ରୋବୋଟିକ୍ସ ଆଣ୍ଡ ଡ୍ରୋନ୍‌ ଟେକ୍ନୋଲୋଜି ସେମିନାର

ଭୁବନେଶ୍ୱର,୧।୨: ଦେଶର ଅଗ୍ରଣୀ ସାମାଜିକ ସଂସ୍ଥା ତଥା ଚାଇଲ୍ଡ ହେଲ୍‌ପ ଫାଉଣ୍ଡେଶନ(ସିଏଚ୍‌ଏଫ୍‌) ପକ୍ଷରୁ ନୟାଗଡ଼ ଜିଲାର ଦଶପଲ୍ଲା ବାଳିକା ଉଚ୍ଚବିଦ୍ୟାଳୟଠାରେ ଏକ ରୋବୋଟିକ୍ସ ଆଣ୍ଡ ଡ୍ରୋନ୍‌ ଟେକ୍ନୋଲୋଜି ଉପରେ ଏକ ଦିନିକିଆ କର୍ମଶାଳାର ଆୟୋଜନ କରାଯାଇଥିଲା। ବିଶେଷକରି ଦଶପଲ୍ଲାଠାରେ ଆୟୋଜିତ ଉକ୍ତ କର୍ମଶାଳାର ମୂଳ ଉଦ୍ଦେଶ୍ୟ ଥିଲା ପିଲାମାନଙ୍କୁ ଜ୍ୟୋତିର୍ବିଜ୍ଞାନ, ରୋବୋଟିକ୍ସ ଓ ଡ୍ରୋନ୍‌ ଟେକ୍ନୋଲୋଜି ଉପରେ ଗଭୀର ଆଗ୍ରହ ସୃଷ୍ଟି କରିବା, ଯଦ୍ଦ୍ବାରା ସେମାନେ ବିଶ୍ୱ ସମ୍ପର୍କରେ ଅବଗତ ହୋଇପାରିବେ। ଏପରିକି ଉକ୍ତ ବିଷୟବସ୍ତୁ ଉପରେ ପିଲାମାନଙ୍କୁ ଅବଗତ କରାଇବା ସହ ରହସ୍ୟମୟ ବିଶ୍ୱ ସହ ପରିଚିତ କରାଇବା ଏହି କର୍ମଶାଳାର ମୂଳ ଲକ୍ଷ୍ୟ ଥିଲା। ଅପରପକ୍ଷରେ ଉକ୍ତ କାର୍ଯ୍ୟକ୍ରମକୁ ଛାତ୍ରୀଛାତ୍ରମାନେ ବେଶ୍‌ ପ୍ରଶଂସା କରିଥିଲେ ଓ ଶିକ୍ଷା ମନ୍ତ୍ରଣାଳୟ ଏବଂ ସରକାରଙ୍କ ପକ୍ଷରୁ ଆବଶ୍ୟକ ସମର୍ଥନ ମଧ୍ୟ ମିଳିଥିଲା। ସେହିଭଳି ଫାଉଣ୍ଡେଶନ ସର୍ବଦା ଶିକ୍ଷାକୁ ସମର୍ଥନକରି ଆସୁଛି। ଏପରିକି ଲିଙ୍ଗଗତ ନିର୍ବିଶେଷରେ ସମସ୍ତଙ୍କ ପାଇଁ ଶିକ୍ଷା ଅଧିକାରକୁ ସିଏଚ୍‌ଏଫ୍‌ ପ୍ରୋତ୍ସାହିତ କରିଛି। ସିଏଚ୍‌ଏଫ୍‌ର ସିଇଓ ସାହାଜୀ ଭର୍ଗିସ୍‌ କହିଥିଲେ, ଉକ୍ତ କାର୍ଯ୍ୟକ୍ରମ ମୋବାଇଲ ପ୍ଳାନେଟାରିୟମ, ବ୍ୟବହାରିକ ରୋବୋଟିକ୍ସ ଜ୍ଞାନ ଓ ଡ୍ରୋନ୍‌ ଟେକ୍ନୋଲୋଜି ମାଧ୍ୟମରେ ଏକ ନିଆରା ତଥା ଆକର୍ଷଣୀୟ ଶିକ୍ଷା ଅଭିଜ୍ଞତା ପ୍ରଦାନ ଉପରେ ଗୁରୁତ୍ୱ ଦେବ। ଏହାଦ୍ୱାରା ଛାତ୍ରୀଛାତ୍ରମାନେ ମହାକାଶ ଉପରେ ଅନେକ ତଥ୍ୟ ପାଇପାରିବେ। ଏପରିକି ଆମର ଲକ୍ଷ୍ୟ ହେଉଛି, ପରବର୍ତ୍ତୀ ପିଢିର ଅଭିଭାବକମାନଙ୍କୁ ବିଭିନ୍ନ ବୈଷୟିକ କ୍ଷେତ୍ର ଓ ସ୍ପେସ୍‌ ଉପରେ ଅଧିକ ଜ୍ଞାନ ପ୍ରଦାନ କରିବା। ବିଶେଷକରି ବିକ୍ରମ ଲ୍ୟାଣ୍ଡର କିପରି ମଙ୍ଗଳ ଗ୍ରହରେ ଅବତରଣ କଲା ଓ ଏଥିରୁ ରୋଭର କିପରି ଅଲଗା ହେଲା ସେ ବିଷୟରେ ଆମେ ଏକ ବାସ୍ତବ ଦୃଷ୍ଟିକୋଣ ଛାତ୍ରୀଛାତ୍ରମାନଙ୍କୁ ଦେବାକୁ ଚେଷ୍ଟା କରିଥିଲୁ। ଏହା ଆମର ଗବେଷଣାକୁ କିପରି ପ୍ରଭାବିତ କରିବ, ତାହା ମଧ୍ୟ ଆମେ ଉଲ୍ଲେଖ କରିଛୁ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ଅପରପକ୍ଷରେ ୧୩୦୦ରୁ ଅଧିକ ଛାତ୍ରୀଛାତ୍ର ଉକ୍ତ କର୍ମଶାଳାରରେ ଯୋଗଦେଇ ସେମାନେ ମୌଳିକ ଆଷ୍ଟ୍ରୋନୋମି ଉପରେ ଅଧିକ ଜ୍ଞାନ ଲାଭ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ରୋବଟ ଓ ଯାନ୍ତ୍ରିକ ଜ୍ଞାନର ବିଷୟବସ୍ତୁ ମୁଖ୍ୟ ଆକର୍ଷଣ ଥିଲା। ଫାଉଣ୍ଡେଶନ ଆମ ସମାଜର ପିଲାମାନଙ୍କ ସାମଗ୍ରିକ ବିକାଶ ଓ ଅଭିବୃଦ୍ଧି ପାଇଁ ଚେଷ୍ଟା କରିଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?