Categories: ଜାତୀୟ

ଅଫିସରୁ ଘରକୁ ଫେରୁଥିବା ବେଳେ ଯୁବତୀଙ୍କୁ ଆକ୍ରମଣ କଲେ ଦୃର୍ବୁତ୍ତ

ନୂଆଦିଲ୍ଲୀ,୧୮।୫: ଦିଲ୍ଲୀରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ଏଠାରୁ ପ୍ରତିଦିନ ଅପରାଧ ଜଡ଼ିତ ଖବର ସାମ୍‌ନାକୁ ଆସୁଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଦିଲ୍ଲୀର ପାଣ୍ଡବ ନଗର ଅଞ୍ଚଳରେ ରହୁଥିବା ଜଣେ ଯୁବତୀ ଏକ ଘରୋଇ କମ୍ପାନୀରେ ଚାକିରୀ କରନ୍ତି। ଗୁରୁବାର ଅଫିସ୍‌ରୁ ଘରକୁ ଫେରୁଥିବା ବେଳେ ୨ଜଣ ଯୁବକ ତାଙ୍କୁ ପିଛା କରି ଗଳି ରାସ୍ତାରେ କେହି ନ ଥିବା ବେଳେ ତାଙ୍କୁ ଆକ୍ରମଣ କରିଥିଲେ। ୨ଜଣ ଯୁବକ ଯୁବତୀଙ୍କୁ ତଣ୍ଟି ଚିପି ତଳେ ପକାଇଦେବା ପରେ ତାଙ୍କ ପାଖରୁ ଟଙ୍କା, ଫୋନ ଓ ଅନ୍ୟାନ୍ୟ ଜିନିଷ ଲୁଟ୍‌ କରି ନେଇଯାଇଥିଲେ। ସେହି ସମୟରେ ଟ୍ୟୁସନ୍‌ ଯାଉଥିବା ୨ଜଣ ପିଲା ରାସ୍ତାରେ ଅଟକି ସ୍ତବ୍ଧ ହୋଇଯାଇଥିଲେ। ଦୃର୍ବୁତ୍ତମାନେ ଘଟଣାସ୍ଥଳରୁ ପଳାଇଯିବା ପରେ ସେମାନେ ଯାଇଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଥିବା ବେଳେ ଘଟଣାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ୍‌ ହୋଇଛି। ଏହାପରେ ପୀଡ଼ିତା ଯୁବତୀ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ ସିସିଟିଭିକୁ ଆଧାର କରି ତଦନ୍ତ ଚଳାଇଛି।

Share