ମନୋବଳ ବଢ଼ାଇବ ରୋବୋ

ଆଜିକାଲି ବିଭିନ୍ନ କ୍ଷେତ୍ରରେ ରୋବୋର ବ୍ୟବହାର କରାଯାଉଛି। ନିକଟରେ ଜାପାନର ବୈଜ୍ଞାନିକମାନେ ଏଭଳି ଏକ ରୋବୋ ପ୍ରସ୍ତୁତ କରିଛନ୍ତି, ଯାହା ଚିନ୍ତାଗ୍ରସ୍ତ ବ୍ୟକ୍ତିଙ୍କ ପାଇଁ ବେଶ୍‌ ଲାଭପ୍ରଦ ସାବ୍ୟସ୍ତ ହେବ। ଅର୍ଥାତ୍‌, ଯଦି ଜଣେ ବ୍ୟକ୍ତି ନକାରାତ୍ମକ ମାନସିକତା ଭିତରେ ଅଛନ୍ତି ତେବେ ଏହା ତାଙ୍କର ମନୋଭାବକୁ ପରିବର୍ତ୍ତନ କରିପାରିବ। ଏଭଳି ସମସ୍ୟା ସହ ଜଡିତ କିଛି ବ୍ୟକ୍ତିଙ୍କୁ ଉକ୍ତ ରୋବୋ ସଂସ୍ପର୍ଶରେ ଆସିବା ପରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କର ମାନସିକତାରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ସଂପୃକ୍ତ ବ୍ୟକ୍ତିଙ୍କ ସହ ମିଶିବା ପରେ ତାଙ୍କର ମାନସିକ ସ୍ଥିତିକୁ ଭଲ ଭାବରେ ପରଖି ନିଏ ରୋବୋ। ତା’ପରେ ତାଙ୍କୁ ଏଭଳି ଟିପ୍ସ ଦେଇଥାଏ ଯାହା ସେହି ବ୍ୟକ୍ତିଙ୍କ ମାନସିକତାକୁ ସକରାତ୍ମକ ଦିଗକୁ ନେଇଯାଏ। କେବଳ ସେତିକି ନୁହେଁ, ଏହି ରୋବୋ ଆପଣଙ୍କୁ ମନ ପସନ୍ଦର ଗୀତ ଶୁଣାଇ ପାରିବ।