ଅବସାଦ ଦୂର କରିବ ରୋବୋ

ଆଜିକାଲି ରୋବୋର ବ୍ୟବହାର ଦିନକୁ ଦିନ ବଢ଼ିଚାଲିଛି। ବିଭିନ୍ନ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଇ ସେଥିରୁ ସଫଳତା ମିଳୁଛି। ଏହି ତାଲିକାରେ ନିକଟରେ ଆଉ ଏକ ଜିନିଷକୁ ସାମିଲ କରାଯାଇଛି। ଅବସାଦ ଦୂର କରିବାରେ ରୋବୋ ସାହାଯ୍ୟ କରିପାରିବ ବୋଲି ଦୃଢ଼ୋକ୍ତି ବ୍ୟକ୍ତ କରିଛନ୍ତି ଟୋକିଓ ୟୁନିଭର୍ସିଟିର ବିଶେଷଜ୍ଞମାନେ। ସେମାନେ ଏପରି ଏକ ରୋବୋ ପ୍ରସ୍ତୁତ କରିଛନ୍ତି, ଯାହା ଜଣେ ଅବସାଦଗ୍ରସ୍ତ ବ୍ୟକ୍ତି ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇପାରିବ। ଅବସାଦର ସମ୍ମୁଖୀନ ହୋଇଥିବା ଜଣେ ବ୍ୟକ୍ତି ଏହି ରୋବୋ ସାମ୍‌ନାରେ ବସିଲେ ସେ କେତେକାଂଶରେ ଆରାମ ଅନୁଭବ କରିପାରିବେ। ଉକ୍ତ ରୋବୋ ସହ ସେ ଖେଳିବା ସମୟରେ ତାଙ୍କର ମାନସିକତା ଧୀରେ ଧୀରେ ସକାରାତ୍ମକ ରହିବ। ଅବସାଦଗ୍ରସ୍ତ ବ୍ୟକ୍ତି ଏହି ରୋବୋ ସହାୟତାରେ ନିଜ ମନପସନ୍ଦର ସଙ୍ଗୀତ ମଧ୍ୟ ଶୁଣିପାରିବେ।