ବନ୍ଦ ଘରକୁ ଟାର୍ଗେଟ୍‌ କରି କରୁଥିଲେ ଚୋରି, ୨ ଚୋରଙ୍କ ପାଖରୁ ମିଳିଲା ବିଦେଶୀ ଟଙ୍କା ସହ…

ଭଞ୍ଜନଗର,୪ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଦୁଇଟି ଚୋରି ମାମଲାର ରାକେଟକୁ ରବିବାର ଗିରଫ କରିବାରେ ସକ୍ଷମ ହୋଇଛି। ସେମାନେ ହେଲେ ବାଉଁଶଲୁଣ୍ଡିର ବଳିଆ ନାୟକ ଓ ଖୋର୍ଦ୍ଧା ଅଞ୍ଚଳର ଗୋବିନ୍ଦ ପ୍ରଧାନ।ପୋଲିସ ସେମାନଙ୍କଠାରୁ ବିଦେଶୀ ମୁଦ୍ରା ସହ ଚୋରି ଅଳଙ୍କାର, ଦୁଇଟି ସିଲିଣ୍ଡର, ଗୋଟିଏ ଟିଭି ସମେତ ଲକ୍ଷାଧିକ ଟଙ୍କାର ଜିନିଷ ଉଦ୍ଧାର କରିଛି। ଏହାପରେ ଉଦ୍ଧାର ଚୋରି ଜିନିଷ ମାଲିକଙ୍କୁ ଫେରାଇ ଦିଆଯାଇଛି। ରବିବାର ଅପରାହ୍ନରେ ଭଞ୍ଜନଗର ଏସ୍‌ଡିପିଓ ଡ. ଦୀପକ କୁମାର ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ତାହା ସୂଚନା ଦେଇଛନ୍ତି। ଏହି ସମୟରେ ଥାନାଧିକାରୀ ଜୀବାନାନନ୍ଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଗିରଫ ଅଭିଯୁକ୍ତଦ୍ବୟ ପୂର୍ବରୁ ଏକାଧିକ ଏହିଭଳି ମାମଲାରେ ଜଡ଼ିତ ଥିବା ପୋଲିସ କହିଛି।

ଘଟଣାରୁ ପ୍ରକାଶ ଯେ, ଗତ ୨୭ ତାରିଖ ରାତିରେ ଭଞ୍ଜନଗର ସତ୍ୟସାଇ ମନ୍ଦିର ୪ର୍ଥ ଲାଇନରେ ରହୁଥିବା ଏସ୍‌ ରାହୁଲ ପାତ୍ର ଏବଂ ପରିବାରର ଅନ୍ୟ ସଦସ୍ୟମାନେ ଘରେ ତାଲା ପକାଇ ନିଜ ଗ୍ରାମ ଦଦରାଲୁଣ୍ଡା ଯାଇଥିଲେ। ୨୯ ତାରିଖ ଦିନ ଘରକୁ ଫେରି ଦେଖିବା ବେଳକୁ ଘରୁ ଚୋରି ହୋଇଥିବାର ଜାଣିବାକୁ ପାଇଥିଲେ। ଏନେଇ ରାହୁଲ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଖୋଜୁଥିଲା। ଏହିଭଳି ପରିସ୍ଥିତିରେ ଶନିବାର ବାଉଁଶଲୁଣ୍ଡିର ଏକ ଘରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଘର ଭିତରେ ଥିବା ବେଳେ ବାହାରୁ ତାଲା ପଡ଼ିଥିବା ଲୋକେ ପୋଲିସକୁ ସୂଚନା ଦେଇଥିଲେ। ଏହାପରେ ଏସ୍‌ଆଇ ସମୀର କୁମାର ସେଠୀ, ତଦନ୍ତ ଅଧିକାରୀ ଲକ୍ଷ୍ମୀଧର ମହାନ୍ତି, ହାବିଲଦାର ଦିଲ୍ଲୀପ ରାଉତ, ସନ୍ତୋଷ ନାୟକ, ଗଜେନ୍ଦ୍ର ସାଇଁ ପ୍ରମୁଖ ଉକ୍ତଘର ଉପରେ ଚଢ଼ାଉ କରିଥିଲେ। ତାଲା ଭାଙ୍ଗି ଦେଖିବା ବେଳକୁ ଘର ଭିତରେ ଅଭିଯୁକ୍ତ ଗୋପାଳ ପ୍ରଧାନ ଥିଲେ। ଏଥିସହ କିଛି ଚୋରି ଜିନିଷ ଉକ୍ତ ଘରୁ ପୋଲିସ ଠାବ କରିଥିଲା। ଏହାପରେ ଗୋପାଳଙ୍କୁ ପୋଲିସ ନେଇ ପଚରାଉଚରା କରିବା ପରେ ବଳିଆ ସମ୍ପର୍କରେ ସୂଚନା ଦେଇଥିଲେ। ଏହାପରେ ବଳିଆଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା। ଏହାପରେ ଜାମପଲ୍ଲୀର ଆଶୋକ ପ୍ରଧାନ ଏବଂ ରାହୁଲ ପାତ୍ରଙ୍କ ଘରୁ ହୋଇଥିବା ଚୋରି ମାମଲାରେ ଅଭିଯୁକ୍ତଦ୍ବୟ ଜଡ଼ିତ ଥିବା ଜଣାପଡ଼ିଥିଲା। ପୋଲିସ ଅଭିଯୁକ୍ତଙ୍କ ଠାରୁ ସମସ୍ତ ଚୋରି ଜିନିଷ ଉଦ୍ଧାର କରିବାରେ ସକ୍ଷମ ହୋଇଛି। ବଳିଆ ଦିନ ବେଳେ ଅଞ୍ଚଳରେ ଘୂରି ବୁଲନ୍ତି କେଉଁ ଘରେ ତାଲା ପଡ଼ିଛି ଟାର୍ଗେଟ୍‌ କରିବା ପରେ ତାଙ୍କ ସହଯୋଗୀ ଗୋପାଳଙ୍କୁ ସୂଚନା ଦେଇଥାନ୍ତି। ଗୋପାଳ ଖୋର୍ଦ୍ଧାରୁ ଆସି ମିଶି ଚୋରି କରୁଥିଲେ। ଏହାପରେ ଗୋପାଳଙ୍କୁ ଏକ ଘରେ ତାଲା ବାହାରୁ ପକାଇ ବଳିଆ ଦିନ ବେଳେ ଚାଲି ଯାଉଥିଲେ। ଆବଶ୍ୟକ ପଡ଼ିଲେ ଗୋପାଳ ଏକ ଗଳା ବାଟ ଦେଇ ଉକ୍ତ ଘରୁ ବାହାରୁଥିଲେ। ଉକ୍ତ ଗଳାବାଟ ହିଁ ଅଭିଯୁକ୍ତ ଦ୍ୱୟଙ୍କୁ ଧରା ପକାଇଥିଲା ବୋଲି ପୋଲିସ କହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୪ ଦିନ ପରେ ଚିଲିକାରୁ ହଟିଲା କଟକଣା, କୁହୁଡ଼ିକୁ ଦେଖି ଡଙ୍ଗା ଓ ଭସାପୋଲ ଚଳାଚଳ ପାଇଁ ନିଷ୍ପତ୍ତି

କୃଷ୍ଣପ୍ରସାଦ,୬।୧: ୪ ଦିନ ପରେ ଚିଲିକାରୁ ହଟିଲା କଟକଣା । କୁହୁଡ଼ିକୁ ଦେଖି ଡଙ୍ଗା ଓ ଭସାପୋଲ ଚଳାଚଳକୁ ସ୍ୱାଭାବିକ କରିବାକୁ ନିର୍ଦ୍ଦେଶ ଦେଇଛି ଜିଲା...

ଅଳିଆ ଦେବେ, ଟଙ୍କା ଗଣିବେ ରାଜଧାନୀବାସୀ

ଭୁବନେଶ୍ୱର, ୬।୧(ବନ୍ଦନା ସେଠୀ) : ନୂଆବର୍ଷରେ ସହରବାସୀଙ୍କ ଉପରେ ୟୁଜର୍‌ ଫି’ ବୋଝ ଲଦିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ଏଣିକି ଅଳିଆ ଦେବେ, ଟଙ୍କା...

ଶୀତ ମହୋତ୍ସବ ପୂର୍ବରୁ ସ୍ବଚ୍ଛତାକୁ ଗୁରୁତ୍ୱ, ଏକାଠି ଝାଡୁ-ଝୁଡି ଧରିଲେ ଅଞ୍ଚଳବାସୀଙ୍କ ସହ ପ୍ରଶାସନ

ଦାରିଙ୍ଗବାଡି, ୬।୧ (ଅରୁଣ ସାହୁ ):ଆସନ୍ତା ଗୁରୁବାର ସଂଧ୍ୟାରେ ଦାରିଙ୍ଗବାଡି ଶୀତ ମହୋତ୍ସବର ଶୁଭାରମ୍ଭ ହେବ। ଏଥିପାଇଁ ଆଉ ୨ ଦିନ ବାକି ଥିବା ବେଳେ...

ପଞ୍ଚଭୂତରେ ଲୀନ ହେଲା ରାଜାଙ୍କ ପାର୍ଥିବ ଶରୀର, ଯୁବରାଜ ଦେବଦେବ ସିଂଦେଓଙ୍କ ରାଜାଭିଷେକ

ଖଡ଼ିଆଳ,୬ା୧(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ରାଜା ସ୍ବର୍ଗତ ଡ. ଜିତାମିତ୍ର ପ୍ରସାଦ ସିଂଦେଓଙ୍କ ପାର୍ଥିବ ଶରୀର ସୋମବାର ନେହେନା ସୁନ୍ଦର ନଦୀ ରାଣୀଘାଟରେ...

ବେକାକୁ ହେଲାଣି ଇରାନ ହିଂସା, ଏବେ ପର୍ଯ୍ୟନ୍ତ ୩୫ ମୃତ

ତେହରାନ,୬।୧: ଇରାନରେ ଏକ ସପ୍ତାହରୁ ଅଧିକ ସମୟ ଧରି ଚାଲିଥିବା ହିଂସା କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ହିଂସାତ୍ମକ ପ୍ରତିବାଦରେ ଏପର୍ଯ୍ୟନ୍ତ ୩୫ ଜଣଙ୍କର ମୃତ୍ୟୁ...

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତାଙ୍କ ପରଲୋକ

ନୂଆଦିଲ୍ଲୀ,୬।୧: ପୂର୍ବତନ ଏମପି ଏବଂ ବରିଷ୍ଠ କଂଗ୍ରେସ ନେତା ସୁରେଶ କାଲମାଡିଙ୍କର ୮୨ ବର୍ଷ ବୟସରେ ପରଲୋକ ହୋଇଛି। ସେ ମହାରାଷ୍ଟ୍ରର ପୁଣେରେ ଶେଷ ନିଶ୍ୱାସ...

ଶୀତରେ ଆସୁଛି ବଡ଼ ବର୍ଷା! ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ୱର,୬ା୧: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ସମ୍ଭାବନା ରହିଛି । ଗତକାଲି ସନ୍ଧ୍ୟା ସାଢ଼େ ୫ଟାରେ ଭାରତ...

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ହତ୍ୟା, ୨୪ ଘଣ୍ଟାରେ ଦ୍ୱିତୀୟ ଘଟଣା

ଢାକା,୬।୧: ବାଂଲାଦେଶରେ ଜଣେ ଦୋକାନ ମାଲିକଙ୍କ ପାଇଁ କାମ କରୁଥିବା ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଏହା ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri