ପଦାରେ ପଡ଼ିଲା ପ୍ରିୟାପ୍ରୀତି

ଢେଙ୍କାନାଳ ଅଫିସ, ୧୧।୩: ରାଜ୍ୟରେ ବସବାସ କରୁଥିବା ଆର୍ଥିକ ଦୁର୍ବଳ ବର୍ଗଙ୍କୁ ନିଃଶୁଳ୍କରେ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟ ନେଇ ଆଗକୁ ବଢୁଛନ୍ତି ରାଜ୍ୟ ସରକାର। ‘ପ୍ରତିଟି ଜୀବନ ମୂଲ୍ୟବାନ’ ଉକ୍ତିକୁ ସାକାର କରିବା ଲାଗି ୨୦୧୮ ଅଗଷ୍ଟ ୧୫ରୁ ଆରମ୍ଭ ହୋଇଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କଓ୍ବୋଇ)। ହେଲେ ରାଜ୍ୟର ଅନେକ ସ୍ଥାନରେ ଏହାର ଠିକ୍‌ ସମୀକ୍ଷା ହେଉନାହିଁ। ତେଣୁ ବିଏସ୍‌କଓ୍ବୋଇରେ ଅନୁବନ୍ଧିତ ଘରୋଇ ମେଡିକାଲଗୁଡ଼ିକ ରୋଗୀସେବା ବାହାନାରେ ଲୁଟି ଚାଲିଛନ୍ତି ସରକାରୀ ଅନୁଦାନ। ଢେଙ୍କାନାଳ ଜିଲାରେ ଏଭଳି ଅଭିଯୋଗର ଫର୍ଦ୍ଦ ଲମ୍ବିବାରେ ଲାଗିଛି। ସ୍ବାସ୍ଥ୍ୟ ବିଭାଗ ଏବଂ ନର୍ସିଂହୋମ୍‌ଗୁଡ଼ିକ ମଧ୍ୟରେ ଗଢ଼ିଉଠିଥିବା ଅସାଧୁମେଣ୍ଟ ଏବଂ ପ୍ରିୟାପ୍ରୀତିତୋଷଣ ମନୋଭାବ ଯୋଗୁ ଏଭଳି ଅନିୟମିତତା ହେଉଥିବା ଚର୍ଚ୍ଚା ହେଉଛି। ଅନ୍ୟପଟେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବହୁ ବିଳମ୍ବରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବାବେଳେ ଏହା କେବଳ ଲୋକଦେଖାଣିଆ ବୋଲି ଆଲୋଚନା ଜୋର୍‌ ଧରିଛି। ଏକକାଳୀନ ଚଢ଼ାଉ ବଦଳରେ ଗୋଟିଏ ଗୋଟିଏ ନର୍ସିଂ ହୋମ୍‌ରେ ଚଢ଼ାଉ କରାଯାଉଥିବାରୁ ଏଭଳି ବେନିୟମ କାର୍ଯ୍ୟରେ ସମ୍ପୃକ୍ତ ଅନ୍ୟମାନେ ସତର୍କ ହୋଇଯିବା ସହ ପ୍ରମାଣ ନଷ୍ଟ କରିବା ଆଶଙ୍କାକୁ ଏଡ଼ାଇ ଦିଆଯାଇପାରୁନାହିଁ।
ରାଜ୍ୟର ଗରିବ ପରିବାରକୁ ନିଃଶୁଳ୍କ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ୨୦୧୮ରେ ଆରମ୍ଭ ହୋଇଥିଲା ବିଏସ୍‌କଓ୍ବୋଇ। ବହୁ ବିଳମ୍ବରେ ଢେଙ୍କାନାଳ ଜିଲାରେ ୨୦୨୧ରେ ଏହାକୁ ଲାଗୁ କରାଯାଇଥିଲା। ତଦନୁଯାୟୀ, କାର୍ଡଧାରୀ ପରିବାରର ମହିଳା ସଦସ୍ୟ ବାର୍ଷିକ ୧୦ ଲକ୍ଷ ଟଙ୍କା ଏବଂ ପୁରୁଷ ସଦସ୍ୟ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇପାରିବେ। ଜିଲାର ୨୦ଟି ଘରୋଇ ଚିକିତ୍ସାଳୟ ବିଏସ୍‌କଓ୍ବୋଇରେ ଅନୁବନ୍ଧିତ ହୋଇଛନ୍ତି। ହେଲେ କାର୍ଡଧାରୀମାନେ ସମ୍ପୃକ୍ତ ହସ୍ପିଟାଲ ଗୁଡ଼ିକରୁ ସୁଫଳ ପାଉଛନ୍ତି କି ନାହିଁ, ସେ ସମ୍ପର୍କରେ ନିୟମିତ ସମୀକ୍ଷା କରାଯାଉନାହିଁ। ଏହାର ସୁଯୋଗରେ କେତେକ ନର୍ସିଂହୋମ୍‌ ଚିକିତ୍ସା ଆଳରେ ବିଭିନ୍ନ ଉପାୟରେ ଟଙ୍କା ଲୁଟି ଚାଲିଛନ୍ତି। ବିଏସ୍‌କଓ୍ବୋଇରେ ଏଭଳି ଅନିୟମିତତା ହେଉଥିବା ଅଭିଯୋଗ ଆସିବା ପରେ ୪ଦିନ ତଳେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସହରର ଏକ ଘରୋଇ ନର୍ସିଂହୋମ୍‌ରେ ଚଢ଼ାଉ କରାଯାଇଥିଲା। ଅଭିଯୋଗରେ ସତ୍ୟତା ଥିବା ଜଣାପଡ଼ିବା ପରେ ଉକ୍ତ ନର୍ସିଂହୋମ୍‌କୁ ସିଲ୍‌ କରାଯାଇଥିଲା। ଏହାପରେ ଜିଲା ପ୍ରଶାସନ ଏବଂ ସ୍ବାସ୍ଥ୍ୟ ବିଭାଗର ନିଦ ଭାଙ୍ଗିଛି। ଶୁକ୍ରବାର ଜିଲା କାର୍ଯ୍ୟାଳୟ ପଛ ପାଖରେ ଥିବା ଘରୋଇ ନର୍ସିଂ ହୋମ ‘ଦିଶା’ରେ ଜିଲାପାଳ ସରୋଜ କୁମାର ସେଠୀ, ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର ମିଳିତ ଭାବେ ଚଢ଼ାଉ କରି ବିଏସ୍‌କଓ୍ବୋଇ କାର୍ଡ ବ୍ୟବହାର ସମ୍ପର୍କିତ ତଥ୍ୟ ଯାଞ୍ଚ କରିଥିଲେ। ତେବେ ଏହି ଚଢ଼ାଉକୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି। ଜିଲାର ସମସ୍ତ ବିଏସ୍‌କଓ୍ବୋଇ ଅନୁବନ୍ଧିତ ଘରୋଇ ଚିକିତ୍ସାଳୟଗୁଡ଼ିକରେ ସ୍ବାସ୍ଥ୍ୟ ବିଭାଗ ଓ ପ୍ରଶାସନ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଥିଲେ ସ୍ପଷ୍ଟ ଚିତ୍ର ପଦାକୁ ଆସନ୍ତା। ସେହିପରି କାର୍ଡ ଦ୍ୱାରା ଉପକୃତ ହୋଇଥିବା ହିତାଧିକାରୀଙ୍କ ନିକଟରେ ପହଞ୍ଚତ୍ ଯାଞ୍ଚ କରାଗଲେ ଏ ବାବଦରେ ଅଧିକ ତଥ୍ୟ ମିଳିପାରନ୍ତା। ହେଲେ ଏଭଳି ଯୋଜନାହୀନ ଚଢ଼ାଉ ଫଳରେ ଅନ୍ୟ ଘରୋଇ ନର୍ସିଂହୋମ୍‌ଗୁଡ଼ିକ ଅନିୟମିତତାକୁ ଘୋଡ଼ାଇବା ପାଇଁ ସମୟ ପାଇଗଲେ ବୋଲି ଆଲୋଚନା ହେଉଛି। ଏପରି କି ଚଢ଼ାଉର ଯଥେଷ୍ଟ ପୂର୍ବରୁ ସ୍ବାସ୍ଥ୍ୟ ବିଭାଗର କେତେଜଣ ଅଧିକାରୀ ନର୍ସିଂ ହୋମ୍‌ ମାଲିକଙ୍କୁ ସତର୍କ କରାଇଦେଉଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ତେଣୁ ଏଭଳି ଚଢ଼ାଉ ଦ୍ୱାରା ବିଶେଷ ସୁଫଳ ମିଳିବନାହିଁ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।

ଗଳାବାଟ ଦେଖି ଖସିଯାଉଛନ୍ତି: ସିଡିଏମ୍‌ଓ
ଘରୋଇ ନର୍ସିଂହୋମ୍‌ରେ ବିଏସ୍‌କଓ୍ବୋଇରେ ହେଉଥିବା ଅନିୟମିତତା ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ଡା. ଅଶୋକ କୁମାର ଦାଶ କୁହନ୍ତି, ଆମର ମଝିରେ ମଝିରେ ରୁଟିନ ଯାଞ୍ଚ କରାଯାଉଛି। କିନ୍ତୁ କିଛି ଲୋକ ଗଳାବାଟ ଦେଖି ଅନିୟମିତତା କରି ଖସି ଯାଉଛନ୍ତି। ଏଣିକି ସଂଗ୍ରାମ ଆରମ୍ଭ ହେଲା। କାହାକୁ ଛଡ଼ାଯିବନି। ରେଗୁଲାର ଯାଞ୍ଚ ହେବ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅତର୍କିତ ଚଢ଼ାଉ ଜାରି ରହିବ: ଜିଲାପାଳ
ଚଢ଼ାଉ ସମ୍ପର୍କରେ ଜିଲାପାଳ ସରୋଜ କୁମାର ସେଠୀ କହିଛନ୍ତି, ଶୁକ୍ରବାର ‘ଦିଶା ନର୍ସିଂ ହୋମ’ରେ ଯାଞ୍ଚ କରାଯାଇଥିଲା। ମୋଟ ୧୯୯୨ ହିତାଧିକାରୀ ବିଏସ୍‌କେୱାଇ କାର୍ଡରେ ଚିକିତ୍ସିତ ହୋଇଥିବା ଜଣାପଡ଼ିଛି। ତନ୍ମଧ୍ୟରେ ୩ ରୋଗୀଙ୍କୁ ପଚରାଉଚରା କରାଯାଇଥିଲା। ସେମାନଙ୍କୁ ଠିକ୍‌ ଭାବେ କାର୍ଡ ମାଧ୍ୟମରେ ଚିକିତ୍ସା କରାଯାଇଥିବା ଜଣାପଡ଼ିଛି। ଜନସାଧାରଣଙ୍କ ସ୍ବାସ୍ଥ୍ୟ ପାଇଁ ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ୍‌ ପ୍ରୋଜେକ୍ଟ। ରୋଗୀଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା, ଶୋଷଣ ନ କରିବା, କାର୍ଡର ଠିକ୍‌ ବିନିଯୋଗ କରିବା ପାଇଁ ଘରୋଇ ନର୍ସିଂହୋମ୍‌ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଆଗକୁ ଏଭଳି ଅତର୍କିତ ଚଢ଼ାଉ ଜାରି ରହିବ ବୋଲି ଜିଲାପାଳ କହିଛନ୍ତି।

ଭିଜିଲାନ୍ସ ତଦନ୍ତ ଦାବି
ଢେଙ୍କାନାଳ ଜିଲାର ଆଦିବାସୀବହୁଳ ଉପାନ୍ତ ଅଞ୍ଚଳବାସୀଙ୍କ ମଧ୍ୟରୁ ଅନେକଙ୍କ ବିଏସ୍‌କଓ୍ବୋଇ କାର୍ଡ ବ୍ୟବହାର ଉପରେ ଅଧିକ ଧାରଣା ନାହିଁ। ତେଣୁ ସେମାନଙ୍କୁ ଘରୋଇ ନର୍ସିଂହୋମ୍‌ କର୍ତ୍ତୃପକ୍ଷ ବିଭିନ୍ନ ଆଳରେ ଲୁଟୁଥିବା ଅଭିଯୋଗ ହେଉଛି। ସେହିପରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଘରୋଇ ମେଡିକାଲ କର୍ତ୍ତୃପକ୍ଷ ଦଲାଲ ନିୟୋଜିତ କରୁଥିବା ଚର୍ଚ୍ଚା ହେଉଛି, ଯେଉଁମାନେ ରୋଗୀଙ୍କୁ ପ୍ରଲୋଭିତ କରି ଘରୋଇ ଚିକିତ୍ସାଳୟକୁ ନେଉଛନ୍ତି। ଏହି କାରଣରୁ ଦୁଇବର୍ଷ ହେଲା ଭିତ୍ତିଭୂମି ଥିବା ସତ୍ତ୍ୱେ ଜିଲା ଚିକିତ୍ସାଳୟରେ ପ୍ରସବ ସଂଖ୍ୟା ଆଶାତୀତ ଭାବେ କମିଛି। ଏ ସଂକ୍ରାନ୍ତରେ ଗତବର୍ଷ ‘ଧରିତ୍ରୀ’ରେ ଖବର ପ୍ରକାଶିତ ହୋଇଥିଲା। ଏଭଳି ଅନିୟମିତତାର ଭିଜିଲାନ୍ସ ତଦନ୍ତ କରାଗଲେ ଆହୁରି ବହୁ ଲୁକ୍କାୟିତ ତଥ୍ୟ ପଦାକୁ ଆସନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

୩ ବର୍ଷର ଭାଣିଜୀଙ୍କୁ ସାଙ୍ଗଙ୍କ ସହ ମିଶି ଗଣବଳାତ୍କାର କଲେ ମାମୁ: ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ପାଟନା,୭।୪: ବିହାରର ପାଟନାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଜଣେ ୨୨ବର୍ଷୀୟ ଯୁବକ ତାଙ୍କ ଦୁଇ ବନ୍ଧୁଙ୍କ ସହିତ ମିଶି ନିଜ ତିନି ବର୍ଷର ଭାଣିଜୀଙ୍କୁ ଗଣବଳାତ୍କାର…

ଶୁକ୍ର ନକ୍ଷତ୍ର ଗୋଚର: ମାଲାମାଲ ହେବେ ଏହି ୩ ରାଶି

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ସୋମବାର, ଏପ୍ରିଲ ୬, ୨୦୨୬ ରାତି ୧:୦୪ ସମୟରେ, ସୁଖ ଏବଂ ସମୃଦ୍ଧିର ଦାତା ଶୁକ୍ର ଅଶ୍ୱିନୀରୁ ଭରଣୀ ନକ୍ଷତ୍ରକୁ ଗମନ କରିଛନ୍ତି।…

ଏହି ଯୋଜନାରେ ଚାଷୀଙ୍କୁ ମିଳିବ ୩ ହଜାର ଟଙ୍କା ପେନସନ: କେବଳ କରିବାକୁ ପଡ଼ିବ ଏହି ଗୋଟିଏ କାମ

ନୂଆଦିଲ୍ଲୀ,୭।୪: ସାରା ଦେଶରେ ଚାଷୀମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ପାଇଁ, କେନ୍ଦ୍ର ଏବଂ ରାଜ୍ୟ ସରକାର ସେମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ପାଇଁ ବିଭିନ୍ନ…

ସ୍ବର୍ଗତ ତବଲା ବାଦକ ଲକ୍ଷ୍ମଣଙ୍କ ପରିବାରକୁ ଭେଟିଲେ ବିଧାୟକ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଶିଷ୍ଟ ତବଲା ବାଦକ ସ୍ବର୍ଗତ ଲକ୍ଷଣ କୁମାର ତରାଇଙ୍କ ପରିବାରଙ୍କୁ ଭେଟିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ…

ଯାଜପୁରରେ ଯୁବକଙ୍କୁ ଗୁଳିମାଡ଼, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ

ଯାଜପୁର ସଦର,୭।୪(ସମର ବିଜୟ ଶରଣ ): ଯାଜପୁର ଥାନା ଅନ୍ତର୍ଗତ କାଳୀମେଘା ନିକଟର ଫୁଟିଲା ଗୁଳି । ଏହି ଗୁଳିକାଣ୍ଡରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ।…

ପ୍ରମିଳାଙ୍କ ଘରେ ହଠାତ୍‌ ପହଞ୍ଚିଲେ ଯାଜପୁର ନେତା, ଉପସ୍ଥିତ ଅଛନ୍ତି ଏମାନେ ସବୁ…

ଭୁବନେଶ୍ୱର,୭।୪: ପ୍ରମିଳାଙ୍କ ସରକାରୀ ବାସଭବନରେ ଯାଜପୁର ନେତାଙ୍କ ମେଳିକୁ ନେଇ ରାଜନୀତିରେ ହଇଚଇ। ଭଦ୍ରକ ମଣ୍ଡଳ ଦମ୍ପତିଙ୍କୁ ସସପେଣ୍ଡ ପରେ ଯାଜପୁର ସଂଗଠନକୁ ନେଇ ବୈଠକ ଚାଲିଥିବା…

ଏମିତି ଖେଳ ଖେଳିଲା ଇରାନ, ପବନରେ ଉଡ଼ିଯିବ ଟ୍ରମ୍ପଙ୍କ ମଙ୍ଗଳବାର ବାଲା ଧମକ

ତେହରାନ,୭।୪: ସମ୍ଭାବ୍ୟ ଆମେରିକୀୟ ଆକ୍ରମଣ ବିରୁଦ୍ଧରେ ଇରାନ ତାର ଶକ୍ତି କେନ୍ଦ୍ରଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଏକ ନୂତନ ରଣନୀତି ପ୍ରସ୍ତୁତ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ: ଲକ୍ଷ ଲକ୍ଷ ଟଙ୍କା ସହ ଅଳଙ୍କାର ଜବତ

ଖଇରା,୭।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ବାହାନଗା ଅଞ୍ଚଳର ଜଣେ ଗୋରକ୍ଷକ କୃପାସିନ୍ଧୁ ବେହେରା ଗୋରୁ ବ୍ୟବସାୟୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ବାଲେଶ୍ବର ଏସପିଙ୍କ ଆକ୍ସନ ମୋଡ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri