Posted inଭଦ୍ରକ

୧୦୦ ଫୁଟ ଧସିଲା ପଥର ପ୍ୟାକିଂ

ଆରଡ଼ି,୨୧ା୮(ଡି.ଏନ୍‌.ଏ.)- ଲଘୁଚାପ ଜନିତ ବର୍ଷା ଯୋଗୁଁ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ବୋଡ଼କଠାରେ ୨୦ନଂ. ଜାତୀୟ ରାଜପଥର ବୈତରଣୀ ନଦୀର କୟଁାଗୋଲା ସେତୁ ପାର୍ଶ୍ୱ ରାସ୍ତାରେ ନିର୍ମାଣାଧୀନ ପଥର ପ୍ୟାକିଂ ଗୁରୁବାର ପ୍ରାୟ ୧୦୦ ଫୁଟ ଧସିଯାଇଛି । ପୂର୍ବରୁ ଏଠାରେ ବାରମ୍ବାର ମାଟି ଅତଡ଼ା ଖସି ରାସ୍ତା ପ୍ରତି ବିପଦ ସୃଷ୍ଟି କରୁଥିଲା । ଏହାକୁ ପଥର ପ୍ୟାକିଂ କରିବା ପାଇଁ ଏନ୍‌ଏଚ୍‌ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଜଣେ ଠିକାଦାର ଏହି ପଥର ପ୍ୟାକିଂ କାମ ହାତକୁ ନେଇ ନିର୍ମାଣ କାର୍ଯ୍ୟ ଜାରି ରଖିଥିଲେ। ଉପଯୁକ୍ତ ଭାବେ ପଥର ପ୍ୟାକିଂ କରାଯାଇ ରାସ୍ତାକୁ ମଜଭୁତ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। ଏହି ରାସ୍ତା ଦେଇ ଦୈନନ୍ଦିନ ଶହଶହ ଗାଡ଼ି ଆରଡିରୁ ଯାଜପୁର, କଟକ ଓ ଭୁବନେଶ୍ୱରକୁ ଯାତାୟାତ କରନ୍ତି। ରାସ୍ତା ପାର୍ଶ୍ୱ ପଥର ପ୍ୟାକିଂ ଧସିଲେ ଯାନବାହନ ଚଳାଚଳରେ ବାଧା ଉପୁଜିବା ସହ ଯୋଗାଯୋଗ ବିଚ୍ଛିନ୍ନ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ପରିବାରରୁ ୯୬୭ କୁଇଣ୍ଟାଲ ଧାନ କିଣି ଫଶିଲେ ସମବାୟ ସମିତି ସମ୍ପାଦକ

ଭୁବନେଶ୍ୱର/ଭଣ୍ଡାରିପୋଖରୀ, ୫।୩ : ଧାନକିଣାରେ ଅନିୟମିତତା ଏବଂ ନିର୍ଦ୍ଦେଶାବଳୀର ଉଲ୍ଲଂଘନ ଅଭିଯୋଗରେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ମାଳଦା ସେବା ସମବାୟ ସମିତି ଭାରପ୍ରାପ୍ତ ସମ୍ପାଦକ...

ବିଡିଓଙ୍କ କାର୍ଯ୍ୟାଳୟ ପରିସରରେ ଜିଆର୍‌ଏସ୍‌ଙ୍କ ଆତ୍ମାହୁତି ଉଦ୍ୟମ

ବାସୁଦେବପୁର,୪।୨(ଡି.ଏନ.ଏ.): ୧୦ ମାସର ବକେୟା ଦରମା ନ ମିଳିବାରୁ ପ୍ରତିବାଦରେ ଜଣେ ଜିଆର୍‌ଏସ୍‌ ଓ ତାଙ୍କ ସ୍ତ୍ରୀ ବିଡିଓଙ୍କ କାର୍ଯ୍ୟାଳୟ ପରିସରରେ ଆତ୍ମାହୁତି ଉଦ୍ୟମ କରିଛନ୍ତି।...

ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା: ଭଦ୍ରକର ୧୧୭ କେନ୍ଦ୍ରରେ ୨୩,୫୬୩ ପରୀକ୍ଷାର୍ଥୀ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭଦ୍ରକ ଅଫିସ, ୧୯ା୨- ବୁଧବାରଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ଭଦ୍ରକ ଜିଲାର ୭ଟି ବ୍ଲକରେ ମୋଟ ୧୧୭ଟି ପରୀକ୍ଷା କେନ୍ଦ୍ରରେ ୨୩, ୫୬୩ ଜଣ...

ନଗର ସଂକୀର୍ତ୍ତନ, ପୂର୍ଣ୍ଣାହୁତି ଆଜି

ଭଦ୍ରକ ଅଫିସ, ୧୦।୪ – ଭଦ୍ରକ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଗାନ୍ଧୀପଡ଼ିଆରେ ଐତିହାସିକ ଶ୍ରୀରାମ ନବମୀ ମହାଯଜ୍ଞ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ବେଳେ ରବିବାର ନଗର...

ଅମରପୁରରେ ଅଗ୍ନିକାଣ୍ଡ: ୨ ଗୋରୁ ଜୀବନ୍ତ ଦଗ୍ଧ

ଭଦ୍ରକ ଅଫିସ/ତିହିଡ଼,୧୩।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ କୋହ୍ଲ ପଞ୍ଚାୟତ ଅମରପୁର ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୨ ଗୋରୁ ଜୀବନ୍ତ...

ରିଲିଫ୍‌ ପାଣ୍ଠିକୁ ସହାୟତା

ଭଦ୍ରକ ଅଫିସ/ପଦ୍ମପୁର,/ କେନ୍ଦୁଝର, ୧ା୪(ଡି.ଏନ.ଏ.)-କରୋନା ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ବିଭିନ୍ନ ଆଡୁ ସହାୟତା ରାଶି ପ୍ରଦାନ କରାଯାଇଛି। ଭଦ୍ରକ ବ୍ଲକ ଗେଲଟୁଆ ପଞ୍ଚାୟତ...

‘ନୃତ୍ୟକଳାରେ ଲୁଚିଛି ଆମ ପରିଚୟ’: ଶାସ୍ତ୍ରୀୟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଲକ୍ଷ୍ୟରେ ଶୁଭେନ୍ଦୁ

ଭଦ୍ରକ ଅଫିସ, ୨୧।୮- ଭଦ୍ରକ ଜିଲାରେ ଲୋକକଳା ଓ ସଂସ୍କୃତି ଅନନ୍ୟ। ଏ ମାଟିରେ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ ସମେତ ମୋଗଲ ତାମସା, ଚଢେୟା ଚଢେୟାଣୀ...

ଚଞ୍ଚକତା କରି ବ୍ୟାଙ୍କରୁ ଟଙ୍କା ଉଠାଣ: ଠକ ଇଞ୍ଜିନିୟର ଯୁବକ ଗିରଫ; ୫ ମୋବାଇଲ, ୩ ଫିଙ୍ଗର ପ୍ରିଣ୍ଟ ମେଶିିନ ସମେତ ବିଭିନ୍ନ ସାମଗ୍ରୀ ଜବତ

ବାସୁଦେବପୁର, ୧୦ା୧୨(ଡି.ଏନ୍‌.ଏ.)- ଆଧୁନିକ ପ୍ରଯୁକ୍ତି କୌଶଳ ଜରିଆରେ ଜାଲିଆତି ଓ ଚଞ୍ଚକତା କରି ଭଦ୍ରକ ଓ କଟକର ଦୁଇ ବ୍ୟାଙ୍କରୁ ୧.୭୫ ଲକ୍ଷ ଟଙ୍କା ଉଠାଇ...

Advertisement
Archives

Model This Week