ବିଶ୍ୱବିଦ୍ୟାଳୟ ସଂଶୋଧିତ ଆଇନ ଉପରେ ରୋକ୍‌

ଭୁବନେଶ୍ୱର, ୨୧।୫(ବ୍ୟୁରୋ): ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୦ ଉପରେ ରୋକ୍‌ ଲଗାଇଛନ୍ତି ସୁପ୍ରିମକୋର୍ଟ। ଶୁକ୍ରବାର ଏ ସମ୍ପର୍କିତ ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟଙ୍କ ରାୟ ଉପରେ ୩ ମାସ ପାଇଁ ରହିତାଦେଶ ଦେବା ସହ ୪ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୁଳପତି ଚୟନ, ନିଯୁକ୍ତି ପ୍ରକ୍ରିୟାକୁ ଓପିଏସ୍‌ସି ଅଧୀନକୁ ନେବା, ସିନେଟ୍‌ ଉଚ୍ଛେଦ, ସିଣ୍ଡିକେଟ୍‌ରେ ପ୍ରଶାସନିକ ହସ୍ତକ୍ଷେପ ସହ ବିଶ୍ୱବିଦ୍ୟାଳୟ ଆଇନରେ ଅନେକ ସଂଶୋଧନ କରିଥିଲେ ରାଜ୍ୟ ସରକାର। ଏହା ବିରୋଧରେ ହୋଇଥିବା ମାମଲାରେ ଓଡ଼ିଶା ହାଇକୋର୍ଟ କ୍ଲିନ୍‌ ଚିଟ୍‌ ଦେଇଥିଲେ। ତେବେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଏବଂ ଜେଏନ୍‌ୟୁର ପୂର୍ବତନ ପ୍ରଫେସର ଅଜିତ ମହାନ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ସର୍ବୋଚ୍ଚ ଅଦାଲତଙ୍କ ପ୍ରଥମ ଶୁଣାଣିରେ ରାଜ୍ୟ ସରକାରଙ୍କୁ ଝଟକା ଲାଗିଛି। ୨ ମାସ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ବିଧାନସଭାରେ ଗୃହୀତ ହୋଇଥିବା ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମକୁ ବିରୋଧ କରି ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର କୁଞ୍ଜ ବିହାରୀ ପଣ୍ଡା ଓ ଅନ୍ୟ କେତେଜଣ ହାଇକୋର୍ଟରେ ମାମଲା ଦାଏର କରିଥିଲେ। ହେଲେ ରାୟ ରାଜ୍ୟ ସରକାରଙ୍କ ସପକ୍ଷରେ ଯାଇଥିଲା। ତେବେ ଶୁକ୍ରବାର ସୁପ୍ରିମକୋର୍ଟଙ୍କ ରାୟ ପରେ ପ୍ରଫେସର ପଣ୍ଡା କହିଛନ୍ତି, ସଂଶୋଧିତ ଆଇନ ବିଶ୍ୱବିଦ୍ୟାଳୟର ସ୍ବତନ୍ତ୍ରତାକୁ କ୍ଷୁଣ୍ଣ କରୁଥିଲା। ଅନ୍ତନ୍ତଃ ସେଥିରେ କିଛିଦିନ ପାଇଁ ରୋକ୍‌ ଲଗାଯାଇଛି। ସଂଶୋଧିତ ଆଇନରେ କୁଳପତି ଚୟନଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ସ୍ତରରେ ହେଉଥିବା ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ କରାଗଲା। ସେହିପରି ସିଣ୍ଡିକେଟ୍‌କୁ ପ୍ରାଧାନ୍ୟ ଦିଆଗଲା। ଏଥିଯୋଗୁ ସିଣ୍ଡିକେଟରେ ସରକାରଙ୍କ ପକ୍ଷରୁ ଅଧିକ ସଦସ୍ୟ ରହିବେ। ଫଳରେ ବିଭିନ୍ନ କାର୍ଯ୍ୟ କରିବା ଏତେ ସହଜ ହେବ ନାହିଁ। କାରଣ ଏଥିରେ ପ୍ରଶାସନିକ ଅଧିକାରୀ (ବ୍ୟୁରୋକ୍ରାଟ୍‌)ଙ୍କ ଆଧିପତ୍ୟ ରହିବ। ସେମାନେ ଭଲରେ କାମ କରାଇ ଦେବେ ନାହିଁ। ସରକାର ଏହିଭଳି ୫ଟି ଦିଗକୁ ନେଇ ଆଇନରେ ପରିବର୍ତ୍ତନ କରିଥିଲେ, ଯାହା ୟୁଜିସି ସଂଶୋଧନ ଆଇନ ୨୦୧୮କୁ ବିରୁଦ୍ଧାଚରଣ କରୁଛି। ଏହା ଗ୍ରହଣୀୟ ନୁହେଁ। ବିଶ୍ୱବିଦ୍ୟାଳୟ ପ୍ରଶାସନ ଉପରେ ସମ୍ପୂର୍ଣ୍ଣ ହସ୍ତକ୍ଷେପ ହେବ ବୋଲି ଆମେ ଉପଲବ୍ଧି କଲୁ। ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲୁ। କିନ୍ତୁ ଆମକୁ ନ୍ୟାୟ ମିଳି ନ ଥିଲା। ହାଇକୋର୍ଟଙ୍କୁ ଆମର କୌଣସି ଦିଗ ଠିକ୍‌ ଲାଗି ନ ଥିଲା। ହାଇକୋର୍ଟଙ୍କ ଶୁଣାଣି ପରେ ଆମେ ହତୋତ୍ସାହିତ ହୋଇ ରହିଥିଲୁ। ଯେଉଁ ଗ୍ରାଉଣ୍ଡ୍‌ରେ ହାଇକୋର୍ଟ ଆମର ଯୁକ୍ତିକୁ ଗ୍ରହଣ କରି ନ ଥିଲେ, ସେହି ଗ୍ରାଉଣ୍ଡ୍‌ରେ ସୁପ୍ରିମକୋର୍ଟ ରହିତାଦେଶ ଦେଇଛନ୍ତି। ଏହା ସ୍ବାଗତଯୋଗ୍ୟ। ସାମୟିକ ପାଇଁ ହେଉ ପଛେ ଏକ ପ୍ରକାର ସଫଳତା ମିଳିଛି ବୋଲି ଭାବିବି। ଆଗକୁ ମଧ୍ୟ ଆମେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବୁ। ଏଥିପାଇଁ ପ୍ରକ୍ରିୟା ଚାଲିଛି। ତେବେ ୟୁଜିସି ପକ୍ଷରୁ ହୋଇଥିବା ଆବେଦନରେ ବର୍ତ୍ତମାନ ମୁଁ ପକ୍ଷ ରହିଛି। ତେଣୁ ଆଗକୁ ସୁପ୍ରିମକୋର୍ଟରେ ମୋତେ ପକ୍ଷ ରଖିବାର ସୁଯୋଗ ଦିଆଯିବ ବୋଲି ପ୍ରଫେସର ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

୮ମ ବେତନ କମିଶନ ଭାର ସମ୍ଭାଳିବ ଭାରତୀୟ ରେଳବାଇ, ଖର୍ଚ୍ଚ କାଟିବାକୁ ସରକାରଙ୍କ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ,୧୪।୧୨: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ୮ମ କେନ୍ଦ୍ରୀୟ ବେତନ କମିଶନ ଲାଗୁ ହେବା ପୂର୍ବରୁ, ବୃଦ୍ଧି ହେବାକୁ ଥିବା ଦରମା ଓ ପେନ୍‌ସନ୍ ଭାରକୁ...

ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ଭଙ୍ଗାରୁଜା, ଏକାଧିକ ଆହତ ସୂଚନା

ଧର୍ମଶାଳା,୧୪।୧୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳାରେ ପୁଣିଥରେ ହିଂସା ଦେଖିବାକୁ ମିଳିଛି । ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରାଯାଇଥିବା ସୂଚନା ରହିଛି...

ପ୍ରଥମେ ମିଳିମିଶି ଦରମା ବଢ଼ାଇଦେଲେ: ଏବେ ଲୋକ ଦେଖାଣିଆ ରାଜନୈତିକ ବୟାନବାଜୀ

ଭୁବନେଶ୍ବର,୧୪।୧୨: ଏବେ ରାଜ୍ୟର ଘରେ ଘରେ ଆଉ ଗଳି କନ୍ଦିରେ ଚର୍ଚ୍ଚା ବିଧାୟକଙ୍କ ଦରମା ବୃଦ୍ଧି। ଓଡିଶା ଭଳି ଗରିବ ରାଜ୍ୟର ବିଧାୟକ ମାନେ ଭାରତରେ...

‘ଛାତ୍ରୀଛାତ୍ର ଭଲ ମଣିଷ ହୋଇ ଦେଶର ନାଁ ରଖନ୍ତୁ’

ଭୁବନେଶ୍ୱର,୧୪ା୧୨: ଭୁବନେଶ୍ୱର ଉପକଣ୍ଠସ୍ଥ ଭରତପୁର ଥାନା ଅନ୍ତର୍ଗତ ଦୁର୍ଗାମାଧବ ନଗର (ଶ୍ୟାମପୁର ମୌଜା)ଭରତପୁରଠାରେ ଅବସ୍ଥିତ ବୀଣାଭାରତୀ ବିଦ୍ୟାମନ୍ଦିରର ୨୫ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ୩...

ଭାଜପାକୁ ମିଳିଲା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି, ନୀତିନ ନବୀନଙ୍କୁ ଦାୟିତ୍ବ

ନୂଆଦିଲ୍ଲୀ,୧୪।୧୨:  ବଡ଼ ଘୋଷଣା କଲା ଭାଜପା । ଭାରତୀୟ ଜନତା ପାର୍ଟି ଏକ ବଡ଼ ସାଂଗଠନିକ ପରିବର୍ତ୍ତନ କରିଛି । ନୀତିନ ନବୀନ ହେଲେ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri