କେନ୍ଦୁଝରରେ ଚାଞ୍ଚଲ୍ୟ, ବନ୍ଧୁକ ଦେଖାଇ ଲୁଟି ନେଲେ ୮ ଲକ୍ଷ ଭତ୍ତା ଟଙ୍କା

କେନ୍ଦୁଝର,୧୮।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ବାଉରୀ ପଦା ପଞ୍ଚାୟତର ପିଇଓଙ୍କ ଠାରୁ ଭତ୍ତା ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଫାଙ୍କା ଗୁଳି ଚାଳନା କରି ୮ଲକ୍ଷ ୧୮ ହଜାର ଟଙ୍କା ଲୁଟି ନେଇଥିବା ନେଇ ଅଭିଯୋଗ ହୋଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଆଜି ସକାଳ ପ୍ରାୟ ୧୦ଟା୩୦ରେ ପିଇଓ ଆଉ ଜଣଙ୍କ ସହିତ ଭତ୍ତା ଟଙ୍କା ଧରି ପଞ୍ଚାୟତରେ ବଣ୍ଟନ ପାଇଁ ଯାଉଥିଲେ । ଏହି ସମୟରେ ମୁକୁନା ଗ୍ରାମ ପହଞ୍ଚିବା ପୂର୍ବରୁ ତିନିଜଣ ଲୁଟେରା ଏକ ବାଇକରେ ପଛ ପଟୁ ଯାଇ ଅଟକାଇଥିଲେ । ବନ୍ଧୁକରୁ ଫାଙ୍କା ଗୁଳି ଚଳାଇ ଭୟଭୀତ କରି ଟଙ୍କା ବ୍ୟାଗ ଲୁଟ୍ କରି ନେଇ ମୁକୁନା ରାସ୍ତାରେ ପଳାଇ ଯାଇଥିଲେ ବୋଲି ତାଙ୍କ ସହିତ ଯାଉଥିବା ଅଭିମନ୍ୟୁ ସାହୁ ସୂଚନା ଦେଇଛନ୍ତି । ଏନେଇ ଥାନାକୁ ଏତଲା ଦେବାକୁ ଯାଇଥିବା ସେ ସୂଚନା ଦେଇଛନ୍ତି ।

 

Dharitri – Odisha’s No.1 Odia Daily

Share