Categories: ଜାତୀୟ

ଆମେଠୀରୁ ଲଢିବେ ରର୍ବଟ ଭଦ୍ରା! ପୋଷ୍ଟରକୁ ନେଇ ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୪: ଲୋକ ସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଛି। ଅନ୍ୟପଟେ ଉତ୍ତରପ୍ରଦେଶର ଆମେଠୀ ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନାହିଁ। ଯାହାକୁ ନେଇ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ପ୍ରାର୍ଥୀ ସ୍ମୃତି ଇରାନୀ କଂଗ୍ରେସକୁ ଟାର୍ଗେଟ କରିବାରେ ଲାଗିଛନ୍ତି। ଏହାରି ଭିତରେ ବୁଧବାର କଂଗ୍ରେସ ମୁଖ୍ୟାଳୟରେ ଏକ ନୂଆ ଚିତ୍ର ଦେଖିବାକୁ ମିଳିଛି। ପାର୍ଟି ଅଫିସରେ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କ ପୋଷ୍ଟର ଲାଗିଥିବାର ଦେଖିବାକୁ ମିଳିଛି।

ଭଦ୍ରାଙ୍କୁ ଆମେଠୀରୁ ପ୍ରାର୍ଥୀ କରାଯିବା ନେଇ ଆମେଠୀରେ କଂଗ୍ରେସ କାର୍ଯ୍ୟାଳୟରେ ପୋଷ୍ଟର ଲଗାଯାଇଛି। ପୋଷ୍ଟରରେ କୁହାଯାଇଛି, ଆମେଠୀର ଜନତା ଏଥର ରର୍ବଟ ଭ୍ରଦ୍ରାଙ୍କୁ ପ୍ରାର୍ଥୀ କରନ୍ତୁ।

Share