ରୋବୋଟିକ୍ସ ଆଣ୍ଡ ଡ୍ରୋନ୍‌ ଟେକ୍ନୋଲୋଜି ସେମିନାର

ଭୁବନେଶ୍ୱର,୧।୨: ଦେଶର ଅଗ୍ରଣୀ ସାମାଜିକ ସଂସ୍ଥା ତଥା ଚାଇଲ୍ଡ ହେଲ୍‌ପ ଫାଉଣ୍ଡେଶନ(ସିଏଚ୍‌ଏଫ୍‌) ପକ୍ଷରୁ ନୟାଗଡ଼ ଜିଲାର ଦଶପଲ୍ଲା ବାଳିକା ଉଚ୍ଚବିଦ୍ୟାଳୟଠାରେ ଏକ ରୋବୋଟିକ୍ସ ଆଣ୍ଡ ଡ୍ରୋନ୍‌ ଟେକ୍ନୋଲୋଜି ଉପରେ ଏକ ଦିନିକିଆ କର୍ମଶାଳାର ଆୟୋଜନ କରାଯାଇଥିଲା। ବିଶେଷକରି ଦଶପଲ୍ଲାଠାରେ ଆୟୋଜିତ ଉକ୍ତ କର୍ମଶାଳାର ମୂଳ ଉଦ୍ଦେଶ୍ୟ ଥିଲା ପିଲାମାନଙ୍କୁ ଜ୍ୟୋତିର୍ବିଜ୍ଞାନ, ରୋବୋଟିକ୍ସ ଓ ଡ୍ରୋନ୍‌ ଟେକ୍ନୋଲୋଜି ଉପରେ ଗଭୀର ଆଗ୍ରହ ସୃଷ୍ଟି କରିବା, ଯଦ୍ଦ୍ବାରା ସେମାନେ ବିଶ୍ୱ ସମ୍ପର୍କରେ ଅବଗତ ହୋଇପାରିବେ। ଏପରିକି ଉକ୍ତ ବିଷୟବସ୍ତୁ ଉପରେ ପିଲାମାନଙ୍କୁ ଅବଗତ କରାଇବା ସହ ରହସ୍ୟମୟ ବିଶ୍ୱ ସହ ପରିଚିତ କରାଇବା ଏହି କର୍ମଶାଳାର ମୂଳ ଲକ୍ଷ୍ୟ ଥିଲା। ଅପରପକ୍ଷରେ ଉକ୍ତ କାର୍ଯ୍ୟକ୍ରମକୁ ଛାତ୍ରୀଛାତ୍ରମାନେ ବେଶ୍‌ ପ୍ରଶଂସା କରିଥିଲେ ଓ ଶିକ୍ଷା ମନ୍ତ୍ରଣାଳୟ ଏବଂ ସରକାରଙ୍କ ପକ୍ଷରୁ ଆବଶ୍ୟକ ସମର୍ଥନ ମଧ୍ୟ ମିଳିଥିଲା। ସେହିଭଳି ଫାଉଣ୍ଡେଶନ ସର୍ବଦା ଶିକ୍ଷାକୁ ସମର୍ଥନକରି ଆସୁଛି। ଏପରିକି ଲିଙ୍ଗଗତ ନିର୍ବିଶେଷରେ ସମସ୍ତଙ୍କ ପାଇଁ ଶିକ୍ଷା ଅଧିକାରକୁ ସିଏଚ୍‌ଏଫ୍‌ ପ୍ରୋତ୍ସାହିତ କରିଛି। ସିଏଚ୍‌ଏଫ୍‌ର ସିଇଓ ସାହାଜୀ ଭର୍ଗିସ୍‌ କହିଥିଲେ, ଉକ୍ତ କାର୍ଯ୍ୟକ୍ରମ ମୋବାଇଲ ପ୍ଳାନେଟାରିୟମ, ବ୍ୟବହାରିକ ରୋବୋଟିକ୍ସ ଜ୍ଞାନ ଓ ଡ୍ରୋନ୍‌ ଟେକ୍ନୋଲୋଜି ମାଧ୍ୟମରେ ଏକ ନିଆରା ତଥା ଆକର୍ଷଣୀୟ ଶିକ୍ଷା ଅଭିଜ୍ଞତା ପ୍ରଦାନ ଉପରେ ଗୁରୁତ୍ୱ ଦେବ। ଏହାଦ୍ୱାରା ଛାତ୍ରୀଛାତ୍ରମାନେ ମହାକାଶ ଉପରେ ଅନେକ ତଥ୍ୟ ପାଇପାରିବେ। ଏପରିକି ଆମର ଲକ୍ଷ୍ୟ ହେଉଛି, ପରବର୍ତ୍ତୀ ପିଢିର ଅଭିଭାବକମାନଙ୍କୁ ବିଭିନ୍ନ ବୈଷୟିକ କ୍ଷେତ୍ର ଓ ସ୍ପେସ୍‌ ଉପରେ ଅଧିକ ଜ୍ଞାନ ପ୍ରଦାନ କରିବା। ବିଶେଷକରି ବିକ୍ରମ ଲ୍ୟାଣ୍ଡର କିପରି ମଙ୍ଗଳ ଗ୍ରହରେ ଅବତରଣ କଲା ଓ ଏଥିରୁ ରୋଭର କିପରି ଅଲଗା ହେଲା ସେ ବିଷୟରେ ଆମେ ଏକ ବାସ୍ତବ ଦୃଷ୍ଟିକୋଣ ଛାତ୍ରୀଛାତ୍ରମାନଙ୍କୁ ଦେବାକୁ ଚେଷ୍ଟା କରିଥିଲୁ। ଏହା ଆମର ଗବେଷଣାକୁ କିପରି ପ୍ରଭାବିତ କରିବ, ତାହା ମଧ୍ୟ ଆମେ ଉଲ୍ଲେଖ କରିଛୁ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ଅପରପକ୍ଷରେ ୧୩୦୦ରୁ ଅଧିକ ଛାତ୍ରୀଛାତ୍ର ଉକ୍ତ କର୍ମଶାଳାରରେ ଯୋଗଦେଇ ସେମାନେ ମୌଳିକ ଆଷ୍ଟ୍ରୋନୋମି ଉପରେ ଅଧିକ ଜ୍ଞାନ ଲାଭ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ରୋବଟ ଓ ଯାନ୍ତ୍ରିକ ଜ୍ଞାନର ବିଷୟବସ୍ତୁ ମୁଖ୍ୟ ଆକର୍ଷଣ ଥିଲା। ଫାଉଣ୍ଡେଶନ ଆମ ସମାଜର ପିଲାମାନଙ୍କ ସାମଗ୍ରିକ ବିକାଶ ଓ ଅଭିବୃଦ୍ଧି ପାଇଁ ଚେଷ୍ଟା କରିଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ବଜାରରେ ଷ୍ଟାର୍ଟଅପ୍‌ର ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୨୯।୪ (ଅଭୟ ଦାଶ):କ୍ରମାଗତ ଭାବେ ଘରୋଇ ବଜାରରେ ଷ୍ଟାର୍ଟଅପ ସଂଖ୍ୟାର ଉଲ୍ଲେଖନୀୟ ଅଭିବୃଦ୍ଧି ସହିତ ସଫଳତା ମଧ୍ୟ ହାସଲ କରିଛି। ଏପରିକି ୨୦୧୪ରେ ପ୍ରାୟ ୩୫୦...

SBI ଶେୟାରର କମାଲ, ୪୫ ହଜାର କୋଟି ରୋଜଗାର କଲେ ନିବେଶକ

ମୁମ୍ବାଇ, ୨୭।୪: ଗତ ସପ୍ତାହରେ ସେୟାର ବଜାର ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଶ୍ରେଷ୍ଠ ୧୦ ଟି କମ୍ପାନୀର...

ପିପିଏଲ୍‌କୁ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’

ଭୁବନେଶ୍ୱର ,୨୮।୪ (ଅଭୟ ଦାଶ): ପାରାଦୀପ ଫସ୍‌ଫେଟ ଲିମିଟେଡ୍‌ (ପିପିଏଲ୍‌)କୁ ନିକଟରେ ସମ୍ମାନଜନକ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି କର୍ପୋରେଟ ଗଭର୍ନାନ୍ସ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

ଅଙ୍କୁରା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ବାଲୁଗାଁର ଯାଆଁଳା ଶିଶୁ

ଭୁବନେଶ୍ୱର ,୨୮।୪: ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ମେଡିକାଲ ଚେନ୍‌ ଅଙ୍କୁରାର ଭୁବନେଶ୍ୱର ଶାଖା (ଅଙ୍କୁରା ହସ୍ପିଟାଲ)ରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ...

୬ ଦେଶକୁ ରପ୍ତାନି ହେବ ପିଆଜ

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା): ପିଆଜ ରପ୍ତାନି ଉପରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରପ୍ତାନି ଉପରେ ନିଷେଧାଦେଶ ସତ୍ତ୍ୱେ ୬ ଦେଶକୁ ୯୯,୧୫୦ ମେଟ୍ରିକ୍‌...

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri