ବନ୍ଦ ଘରକୁ ଟାର୍ଗେଟ୍‌ କରି କରୁଥିଲେ ଚୋରି, ୨ ଚୋରଙ୍କ ପାଖରୁ ମିଳିଲା ବିଦେଶୀ ଟଙ୍କା ସହ…

ଭଞ୍ଜନଗର,୪ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଦୁଇଟି ଚୋରି ମାମଲାର ରାକେଟକୁ ରବିବାର ଗିରଫ କରିବାରେ ସକ୍ଷମ ହୋଇଛି। ସେମାନେ ହେଲେ ବାଉଁଶଲୁଣ୍ଡିର ବଳିଆ ନାୟକ ଓ ଖୋର୍ଦ୍ଧା ଅଞ୍ଚଳର ଗୋବିନ୍ଦ ପ୍ରଧାନ।ପୋଲିସ ସେମାନଙ୍କଠାରୁ ବିଦେଶୀ ମୁଦ୍ରା ସହ ଚୋରି ଅଳଙ୍କାର, ଦୁଇଟି ସିଲିଣ୍ଡର, ଗୋଟିଏ ଟିଭି ସମେତ ଲକ୍ଷାଧିକ ଟଙ୍କାର ଜିନିଷ ଉଦ୍ଧାର କରିଛି। ଏହାପରେ ଉଦ୍ଧାର ଚୋରି ଜିନିଷ ମାଲିକଙ୍କୁ ଫେରାଇ ଦିଆଯାଇଛି। ରବିବାର ଅପରାହ୍ନରେ ଭଞ୍ଜନଗର ଏସ୍‌ଡିପିଓ ଡ. ଦୀପକ କୁମାର ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ତାହା ସୂଚନା ଦେଇଛନ୍ତି। ଏହି ସମୟରେ ଥାନାଧିକାରୀ ଜୀବାନାନନ୍ଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଗିରଫ ଅଭିଯୁକ୍ତଦ୍ବୟ ପୂର୍ବରୁ ଏକାଧିକ ଏହିଭଳି ମାମଲାରେ ଜଡ଼ିତ ଥିବା ପୋଲିସ କହିଛି।

ଘଟଣାରୁ ପ୍ରକାଶ ଯେ, ଗତ ୨୭ ତାରିଖ ରାତିରେ ଭଞ୍ଜନଗର ସତ୍ୟସାଇ ମନ୍ଦିର ୪ର୍ଥ ଲାଇନରେ ରହୁଥିବା ଏସ୍‌ ରାହୁଲ ପାତ୍ର ଏବଂ ପରିବାରର ଅନ୍ୟ ସଦସ୍ୟମାନେ ଘରେ ତାଲା ପକାଇ ନିଜ ଗ୍ରାମ ଦଦରାଲୁଣ୍ଡା ଯାଇଥିଲେ। ୨୯ ତାରିଖ ଦିନ ଘରକୁ ଫେରି ଦେଖିବା ବେଳକୁ ଘରୁ ଚୋରି ହୋଇଥିବାର ଜାଣିବାକୁ ପାଇଥିଲେ। ଏନେଇ ରାହୁଲ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଖୋଜୁଥିଲା। ଏହିଭଳି ପରିସ୍ଥିତିରେ ଶନିବାର ବାଉଁଶଲୁଣ୍ଡିର ଏକ ଘରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଘର ଭିତରେ ଥିବା ବେଳେ ବାହାରୁ ତାଲା ପଡ଼ିଥିବା ଲୋକେ ପୋଲିସକୁ ସୂଚନା ଦେଇଥିଲେ। ଏହାପରେ ଏସ୍‌ଆଇ ସମୀର କୁମାର ସେଠୀ, ତଦନ୍ତ ଅଧିକାରୀ ଲକ୍ଷ୍ମୀଧର ମହାନ୍ତି, ହାବିଲଦାର ଦିଲ୍ଲୀପ ରାଉତ, ସନ୍ତୋଷ ନାୟକ, ଗଜେନ୍ଦ୍ର ସାଇଁ ପ୍ରମୁଖ ଉକ୍ତଘର ଉପରେ ଚଢ଼ାଉ କରିଥିଲେ। ତାଲା ଭାଙ୍ଗି ଦେଖିବା ବେଳକୁ ଘର ଭିତରେ ଅଭିଯୁକ୍ତ ଗୋପାଳ ପ୍ରଧାନ ଥିଲେ। ଏଥିସହ କିଛି ଚୋରି ଜିନିଷ ଉକ୍ତ ଘରୁ ପୋଲିସ ଠାବ କରିଥିଲା। ଏହାପରେ ଗୋପାଳଙ୍କୁ ପୋଲିସ ନେଇ ପଚରାଉଚରା କରିବା ପରେ ବଳିଆ ସମ୍ପର୍କରେ ସୂଚନା ଦେଇଥିଲେ। ଏହାପରେ ବଳିଆଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା। ଏହାପରେ ଜାମପଲ୍ଲୀର ଆଶୋକ ପ୍ରଧାନ ଏବଂ ରାହୁଲ ପାତ୍ରଙ୍କ ଘରୁ ହୋଇଥିବା ଚୋରି ମାମଲାରେ ଅଭିଯୁକ୍ତଦ୍ବୟ ଜଡ଼ିତ ଥିବା ଜଣାପଡ଼ିଥିଲା। ପୋଲିସ ଅଭିଯୁକ୍ତଙ୍କ ଠାରୁ ସମସ୍ତ ଚୋରି ଜିନିଷ ଉଦ୍ଧାର କରିବାରେ ସକ୍ଷମ ହୋଇଛି। ବଳିଆ ଦିନ ବେଳେ ଅଞ୍ଚଳରେ ଘୂରି ବୁଲନ୍ତି କେଉଁ ଘରେ ତାଲା ପଡ଼ିଛି ଟାର୍ଗେଟ୍‌ କରିବା ପରେ ତାଙ୍କ ସହଯୋଗୀ ଗୋପାଳଙ୍କୁ ସୂଚନା ଦେଇଥାନ୍ତି। ଗୋପାଳ ଖୋର୍ଦ୍ଧାରୁ ଆସି ମିଶି ଚୋରି କରୁଥିଲେ। ଏହାପରେ ଗୋପାଳଙ୍କୁ ଏକ ଘରେ ତାଲା ବାହାରୁ ପକାଇ ବଳିଆ ଦିନ ବେଳେ ଚାଲି ଯାଉଥିଲେ। ଆବଶ୍ୟକ ପଡ଼ିଲେ ଗୋପାଳ ଏକ ଗଳା ବାଟ ଦେଇ ଉକ୍ତ ଘରୁ ବାହାରୁଥିଲେ। ଉକ୍ତ ଗଳାବାଟ ହିଁ ଅଭିଯୁକ୍ତ ଦ୍ୱୟଙ୍କୁ ଧରା ପକାଇଥିଲା ବୋଲି ପୋଲିସ କହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓ୍ବେଷ୍ଟଇଣ୍ଡିଜ୍‌ର ବୃହତ ବିଜୟ

ମୁମ୍ବାଇ,୨୩ା୨: ଶିମରନ ହେଟମେୟର ଓ ରବମାନ ପାଓ୍ବେଲଙ୍କ ବିସ୍ଫୋରକ ବ୍ୟାଟିଂ ଓ ପରେ ଗୁଦାକେଶ ମୋତିଙ୍କ ଜବରଦସ୍ତ ବୋଲିଂ ବଳରେ ଏଠାରେ ସୋମବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର…

ଝାଡ଼ଖଣ୍ଡରେ ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ଯାଉଥିଲେ ୭ଜଣ

ରାଞ୍ଚି,୨୩।୨: ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚି ବିର୍ସାମୁଣ୍ଡା ବିମାନବନ୍ଦରରୁ ଉଡ଼ାଣ ଭରୁଥିବା ଏକ ଏୟାର ଆମ୍ବୁଲାନ୍ସ ବିମାନ ସୋମବାର ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଡ଼ାଣ ଭରିବାର କିଛି ସମୟ…

ଖୋଲିଲା ହରିଶଙ୍କର ମନ୍ଦିର ହୁଣ୍ଡି

ଖପ୍ରାଖୋଲ, ୨୩।୨(ଅଭୟ ତ୍ରିପାଠୀ)-ବଲାଙ୍ଗୀର ଜିଲା ଖପ୍ରାଖୋଲର ପ୍ରମୁଖ ପୁଣ୍ୟ କ୍ଷେତ୍ର ହରିଶଙ୍କର ମନ୍ଦିରର ଦାନ ହୁଣ୍ଡି ମନ୍ଦିର ପ୍ରଶାସନ ପକ୍ଷରୁ ସୋମବାର ଖୋଲାଯାଇଛି। ମନ୍ଦିର ମଧ୍ୟରେ ଥିବା…

ବ୍ରାହ୍ମଣୀଗାଁ ଶ୍ରୀ ଶ୍ରୀ ମୁକ୍ତେଶର ମହାରୁଦ୍ରଙ୍କ ପ୍ରତିଷ୍ଠା ମହାସମାରୋହ ଉଦ୍‌ଯାପିତ : ମନ୍ଦିର ପ୍ରବେଶ, ରତ୍ନମୁଦ କାର୍ଯ୍ୟ ସମ୍ପନ୍ନ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୨୩ ।୨(ଅରୁଣ ସାହୁ/ମନୋରଞ୍ଜନ ରଣା ):ନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ଶ୍ରୀ ଶ୍ରୀ ମୁକ୍ତେଶ୍ୱର ମହାରୁଦ୍ରଙ୍କ ଜୀର୍ଣ୍ଣୋଦ୍ଧାର ଭବ୍ୟ ମନ୍ଦିର ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା…

କୋକସରା-ଚିଲିଗୁଡା ରାସ୍ତାରେ ଟ୍ରକ୍‌ ପିଟିଲା ବାଇକ୍‌କୁ

କୋକସରା,୨୩।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥରେ କୋକସରା-ଚିଲିଗୁଡା ରାସ୍ତାରେ ସାମବାର ସନ୍ଧ୍ୟାରେ ଏକ ଦୁର୍ଘଟଣା ଘଟିଛି। ପାଇପ ବୋଝେଇ ଟ୍ରକ ଧକ୍କା ଦେବା ଫଳରେ…

ହେଟମେୟର, ପାଓ୍ବେଲଙ୍କ ବିସ୍ଫୋରକ ବ୍ୟାଟିଂ: ଜିମ୍ବାଓ୍ବେ ଆଗରେ ୨୫୫ ରନ୍‌ର ବିଶାଳ ଟାର୍ଗେଟ୍‌

ମୁମ୍ବାଇ,୨୩ା୨- ଚଳିତ ଟି୨୦ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ଜିମ୍ବାଓ୍ବେ ଓ ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଶିମରନ ହେଟମେୟର ଓ ରବମାନ ପାଓ୍ବେଲଙ୍କ ବିସ୍ଫୋରକ…

ପୌର ପରିଷଦ ଉପାଧ୍ୟକ୍ଷା ଅନାସ୍ଥା ପ୍ରସଙ୍ଗ: ଶୁଭ୍ରାଙ୍କ ପଦ ରଦ୍ଦ ମାମଲାରେ କାଉନସିଲରଙ୍କ ବିଜୟ: ଶ୍ରମିତା

ରାୟଗଡ଼ା,୨୩।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ କାଉନସିଲର ଆଣିଥିବା ଅନାସ୍ଥା ପ୍ରସ୍ତାବ ଭୋଟ ଗଣତି ହୋଇ ବାଲଟ ବାକ୍ସରେ କଏଦ…

ଆମ୍ବୁଲାନ୍ସ ନେଲା ଆରଏମ୍‌ସି କର୍ମଚାରୀଙ୍କ ଜୀବନ

ବିଷମକଟକ/ଗୁଣପୁର ୨୩।୨(ପ୍ରସନ୍ନ କୁମାର ପଣ୍ଡା/ ସଂକେତ ପାତ୍ର): ରାୟଗଡ଼ା ଜିଲା ବିଷମକଟକ ବ୍ଲକ କୁମାର ଢାମୁଣୀ ନିକଟରେ ସୋମବାର ଏକ ଆମ୍ବୁଲାନ୍ସ ଧକ୍କାରେ ଜଣେ ଆରଏମ୍‌ସି କର୍ମଚାରୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri