ଭୁବନେଶ୍ୱର,୧।୨: ଦେଶର ଅଗ୍ରଣୀ ସାମାଜିକ ସଂସ୍ଥା ତଥା ଚାଇଲ୍ଡ ହେଲ୍ପ ଫାଉଣ୍ଡେଶନ(ସିଏଚ୍ଏଫ୍) ପକ୍ଷରୁ ନୟାଗଡ଼ ଜିଲାର ଦଶପଲ୍ଲା ବାଳିକା ଉଚ୍ଚବିଦ୍ୟାଳୟଠାରେ ଏକ ରୋବୋଟିକ୍ସ ଆଣ୍ଡ ଡ୍ରୋନ୍ ଟେକ୍ନୋଲୋଜି ଉପରେ ଏକ ଦିନିକିଆ କର୍ମଶାଳାର ଆୟୋଜନ କରାଯାଇଥିଲା। ବିଶେଷକରି ଦଶପଲ୍ଲାଠାରେ ଆୟୋଜିତ ଉକ୍ତ କର୍ମଶାଳାର ମୂଳ ଉଦ୍ଦେଶ୍ୟ ଥିଲା ପିଲାମାନଙ୍କୁ ଜ୍ୟୋତିର୍ବିଜ୍ଞାନ, ରୋବୋଟିକ୍ସ ଓ ଡ୍ରୋନ୍ ଟେକ୍ନୋଲୋଜି ଉପରେ ଗଭୀର ଆଗ୍ରହ ସୃଷ୍ଟି କରିବା, ଯଦ୍ଦ୍ବାରା ସେମାନେ ବିଶ୍ୱ ସମ୍ପର୍କରେ ଅବଗତ ହୋଇପାରିବେ। ଏପରିକି ଉକ୍ତ ବିଷୟବସ୍ତୁ ଉପରେ ପିଲାମାନଙ୍କୁ ଅବଗତ କରାଇବା ସହ ରହସ୍ୟମୟ ବିଶ୍ୱ ସହ ପରିଚିତ କରାଇବା ଏହି କର୍ମଶାଳାର ମୂଳ ଲକ୍ଷ୍ୟ ଥିଲା। ଅପରପକ୍ଷରେ ଉକ୍ତ କାର୍ଯ୍ୟକ୍ରମକୁ ଛାତ୍ରୀଛାତ୍ରମାନେ ବେଶ୍ ପ୍ରଶଂସା କରିଥିଲେ ଓ ଶିକ୍ଷା ମନ୍ତ୍ରଣାଳୟ ଏବଂ ସରକାରଙ୍କ ପକ୍ଷରୁ ଆବଶ୍ୟକ ସମର୍ଥନ ମଧ୍ୟ ମିଳିଥିଲା। ସେହିଭଳି ଫାଉଣ୍ଡେଶନ ସର୍ବଦା ଶିକ୍ଷାକୁ ସମର୍ଥନକରି ଆସୁଛି। ଏପରିକି ଲିଙ୍ଗଗତ ନିର୍ବିଶେଷରେ ସମସ୍ତଙ୍କ ପାଇଁ ଶିକ୍ଷା ଅଧିକାରକୁ ସିଏଚ୍ଏଫ୍ ପ୍ରୋତ୍ସାହିତ କରିଛି। ସିଏଚ୍ଏଫ୍ର ସିଇଓ ସାହାଜୀ ଭର୍ଗିସ୍ କହିଥିଲେ, ଉକ୍ତ କାର୍ଯ୍ୟକ୍ରମ ମୋବାଇଲ ପ୍ଳାନେଟାରିୟମ, ବ୍ୟବହାରିକ ରୋବୋଟିକ୍ସ ଜ୍ଞାନ ଓ ଡ୍ରୋନ୍ ଟେକ୍ନୋଲୋଜି ମାଧ୍ୟମରେ ଏକ ନିଆରା ତଥା ଆକର୍ଷଣୀୟ ଶିକ୍ଷା ଅଭିଜ୍ଞତା ପ୍ରଦାନ ଉପରେ ଗୁରୁତ୍ୱ ଦେବ। ଏହାଦ୍ୱାରା ଛାତ୍ରୀଛାତ୍ରମାନେ ମହାକାଶ ଉପରେ ଅନେକ ତଥ୍ୟ ପାଇପାରିବେ। ଏପରିକି ଆମର ଲକ୍ଷ୍ୟ ହେଉଛି, ପରବର୍ତ୍ତୀ ପିଢିର ଅଭିଭାବକମାନଙ୍କୁ ବିଭିନ୍ନ ବୈଷୟିକ କ୍ଷେତ୍ର ଓ ସ୍ପେସ୍ ଉପରେ ଅଧିକ ଜ୍ଞାନ ପ୍ରଦାନ କରିବା। ବିଶେଷକରି ବିକ୍ରମ ଲ୍ୟାଣ୍ଡର କିପରି ମଙ୍ଗଳ ଗ୍ରହରେ ଅବତରଣ କଲା ଓ ଏଥିରୁ ରୋଭର କିପରି ଅଲଗା ହେଲା ସେ ବିଷୟରେ ଆମେ ଏକ ବାସ୍ତବ ଦୃଷ୍ଟିକୋଣ ଛାତ୍ରୀଛାତ୍ରମାନଙ୍କୁ ଦେବାକୁ ଚେଷ୍ଟା କରିଥିଲୁ। ଏହା ଆମର ଗବେଷଣାକୁ କିପରି ପ୍ରଭାବିତ କରିବ, ତାହା ମଧ୍ୟ ଆମେ ଉଲ୍ଲେଖ କରିଛୁ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ଅପରପକ୍ଷରେ ୧୩୦୦ରୁ ଅଧିକ ଛାତ୍ରୀଛାତ୍ର ଉକ୍ତ କର୍ମଶାଳାରରେ ଯୋଗଦେଇ ସେମାନେ ମୌଳିକ ଆଷ୍ଟ୍ରୋନୋମି ଉପରେ ଅଧିକ ଜ୍ଞାନ ଲାଭ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ରୋବଟ ଓ ଯାନ୍ତ୍ରିକ ଜ୍ଞାନର ବିଷୟବସ୍ତୁ ମୁଖ୍ୟ ଆକର୍ଷଣ ଥିଲା। ଫାଉଣ୍ଡେଶନ ଆମ ସମାଜର ପିଲାମାନଙ୍କ ସାମଗ୍ରିକ ବିକାଶ ଓ ଅଭିବୃଦ୍ଧି ପାଇଁ ଚେଷ୍ଟା କରିଆସୁଛି।
କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍ର ପ୍ରଥମ ବିଜୟ
କୋଲକାତା,୨ା୪: ହେନରିଚ୍ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍(ଏସ୍ଆର୍ଏଚ୍) ୬୫ ରନରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ପରାସ୍ତ…
ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?
ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…
ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ
ବୋକାଜାନ୍,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…
ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’
ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…
ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ
ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…
ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…
ଭୁବନେଶ୍ୱର,୨।୪: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…
ବିଚ୍ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର
ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…
ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…
ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…
Archives

