ ପଞ୍ଚାୟତବାସୀଙ୍କ ଜୀବନଯାତ୍ରାରେ ବାଧା ସୃଷ୍ଟି କରୁଛି । ଲୁଣାତଟବନ୍ଧରେ ପଥର ପ୍ୟାକିଂ ଖସିଯାଉଥିବାରୁ ସମୁଦ୍ର ମାଡ଼ି ଆସିବା ଭୟ ସେମାନଙ୍କୁ ଆତଙ୍କିତ କରୁଛି । ମେ’ ମାସ ସୁଦ୍ଧା ସମସ୍ତ ନଦୀ ଓ କେନାଲ ବନ୍ଧ ମରାମତି କାମ ସାରିବାକୁ ସେ ଦାବି କରିଛନ୍ତି । ବୁଦ୍ଧିଜୀବୀ ପ୍ରଶାନ୍ତ କୁମାର ନାୟକ କୁହନ୍ତି, କେନ୍ଦ୍ରାପଡ଼ା ଜିଲାରେ ଜଳ ସମ୍ପଦ ବିଭାଗର ଦୁଇ ଡିଭିଜନ ସହିତ ଆଳି ତଟବନ୍ଧ କାର୍ଯ୍ୟାଳୟ ଅଛି । ଏହି କାର୍ଯ୍ୟାଳୟ ମାଧ୍ୟମରେ ଜିଲାରେ ଥିବା ନଦୀ ଓ କେନାଲର ପରିଚାଳନା ହେଉଛି  । ସେହିପରି ଜିଲାର ଶେଷ ମୁଣ୍ଡରେ ଥିବା ୪୮ କିଲୋମିଟର ଲମ୍ବର ସମୁଦ୍ର ତଟର ସୁରକ୍ଷା ଦାୟିତ୍ୱ ନେଇଛନ୍ତି । ଏହାସତ୍ତ୍ୱେ କ୍ଷେତ ପାଇଁ ଜଳ ପରିଚାଳନା ଜିଲାର ବଡ଼ ସମସ୍ୟା ହୋଇଛି । ସେହିପରି ପ୍ରତିବର୍ଷ ବନ୍ୟା ଭୟରେ ୫୫ ପଞ୍ଚାୟତବାସୀ ଆତଙ୍କିତ ହେଉଛନ୍ତି । ନଦୀବନ୍ଧର ସୁଦୃଢ଼ୀକରଣ ପାଇଁ ବର୍ଷାଦିନକୁ ଛାଡି ଅନ୍ୟ ଋତୁରେ କାମ ହୋଇପାରନ୍ତା । ତେବେ ବିଭାଗୀୟ ଅଧିକାରୀ ବର୍ଷାଦିନ ଆରମ୍ଭରେ ଦୁର୍ବଳ ଚିହ୍ନିତ ନଦୀବନ୍ଧରେ ମାଟି ଓ ବାଲି ପକାଇ ଅର୍ଥ ଲୁଟୁଛନ୍ତି । ଯୋଜନାର ଅର୍ଥ ଖର୍ଚ୍ଚ ସତ୍ତ୍ୱେ ସମସ୍ୟାର ସମାଧାନ ହେଉନାହିଁ । ବୁଦ୍ଧିଜୀବୀ ରାଧାକନ୍ତ ମହାନ୍ତି କୁହନ୍ତି, ନଦୀ ଜଳ ପରିଚାଳନା ଜିଲାର ବଡ ସମସ୍ୟା ହୋଇଛି ା ସମୁଦ୍ର ମୁହାଣ ଓ ତଳମୁଣ୍ଡର ନଦୀ ଶଯ୍ୟା ପୋତି ହେଉଛି । ଏହାକୁ ଡ୍ରେଜିଂ କରା ନ ଯିବାରୁ ବନ୍ୟା ସମୟରେ ଉଦ୍‌ବୃତ ଜଳ ନିଷ୍କାସନ ହୋଇ ପାରୁ ନାହିଁ । ଏହା ବ୍ୟତୀତ ଜାନୁୟାରୀଠାରୁ ନଦୀଗୁଡିକ ଶୁଖିବା ଆରମ୍ଭ ହେଉଛି ା ଫଳରେ ସ୍ଥାନୀୟ ଚାଷ ସହିତ ହେନ୍ତାଳବଣ ନଷ୍ଟ ହେଉଛି । ହେନ୍ତାଳବଣ ନଷ୍ଟ ଫଳରେ ତଟକ୍ଷୟ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ସାତଭାୟାବାସୀ ୧୫ କିଲୋମିଟର ଦୂର ବଗପାଟିଆକୁ ସ୍ଥାନାନ୍ତର ହୋଇଛନ୍ତି  । ଜିଓ ସିନ୍ଥେଟିକ ଟ୍ୟୁବୱାଲ ଜୁଆର ମାଡକୁ ସହି ପାରୁନାହିଁ । ନଦୀ ଓ ନାଳରେ ବ୍ୟାରେଜ ଓ କ୍ରିକ୍‌ ବନ୍ଧ ପାଇଁ ସେ ମତ ରଖିଛନ୍ତି । ଏସମ୍ପର୍କରେ ଜିଲା ଜଳ ସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ.ଉମେଶ ଚନ୍ଦ୍ର ସେଠୀ କୁହନ୍ତି, ଚଳିତ ବର୍ଷ ପାଇଁ ଦୁର୍ବଳ ନଦୀବନ୍ଧର ସ୍ଥାନ ଚିହ୍ନଟ ହୋଇଛି । ଖରାଦିନ ମଧ୍ୟରେ ଏହାର ମରାମତି କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ପିଜି ପ୍ରବେଶିକା ପରୀକ୍ଷା ରେଜଲ୍ଟ, ନାମଲେଖା ସମୟସୂଚୀ…

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପିଜି ପ୍ରବେଶିକା ପରୀକ୍ଷା ବା କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୬ ରେଜଲ୍ଟ ଗୁରୁବାର ପ୍ରକାଶ ପାଇଛି। ଛାତ୍ରୀଛାତ୍ର ସାମ୍‌ସ ପୋର୍ଟାଲ ମାଧ୍ୟମରେ ନିଜ ପରୀକ୍ଷାଫଳ…

ୟୁଜରନେମ ବିବାଦ: ହ୍ବାଟସଆପ ପରେ, ଆଇଟି ମନ୍ତ୍ରଣାଳୟ ଏବେ ସିଗନାଲ-ଟେଲିଗ୍ରାମକୁ ପଠାଇଛି ନୋଟିସ

ନୂଆଦିଲ୍ଲୀ,୨।୭: ୟୁଜରନେମ ଫିଚରକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ହ୍ବାଟସଆପ ପରେ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ଏବେ ଟେଲିଗ୍ରାମ ଏବଂ ସିଗନାଲକୁ ମଧ୍ୟ…

ଶ୍ରୀ ଶ୍ରୀ ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି: ଆସନ୍ତା ୧୬ରେ ଶ୍ରୀଗୁଣ୍ଡିଚା, ୨୫ରେ ରଥ ଉପରେ…

ବରଗଡ଼, ୨ା୭ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲିସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ପାଳନ ପାଇଁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ…

ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିଲେ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ: ‘ପିଲାଟିଏ ଗଛଟିଏ’ ଅଭିଯାନରେ …

ଦିଗପହଣ୍ଡି, ୨ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସିଦ୍ଧେଶ୍ୱର ଗ୍ରାମ ନିକଟସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଗୁରୁବାର ୭୬ ତମ ବନ…

ଟ୍ରକ୍ ମିଳିଲା, ଚପଲ ମିଳିଲା…ହେଲେ ୮ ଦିନ ହେଲା ଡ୍ରାଇଭରଙ୍କ ପତ୍ତା ନାହିଁ, ଭୋକ-ଉପାସରେ ଏ ଥାନାରୁ ସେ ଥାନା ବୁଲି ନୟାନ୍ତ…

ଦିଗପହଣ୍ଡି, ୨ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଜଣେ ଗାଡ଼ି ଚାଳକ ବାପୁଜୀ ସ୍ୱାଇଁ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି।…

ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ ନାହିଁ ପୁଅ ମୋଜତାବା, ଜାଣନ୍ତୁ କାରଣ

ତେହରାନ,୨।୭: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପରଲୋକ ପରେ ସମଗ୍ର ଦେଶରେ ଗଭୀର ଶୋକ ପ୍ରକାଶ ପାଇଛି। ରାଜଧାନୀ ତେହରାନରୁ ଆରମ୍ଭ କରି ମଶାଦ,…

ଦେଓ ନଦୀ ପୋଲ ଉପରେ ଗୋ-ଚାଲାଣ ଗାଡ଼ି ସହ ଅଟୋର ମୁହାଁମୁହିଁ ଧକ୍କା: ଗୋଟିଏ ବଳଦ ମୃତ, ଗୋ-ମାଫିଆ…

ପାଟଣା, ୨ା୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା-କରଞ୍ଜିଆ ଦେଇଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଯାଇଛି। ସାହାରପଡା ସ୍ଥିତ…

ଡୋକରୀଦର ଝରଣା ନିକଟରେ ଅଜଣା ମୃତଦେହ: ଖବର ପାଇ ବି ପହଞ୍ଚିଲାନି ପୋଲିସ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ

କୋକସରା, ୨ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖଲିଗଡ ପାଦଦେଶରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାର ‘ଡୋକରୀଦର’ ଝରଣା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri