ବିଶ୍ୱବିଦ୍ୟାଳୟ ସଂଶୋଧିତ ଆଇନ ଉପରେ ରୋକ୍‌

ଭୁବନେଶ୍ୱର, ୨୧।୫(ବ୍ୟୁରୋ): ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୦ ଉପରେ ରୋକ୍‌ ଲଗାଇଛନ୍ତି ସୁପ୍ରିମକୋର୍ଟ। ଶୁକ୍ରବାର ଏ ସମ୍ପର୍କିତ ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟଙ୍କ ରାୟ ଉପରେ ୩ ମାସ ପାଇଁ ରହିତାଦେଶ ଦେବା ସହ ୪ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୁଳପତି ଚୟନ, ନିଯୁକ୍ତି ପ୍ରକ୍ରିୟାକୁ ଓପିଏସ୍‌ସି ଅଧୀନକୁ ନେବା, ସିନେଟ୍‌ ଉଚ୍ଛେଦ, ସିଣ୍ଡିକେଟ୍‌ରେ ପ୍ରଶାସନିକ ହସ୍ତକ୍ଷେପ ସହ ବିଶ୍ୱବିଦ୍ୟାଳୟ ଆଇନରେ ଅନେକ ସଂଶୋଧନ କରିଥିଲେ ରାଜ୍ୟ ସରକାର। ଏହା ବିରୋଧରେ ହୋଇଥିବା ମାମଲାରେ ଓଡ଼ିଶା ହାଇକୋର୍ଟ କ୍ଲିନ୍‌ ଚିଟ୍‌ ଦେଇଥିଲେ। ତେବେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଏବଂ ଜେଏନ୍‌ୟୁର ପୂର୍ବତନ ପ୍ରଫେସର ଅଜିତ ମହାନ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ସର୍ବୋଚ୍ଚ ଅଦାଲତଙ୍କ ପ୍ରଥମ ଶୁଣାଣିରେ ରାଜ୍ୟ ସରକାରଙ୍କୁ ଝଟକା ଲାଗିଛି। ୨ ମାସ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ବିଧାନସଭାରେ ଗୃହୀତ ହୋଇଥିବା ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମକୁ ବିରୋଧ କରି ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର କୁଞ୍ଜ ବିହାରୀ ପଣ୍ଡା ଓ ଅନ୍ୟ କେତେଜଣ ହାଇକୋର୍ଟରେ ମାମଲା ଦାଏର କରିଥିଲେ। ହେଲେ ରାୟ ରାଜ୍ୟ ସରକାରଙ୍କ ସପକ୍ଷରେ ଯାଇଥିଲା। ତେବେ ଶୁକ୍ରବାର ସୁପ୍ରିମକୋର୍ଟଙ୍କ ରାୟ ପରେ ପ୍ରଫେସର ପଣ୍ଡା କହିଛନ୍ତି, ସଂଶୋଧିତ ଆଇନ ବିଶ୍ୱବିଦ୍ୟାଳୟର ସ୍ବତନ୍ତ୍ରତାକୁ କ୍ଷୁଣ୍ଣ କରୁଥିଲା। ଅନ୍ତନ୍ତଃ ସେଥିରେ କିଛିଦିନ ପାଇଁ ରୋକ୍‌ ଲଗାଯାଇଛି। ସଂଶୋଧିତ ଆଇନରେ କୁଳପତି ଚୟନଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ସ୍ତରରେ ହେଉଥିବା ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ କରାଗଲା। ସେହିପରି ସିଣ୍ଡିକେଟ୍‌କୁ ପ୍ରାଧାନ୍ୟ ଦିଆଗଲା। ଏଥିଯୋଗୁ ସିଣ୍ଡିକେଟରେ ସରକାରଙ୍କ ପକ୍ଷରୁ ଅଧିକ ସଦସ୍ୟ ରହିବେ। ଫଳରେ ବିଭିନ୍ନ କାର୍ଯ୍ୟ କରିବା ଏତେ ସହଜ ହେବ ନାହିଁ। କାରଣ ଏଥିରେ ପ୍ରଶାସନିକ ଅଧିକାରୀ (ବ୍ୟୁରୋକ୍ରାଟ୍‌)ଙ୍କ ଆଧିପତ୍ୟ ରହିବ। ସେମାନେ ଭଲରେ କାମ କରାଇ ଦେବେ ନାହିଁ। ସରକାର ଏହିଭଳି ୫ଟି ଦିଗକୁ ନେଇ ଆଇନରେ ପରିବର୍ତ୍ତନ କରିଥିଲେ, ଯାହା ୟୁଜିସି ସଂଶୋଧନ ଆଇନ ୨୦୧୮କୁ ବିରୁଦ୍ଧାଚରଣ କରୁଛି। ଏହା ଗ୍ରହଣୀୟ ନୁହେଁ। ବିଶ୍ୱବିଦ୍ୟାଳୟ ପ୍ରଶାସନ ଉପରେ ସମ୍ପୂର୍ଣ୍ଣ ହସ୍ତକ୍ଷେପ ହେବ ବୋଲି ଆମେ ଉପଲବ୍ଧି କଲୁ। ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲୁ। କିନ୍ତୁ ଆମକୁ ନ୍ୟାୟ ମିଳି ନ ଥିଲା। ହାଇକୋର୍ଟଙ୍କୁ ଆମର କୌଣସି ଦିଗ ଠିକ୍‌ ଲାଗି ନ ଥିଲା। ହାଇକୋର୍ଟଙ୍କ ଶୁଣାଣି ପରେ ଆମେ ହତୋତ୍ସାହିତ ହୋଇ ରହିଥିଲୁ। ଯେଉଁ ଗ୍ରାଉଣ୍ଡ୍‌ରେ ହାଇକୋର୍ଟ ଆମର ଯୁକ୍ତିକୁ ଗ୍ରହଣ କରି ନ ଥିଲେ, ସେହି ଗ୍ରାଉଣ୍ଡ୍‌ରେ ସୁପ୍ରିମକୋର୍ଟ ରହିତାଦେଶ ଦେଇଛନ୍ତି। ଏହା ସ୍ବାଗତଯୋଗ୍ୟ। ସାମୟିକ ପାଇଁ ହେଉ ପଛେ ଏକ ପ୍ରକାର ସଫଳତା ମିଳିଛି ବୋଲି ଭାବିବି। ଆଗକୁ ମଧ୍ୟ ଆମେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବୁ। ଏଥିପାଇଁ ପ୍ରକ୍ରିୟା ଚାଲିଛି। ତେବେ ୟୁଜିସି ପକ୍ଷରୁ ହୋଇଥିବା ଆବେଦନରେ ବର୍ତ୍ତମାନ ମୁଁ ପକ୍ଷ ରହିଛି। ତେଣୁ ଆଗକୁ ସୁପ୍ରିମକୋର୍ଟରେ ମୋତେ ପକ୍ଷ ରଖିବାର ସୁଯୋଗ ଦିଆଯିବ ବୋଲି ପ୍ରଫେସର ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ICC: T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତି ଉପରେ ନେଲା ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ,୯।୨: ପୁରୁଷ T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତିକୁ ନେଇ ICC ଦୁଃଖ ପ୍ରକାଶ କରିଛି। ତେବେ ଏହି ଘଟଣା ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଉପରେ…

T20 ବିଶ୍ୱକପ୍‌: ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ପାକିସ୍ତାନକୁ ଅନୁରୋଧ କଲା ବାଂଲାଦେଶ

ନୂଆଦିଲ୍ଲୀ,୯।୨: ଭାରତ-ପାକିସ୍ତାନ T20 ବିଶ୍ୱକପ୍ ମ୍ୟାଚ୍‌କୁ ନେଇ ସୃଷ୍ଟି ହୋଇଥିବା ଅନିଶ୍ଚିତତା ମଧ୍ୟରେ ଏକ ନୂଆ ମୋଡ଼ ଆସିଛି। ବାଂଲାଦେଶ କ୍ରିକେଟ ବୋର୍ଡ (BCB) ପାକିସ୍ତାନକୁ ଏହି…

ବିବାହରେ ଯୋଗ ଦେଇ ଘେରୁଥିଲେ, ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌; ଚାଲିଗଲା ୨ ଜୀବନ, ଡ୍ରାଇଭର…

ଲଇକେରା,୯।୨(ରଞ୍ଜନ କୁମାର ମେହେର): ଝାରସୁଗୁଡା ଜିଲା ଲଇକେରା ବ୍ଳକ ସ୍ଥିତ ଧୂକା ଚୌକଠାରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର ଭାରସାମ୍ୟ ହରାଇ ଗଛକୁ ପିଟିବାରୁ ୨…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

BCCI Central Contract 2025-26: ଗିଲଙ୍କ ସମେତ ଏହି ଖେଳାଳିଙ୍କୁ  ଗ୍ରେଡ୍‌ A, ହେଲେ କୋହଲି-ରୋହିତଙ୍କୁ B; ନିରାଶ ହେଲେ…

ନୂଆଦିଲ୍ଲୀ,୯।୨: BCCI ୨୦୨୫-୨୬ ବର୍ଷ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ(କେନ୍ଦ୍ରୀୟ ଚୁକ୍ତି ତାଲିକା) ପ୍ରକାଶ କରିଛି। ଏଥିରେ ବଡ଼ ପରିବର୍ତ୍ତନ ହୋଇଛି। ତାଲିକାରୁ ଏ ପ୍ଲସ୍‌ (A+)…

ପ୍ରେମ ସପ୍ତାହରେ ରକ୍ତରଂଜିତ କାହାଣୀ: ତ୍ରିକୋଣୀୟ ପ୍ରେମକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ

ଭୁବନେଶ୍ୱର,୯।୨: ରାଜଧାନୀ ଭୁବନେଶ୍ୱରରେ ଏକ ସିନେମା ଷ୍ଟାଇଲ୍‌ରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ‘ଚକୋଲେଟ୍ ଡେ’ ପାଳନ ପରେ ପ୍ରେମିକର ବେକ କାଟି ହତ୍ୟା କରିବା ସହ ପ୍ରମାଣ…

ଗୁରୁବାର ଭାରତ ବନ୍ଦ ଡାକରା: କ’ଣ ରହିବ ଖୋଲା, କ’ଣ ବନ୍ଦ, ଜାଣନ୍ତୁ…

ନୂଆଦିଲ୍ଲୀ,୯।୨: କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଦ୍ୱାରା କୃଷକ ସଂଗଠନଗୁଡ଼ିକର ଦୃଢ଼ ସମର୍ଥନ ସହିତ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ଫେବୃଆରୀ ୧୨ ତାରିଖ ଅର୍ଥାତ୍‌ ଗୁରୁବାର ଭାରତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri